କଂଗ୍ରେସରେ ମିଶିବେ କି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ! ସୋନିଆଙ୍କୁ ଭେଟିବାପରେ ଜୋର ଧରିଲା ଚର୍ଚ୍ଚା

The Sakala Picture
Published On

ନୂଆଦିଲ୍ଲୀ: କଂଗ୍ରେସରେ ମିଶିବେ କି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ! ପ୍ରଶାନ୍ତ କିଶୋର ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ସାଂସଦ ରାହୁଲ ଗାନ୍ଧି ଓ ବରିଷ୍ଠ ନେତା କେ. ବେଣୁଗୋପାଳଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକାର ପରେ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି । ଏହି ବୈଠକରେ ଦଳର ଅନ୍ତରୀଣ କନ୍ଦଳ ଓ ଆଗାମୀ ରଣନୀତି ନେଇ ଆଲୋଚନା ହେବ ବୋଲି ସୂଚନା ରହିଛି । ୨୦୨୪ […]

ନୂଆଦିଲ୍ଲୀ: କଂଗ୍ରେସରେ ମିଶିବେ କି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ! ପ୍ରଶାନ୍ତ କିଶୋର ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ସାଂସଦ ରାହୁଲ ଗାନ୍ଧି ଓ ବରିଷ୍ଠ ନେତା କେ. ବେଣୁଗୋପାଳଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକାର ପରେ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି । ଏହି ବୈଠକରେ ଦଳର ଅନ୍ତରୀଣ କନ୍ଦଳ ଓ ଆଗାମୀ ରଣନୀତି ନେଇ ଆଲୋଚନା ହେବ ବୋଲି ସୂଚନା ରହିଛି ।

ଆହୁରି ପଢ଼ନ୍ତୁ: ଆଟଲାଣ୍ଟିକ୍ ମହାସାଗରର ନାମ ବଦଳାଇବାକୁ ଦାବି କଲେ ଡୋନାଲ୍ଡ ଟ୍ରମ୍ପ, ମନା କରିଦେଇଥିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ

୨୦୨୪ ସାଧାରଣ ନିର୍ବାଚନ ସମେତ ଅନ୍ୟ କିଛି ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ କଂଗ୍ରେସ ନେତୃବୃନ୍ଦଙ୍କ ସହ ନିକଟରେ ଆଲୋଚନା ଆରମ୍ଭ କରିଥିଲେ ପ୍ରଶାନ୍ତ କିଶୋର । ପୂର୍ବରୁ ମଧ୍ୟ ପ୍ରଶାନ୍ତ କିଶୋର ଓ କଂଗ୍ରେସ ମଧ୍ୟରେ ଆଲୋଚନା ହୋଇଥିଲା । କିନ୍ତୁ ଏହା ବିଫଳ ହୋଇଥିଲା । ଏ ବର୍ଷ ଶେଷ ଆଡ଼କୁ ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଶାନ୍ତ କିଶୋର ପ୍ରଥମେ ଫୋକସ କରିବା ଦରକାର ବୋଲି କଂଗ୍ରେସ ଚାହୁଁଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଫ୍ରାନ୍ସରେ ପ୍ରଥମ ଥର ପାଇଁ ମଣିଷ ଶରୀରରେ ଚିହ୍ନଟ ହେଲା ଶାମୋଣ୍ଡା ଭାଇରସ୍, ସଂକ୍ରମିତଙ୍କ ମୃତ୍ୟୁ

ଗୁଜୁରାଟ ନିର୍ବାଚନରେ ​​ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସ ଏକ ବଡ଼ ଭୂମିକା ଦେଇପାରେ ବୋଲି ଗତ କିଛି ଦିନ ହେବ କଳ୍ପନାଜଳ୍ପନା ଚାଲିଛି। ଏହାପୂର୍ବରୁ ଏକ ସାକ୍ଷାତକାରରେ ପ୍ରଶାନ୍ତ ନିଜେ ନିଜର ରାଜନୈତିକ ଭବିଷ୍ୟତ ବିଷୟରେ ଏକ ବଡ଼ ଘୋଷଣା କରିବା ବିଷୟରେ କହିଥିଲେ।

ଆହୁରି ପଢ଼ନ୍ତୁ: ଭାରତର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମେରିକାରେ ଗିରଫ, ରହିଛି ଅନେକ ହତ୍ୟା ଏବଂ ଅପରାଧ ମାମଲା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର