ଶକ୍ତିଶାଳୀ ଭୂକମ୍ପ ଝଟକା ପରେ ମରକ୍କୋରେ ମୃତ୍ୟୁର ତାଣ୍ଡବ, ୬୦୦ ପାର୍ ମୃତାହତଙ୍କ ସଂଖ୍ୟା

The Sakala Picture
Published On

ନୂଆଦିଲ୍ଲୀ: ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମରକ୍କୋରେ ହୋଇଥିବା ୬.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଝଟକାରେ ମୃତ୍ୟୁସଂଖ୍ୟା ୬୩୨କୁ ବୃଦ୍ଧି ପାଇଛି। ଭୂମିକମ୍ପ ଯୋଗୁଁ ଭୁଶୁଡ଼ି ଯାଇଛି ବଡ଼ ବଡ଼ କୋଠା । କୋଠାତଳେ ଅନେକ ଜୀବନ ଚାପି ହୋଇ ରହିଥିବାର ଅନୁମାନ କରାଯାଉଛି । ଯେଉଁଥିପାଇଁ ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା। ଶହ ଶହ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଚାଲିଛି ଜୋରଦାର ରେସ୍କ୍ୟୁ ଅପରେସନ। ସକାଳୁ ସକାଳୁ ଭୀଷଣ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ଉତ୍ପତ୍ତି […]

ନୂଆଦିଲ୍ଲୀ: ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମରକ୍କୋରେ ହୋଇଥିବା ୬.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଝଟକାରେ ମୃତ୍ୟୁସଂଖ୍ୟା ୬୩୨କୁ ବୃଦ୍ଧି ପାଇଛି। ଭୂମିକମ୍ପ ଯୋଗୁଁ ଭୁଶୁଡ଼ି ଯାଇଛି ବଡ଼ ବଡ଼ କୋଠା । କୋଠାତଳେ ଅନେକ ଜୀବନ ଚାପି ହୋଇ ରହିଥିବାର ଅନୁମାନ କରାଯାଉଛି । ଯେଉଁଥିପାଇଁ ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା। ଶହ ଶହ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଚାଲିଛି ଜୋରଦାର ରେସ୍କ୍ୟୁ ଅପରେସନ।

ଆହୁରି ପଢ଼ନ୍ତୁ: ସେନାକୁ ତ୍ରୁଟିପୂର୍ଣ୍ଣ ଗୋଳାବାରୁଦ ଯୋଗାଣ ଯୋଗୁଁ ୬୨.୧୦ କୋଟି କ୍ଷତି, 'ଧନୁଷ' ପ୍ରକଳ୍ପ ବିଳମ୍ବ ନେଇ PAC ର ଉଦ୍‌ବେଗ

ସକାଳୁ ସକାଳୁ ଭୀଷଣ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ଉତ୍ପତ୍ତି ସ୍ଥଳ ମରକ୍କୋରୁ ୭୦ କିଲୋମିଟର ଦୂରରେ ଥିବା ସୂଚନା ମିଲିଛି । ଭୂକମ୍ପ ଏତେ ତୀବ୍ର ଥିଲା ଯେ ପ୍ରାୟ ୩୫୦ କିଲୋମିଟର ଦୂର ମରକ୍କୋର ରାଜଧାନୀ ରବାତ୍‌ରେ ଏହା ଅନୁଭୂତ ହୋଇଛି । ଭାରତୀୟ ସମୟ ଅନୁସାରେ ଭୋର ୩ଟା ୪୧ରେ ଭୂମିକମ୍ପ ହୋଇଥିଲା । ୧୨୦ ବର୍ଷରେ ଉତ୍ତର ଆଫ୍ରିକାରେ ଏହା ସବୁଠାରୁ ବଡ଼ ଭୂକମ୍ପ ।

ଆହୁରି ପଢ଼ନ୍ତୁ: ପେପର ଲିକ୍ ମାମଲା ପାଇଁ ଗଠନ ହେବ ଫାଷ୍ଟଟ୍ରାକ୍ କୋର୍ଟ, ଦେଶବ୍ୟାପୀ ବିକ୍ଷୋଭ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ଘୋଷଣା

ୟୁଏସଜିଏସଏ ଅନୁସାରେ ୧୯୦୦ ମସିହାରେ ଏହି ଅଞ୍ଚଳ ୫ଶହ କିଲୋମିଟର କ୍ଷେତ୍ରରେ ବଡ଼ଧରଣର ଭୂକମ୍ପ ଆସିନଥିଲା। ଏହା ଏମ-5 ଲେବଲର ୯ ଭୂକମ୍ପ ହୋଇଛି। ଦ୍ବିତୀୟ ଭୂକମ୍ପ ଆଶଙ୍କା ଥିବାରୁ ଭୟଭୀତ ଅଛନ୍ତି ଲୋକ। ଭୂକମ୍ପ ପରେ ଲୋକ ଆଉ ଘରେ ନାହାନ୍ତି, ରାସ୍ତା ଉପରେ ବସିଥିବା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ତେବେ ଏପରି ଏକ ବିନାଶକାରୀ ଭୂକମ୍ପ ଚଳିତ ବର୍ଷ ଫେବ୍ରୁଆରୀ ୬ରେ ତୁର୍କୀରେ ହୋଇଥିଲା। ଯେଉଁଥିରେ ୪୫ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ୭.୮ ଥିଲା ଭୂକମ୍ପର ତୀବ୍ରତା । ଚାରି ଥର ଭୂମିକମ୍ପ ତୁର୍କୀକୁ ବିଧ୍ବଂସ କରିଦେଇଥିଲା।

ଆହୁରି ପଢ଼ନ୍ତୁ: ଜନ୍ତରମନ୍ତର ଆନ୍ଦୋଳନ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା, ଛାତ୍ରଙ୍କ ଉପରୁ ପୋଲିସ ମାମଲା ପ୍ରତ୍ୟାହାର କଲେ ସରକାର

09 Sep 2023 By The Sakala

ଶକ୍ତିଶାଳୀ ଭୂକମ୍ପ ଝଟକା ପରେ ମରକ୍କୋରେ ମୃତ୍ୟୁର ତାଣ୍ଡବ, ୬୦୦ ପାର୍ ମୃତାହତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମରକ୍କୋରେ ହୋଇଥିବା ୬.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଝଟକାରେ ମୃତ୍ୟୁସଂଖ୍ୟା ୬୩୨କୁ ବୃଦ୍ଧି ପାଇଛି। ଭୂମିକମ୍ପ ଯୋଗୁଁ ଭୁଶୁଡ଼ି ଯାଇଛି ବଡ଼ ବଡ଼ କୋଠା । କୋଠାତଳେ ଅନେକ ଜୀବନ ଚାପି ହୋଇ ରହିଥିବାର ଅନୁମାନ କରାଯାଉଛି । ଯେଉଁଥିପାଇଁ ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା। ଶହ ଶହ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଚାଲିଛି ଜୋରଦାର ରେସ୍କ୍ୟୁ ଅପରେସନ।

ସକାଳୁ ସକାଳୁ ଭୀଷଣ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ଉତ୍ପତ୍ତି ସ୍ଥଳ ମରକ୍କୋରୁ ୭୦ କିଲୋମିଟର ଦୂରରେ ଥିବା ସୂଚନା ମିଲିଛି । ଭୂକମ୍ପ ଏତେ ତୀବ୍ର ଥିଲା ଯେ ପ୍ରାୟ ୩୫୦ କିଲୋମିଟର ଦୂର ମରକ୍କୋର ରାଜଧାନୀ ରବାତ୍‌ରେ ଏହା ଅନୁଭୂତ ହୋଇଛି । ଭାରତୀୟ ସମୟ ଅନୁସାରେ ଭୋର ୩ଟା ୪୧ରେ ଭୂମିକମ୍ପ ହୋଇଥିଲା । ୧୨୦ ବର୍ଷରେ ଉତ୍ତର ଆଫ୍ରିକାରେ ଏହା ସବୁଠାରୁ ବଡ଼ ଭୂକମ୍ପ ।

ୟୁଏସଜିଏସଏ ଅନୁସାରେ ୧୯୦୦ ମସିହାରେ ଏହି ଅଞ୍ଚଳ ୫ଶହ କିଲୋମିଟର କ୍ଷେତ୍ରରେ ବଡ଼ଧରଣର ଭୂକମ୍ପ ଆସିନଥିଲା। ଏହା ଏମ-5 ଲେବଲର ୯ ଭୂକମ୍ପ ହୋଇଛି। ଦ୍ବିତୀୟ ଭୂକମ୍ପ ଆଶଙ୍କା ଥିବାରୁ ଭୟଭୀତ ଅଛନ୍ତି ଲୋକ। ଭୂକମ୍ପ ପରେ ଲୋକ ଆଉ ଘରେ ନାହାନ୍ତି, ରାସ୍ତା ଉପରେ ବସିଥିବା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ତେବେ ଏପରି ଏକ ବିନାଶକାରୀ ଭୂକମ୍ପ ଚଳିତ ବର୍ଷ ଫେବ୍ରୁଆରୀ ୬ରେ ତୁର୍କୀରେ ହୋଇଥିଲା। ଯେଉଁଥିରେ ୪୫ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ୭.୮ ଥିଲା ଭୂକମ୍ପର ତୀବ୍ରତା । ଚାରି ଥର ଭୂମିକମ୍ପ ତୁର୍କୀକୁ ବିଧ୍ବଂସ କରିଦେଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର