ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

କରୋନା କାଳରେ ବଢ଼ିଲା ଦାରିଦ୍ର୍ୟ, ୧୦ ବର୍ଷ ତଳକୁ ଗଲା ଦେଶର ଅର୍ଥନୀତି

The Sakala Picture
Published On

କରୋନା କାଳରେ ୧୦ ବର୍ଷ ତଳକୁ ଗଲା ଦେଶର ଅର୍ଥନୀତି । ବଢ଼ିଲା ଦାରିଦ୍ର୍ୟତା । ୧୧ ଲକ୍ଷ ଲୋକ ଚାକିରି ହରାଇଲେଣି । ଦେଶର ଅଭିବୃଦ୍ଧି ହାର ମାଇନସ୍‌ ୭.୬ ପ୍ରତିଶତକୁ ହ୍ରାସ ପାଇଛି । ଏଥିପାଇଁ କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ଅର୍ଥନୀତିକୁ ଦାୟୀ କରିଛି କଂଗ୍ରେସ । ତେବେ କରୋନାକୁ ବାହାନା କରିବା କଥାକୁ କଟାକ୍ଷ କରିଛି କଂଗ୍ରେସ। ଦଳ କହିଛି, ବିମୁଦ୍ରୀକରଣ ଯୋଗୁ ୪ ବର୍ଷ ତଳୁ ଅର୍ଥନୀତି ନିମ୍ନଗାମୀ ହୋଇଚାଲିଛି । ୨୦୧୯-୨୦୨୦ରେ […]

କରୋନା କାଳରେ ୧୦ ବର୍ଷ ତଳକୁ ଗଲା ଦେଶର ଅର୍ଥନୀତି । ବଢ଼ିଲା ଦାରିଦ୍ର୍ୟତା । ୧୧ ଲକ୍ଷ ଲୋକ ଚାକିରି ହରାଇଲେଣି । ଦେଶର ଅଭିବୃଦ୍ଧି ହାର ମାଇନସ୍‌ ୭.୬ ପ୍ରତିଶତକୁ ହ୍ରାସ ପାଇଛି । ଏଥିପାଇଁ କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ଅର୍ଥନୀତିକୁ ଦାୟୀ କରିଛି କଂଗ୍ରେସ । ତେବେ କରୋନାକୁ ବାହାନା କରିବା କଥାକୁ କଟାକ୍ଷ କରିଛି କଂଗ୍ରେସ। ଦଳ କହିଛି, ବିମୁଦ୍ରୀକରଣ ଯୋଗୁ ୪ ବର୍ଷ ତଳୁ ଅର୍ଥନୀତି ନିମ୍ନଗାମୀ ହୋଇଚାଲିଛି । ୨୦୧୯-୨୦୨୦ରେ ମହାମାରୀ ନଥିଲା। ସେ ସମୟରେ ଅଭିବୃଦ୍ଧି ହାର ଥିଲା ୪ ପ୍ରତିଶତ । ୨୦୧୪ରେ ଆର୍ଥିକ ସ୍ଥିତି ଖରାପ ହେବାରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପ୍ରଚେଷ୍ଟା ଯୋଗୁ ୨୦୧୪-୧୫ରେ ଅଭିବୃଦ୍ଧି ହାର ୪ଦଶମିକ ୧ ପ୍ରତିଶତ ଥିଲା। ଯଦି କରୋନା ପାଇଁ ଆର୍ଥିକ ସ୍ଥିତି ବିଗିଡ଼ିଥାନ୍ତା, ତେବେ ୧ଲକ୍ଷ ୩୧ ହଜାର କୋଟି ଟଙ୍କା ଜିଏସ୍‌ଟି କେମିତି ଏପ୍ରିଲରେ ସଂଗ୍ରହ ହେଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ଆହୁରି ପଢ଼ନ୍ତୁ: ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ: 'ଫିତନା ଅଲ-ହିନ୍ଦୁସ୍ତାନ' ନାମକରଣକୁ କହିଲା 'ସଂଗଠିତ ଘୃଣାର କାରଖାନା'

କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତି ଯୋଗୁ ୧୧ ଲକ୍ଷ ଲୋକ ଚାକିରି ହରାଇଲେଣି। ୨୩ କୋଟି ଲୋକ ପୁଣି ଗରିବୀ ସୀମାରେଖା ତଳକୁ ଗଲେଣି। ଏଭଳି ସ୍ଥିତିରେ ଗରିବ ଆହୁରି ଗରିବ ହେବେ ବୋଲି ଆକଳନ କରିଛି ବିଜେଡି । ଅନ୍ୟପଟେ କରୋନା ଯୋଗୁ ଉତ୍ପାଦନ ଓ ବ୍ୟବହାର କମିଥିବାରୁ ଅଭିବୃଦ୍ଧି ହାର କମିଥିବା ଅନୁମାନ କରିଛି ବିଜେପି । ଭାରତୀୟ ଅର୍ଥନୀତି ପ୍ରଗତିଶୀଳ ହୋଇଥିବାରୁ ଧୀରେ ଧୀରେ ଅଭିବୃଦ୍ଧି ହାର ବଢ଼ିବ ବୋଲି ବିଜେପି ହିସାବ କରିଛି ।

ଆହୁରି ପଢ଼ନ୍ତୁ: ଇରାନ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍: 'ମିଡିଲ୍ ଇଷ୍ଟର ଗୁଣ୍ଡା ଶେଷ' ବୋଲି କହିଲେ ଟ୍ରମ୍ପ, ଇରାନର ପଲଟାବାର

ଅର୍ଥନୀତିର ବିକାଶ ଉପରେ ଆଗାମୀ ପିଢ଼ିର ଜୀବନଜୀବିକା ନିର୍ଭର କରୁଛି। କରୋନା ଯୋଗୁ ଶିକ୍ଷା ପ୍ରଭାବିତ ହୋଇଥିବାରୁ ଦକ୍ଷତାଭିତ୍ତିକ ଜୀବିକା ନିର୍ବାହ କରିବାକୁ ପଡ଼ିବ । ଏଥିପାଇଁ କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ରୋତ୍ସାହନ ଗୁରୁତ୍ୱ ବହନ କରୁଛି।

ଆହୁରି ପଢ଼ନ୍ତୁ: ଏଆଇ-୧୭୧ ବିମାନ ଦୁର୍ଘଟଣାକୁ ଏକ ବର୍ଷ ପୂରଣ: ଏଏଆଇବି କହିଲା ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତିରେ 'ଉଲ୍ଲେଖନୀୟ ଅଗ୍ରଗତି'

ତେବେ ଜୁନ ଶେଷ ଯାଏ ମାଗଣା ରାସନ ବଣ୍ଟନ, ମନରେଗାରେ ଦିନ ଓ ବଜେଟ ବୃଦ୍ଧି ସହ କେନ୍ଦ୍ର ସରକାର ରୋଜଗାର ନିୟମ ଲାଗୁ କରିବାକୁ ବିଶେଷଜ୍ଞ ମତ ଦେଇଛନ୍ତି । ନୂଆ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଋଣ ଦେବାକୁ ବ୍ୟାଙ୍କଗୁଡ଼ିକ ପାଇଁ ରିଜର୍ଭ ବ୍ୟାଙ୍କ ମଧ୍ୟ ନୂଆ ଗାଇଡ୍‌ଲାଇନ୍‌ ଆଣିବା ଆବଶ୍ୟକ। ଗତବର୍ଷ ପରି ରାଜ୍ୟ ସରକାର ମହାମାରୀ ପ୍ୟାକେଜ ଆଣିଲେ ରାଜ୍ୟ ଅର୍ଥନୀତି ସୁଧୁରିବ ବୋଲି ବିଶେଷଜ୍ଞ କହିଛନ୍ତି।

01 Jun 2021 By The Sakala

କରୋନା କାଳରେ ବଢ଼ିଲା ଦାରିଦ୍ର୍ୟ, ୧୦ ବର୍ଷ ତଳକୁ ଗଲା ଦେଶର ଅର୍ଥନୀତି

କରୋନା କାଳରେ ୧୦ ବର୍ଷ ତଳକୁ ଗଲା ଦେଶର ଅର୍ଥନୀତି । ବଢ଼ିଲା ଦାରିଦ୍ର୍ୟତା । ୧୧ ଲକ୍ଷ ଲୋକ ଚାକିରି ହରାଇଲେଣି । ଦେଶର ଅଭିବୃଦ୍ଧି ହାର ମାଇନସ୍‌ ୭.୬ ପ୍ରତିଶତକୁ ହ୍ରାସ ପାଇଛି । ଏଥିପାଇଁ କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ଅର୍ଥନୀତିକୁ ଦାୟୀ କରିଛି କଂଗ୍ରେସ । ତେବେ କରୋନାକୁ ବାହାନା କରିବା କଥାକୁ କଟାକ୍ଷ କରିଛି କଂଗ୍ରେସ। ଦଳ କହିଛି, ବିମୁଦ୍ରୀକରଣ ଯୋଗୁ ୪ ବର୍ଷ ତଳୁ ଅର୍ଥନୀତି ନିମ୍ନଗାମୀ ହୋଇଚାଲିଛି । ୨୦୧୯-୨୦୨୦ରେ ମହାମାରୀ ନଥିଲା। ସେ ସମୟରେ ଅଭିବୃଦ୍ଧି ହାର ଥିଲା ୪ ପ୍ରତିଶତ । ୨୦୧୪ରେ ଆର୍ଥିକ ସ୍ଥିତି ଖରାପ ହେବାରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପ୍ରଚେଷ୍ଟା ଯୋଗୁ ୨୦୧୪-୧୫ରେ ଅଭିବୃଦ୍ଧି ହାର ୪ଦଶମିକ ୧ ପ୍ରତିଶତ ଥିଲା। ଯଦି କରୋନା ପାଇଁ ଆର୍ଥିକ ସ୍ଥିତି ବିଗିଡ଼ିଥାନ୍ତା, ତେବେ ୧ଲକ୍ଷ ୩୧ ହଜାର କୋଟି ଟଙ୍କା ଜିଏସ୍‌ଟି କେମିତି ଏପ୍ରିଲରେ ସଂଗ୍ରହ ହେଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତି ଯୋଗୁ ୧୧ ଲକ୍ଷ ଲୋକ ଚାକିରି ହରାଇଲେଣି। ୨୩ କୋଟି ଲୋକ ପୁଣି ଗରିବୀ ସୀମାରେଖା ତଳକୁ ଗଲେଣି। ଏଭଳି ସ୍ଥିତିରେ ଗରିବ ଆହୁରି ଗରିବ ହେବେ ବୋଲି ଆକଳନ କରିଛି ବିଜେଡି । ଅନ୍ୟପଟେ କରୋନା ଯୋଗୁ ଉତ୍ପାଦନ ଓ ବ୍ୟବହାର କମିଥିବାରୁ ଅଭିବୃଦ୍ଧି ହାର କମିଥିବା ଅନୁମାନ କରିଛି ବିଜେପି । ଭାରତୀୟ ଅର୍ଥନୀତି ପ୍ରଗତିଶୀଳ ହୋଇଥିବାରୁ ଧୀରେ ଧୀରେ ଅଭିବୃଦ୍ଧି ହାର ବଢ଼ିବ ବୋଲି ବିଜେପି ହିସାବ କରିଛି ।

ଅର୍ଥନୀତିର ବିକାଶ ଉପରେ ଆଗାମୀ ପିଢ଼ିର ଜୀବନଜୀବିକା ନିର୍ଭର କରୁଛି। କରୋନା ଯୋଗୁ ଶିକ୍ଷା ପ୍ରଭାବିତ ହୋଇଥିବାରୁ ଦକ୍ଷତାଭିତ୍ତିକ ଜୀବିକା ନିର୍ବାହ କରିବାକୁ ପଡ଼ିବ । ଏଥିପାଇଁ କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ରୋତ୍ସାହନ ଗୁରୁତ୍ୱ ବହନ କରୁଛି।

ତେବେ ଜୁନ ଶେଷ ଯାଏ ମାଗଣା ରାସନ ବଣ୍ଟନ, ମନରେଗାରେ ଦିନ ଓ ବଜେଟ ବୃଦ୍ଧି ସହ କେନ୍ଦ୍ର ସରକାର ରୋଜଗାର ନିୟମ ଲାଗୁ କରିବାକୁ ବିଶେଷଜ୍ଞ ମତ ଦେଇଛନ୍ତି । ନୂଆ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଋଣ ଦେବାକୁ ବ୍ୟାଙ୍କଗୁଡ଼ିକ ପାଇଁ ରିଜର୍ଭ ବ୍ୟାଙ୍କ ମଧ୍ୟ ନୂଆ ଗାଇଡ୍‌ଲାଇନ୍‌ ଆଣିବା ଆବଶ୍ୟକ। ଗତବର୍ଷ ପରି ରାଜ୍ୟ ସରକାର ମହାମାରୀ ପ୍ୟାକେଜ ଆଣିଲେ ରାଜ୍ୟ ଅର୍ଥନୀତି ସୁଧୁରିବ ବୋଲି ବିଶେଷଜ୍ଞ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର