ଭାରତର ଗର୍ଭବତୀ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ପର୍ତ୍ତୁଗାଲ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା

The Sakala Picture
Published On

ଲିସ୍‌ବନ : ଭାରତୀୟ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ପରେ ପର୍ତ୍ତୁଗାଲ ସ୍ବାସ୍ଥ୍ୟମନ୍ତ୍ରୀ ମାର୍ଟା ଟେମିଡୋ ଇସ୍ତଫା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ରାଜଧାନୀ ଲିସ୍‌ବନରେ ଭାରତର ଗର୍ଭବତୀ ମହିଳାଙ୍କୁ ହୃଦଘାତ ହୋଇଥିଲା। ତାଙ୍କୁ ପ୍ରେଗ୍‌ନାନ୍ସି ହସ୍ପିଟାଲରୁ ଅନ୍ୟ ହସ୍ପିଟାଲକୁ ନେବାର ଥିଲା। କିନ୍ତୁ ଏଥିରେ ବିଳମ୍ବ ହେବାରୁ ମହିଳାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ଶିଶୁ ସୁସ୍ଥ ଥିବା କୁହାଯାଉଛି। ତେବେ ମହିଳାଙ୍କ ନାମ ଘୋଷଣା କରାଯାଇନାହିଁ। ରାଜଧାନୀରେ ଏପରି ଘଟିଥିବାରୁ ଏହାକୁ ଗୁରୁତର ସହ ନିଆଯାଉଛି। ଯଦି ରାଜଧାନୀରେ […]

ଲିସ୍‌ବନ : ଭାରତୀୟ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ପରେ ପର୍ତ୍ତୁଗାଲ ସ୍ବାସ୍ଥ୍ୟମନ୍ତ୍ରୀ ମାର୍ଟା ଟେମିଡୋ ଇସ୍ତଫା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ରାଜଧାନୀ ଲିସ୍‌ବନରେ ଭାରତର ଗର୍ଭବତୀ ମହିଳାଙ୍କୁ ହୃଦଘାତ ହୋଇଥିଲା। ତାଙ୍କୁ ପ୍ରେଗ୍‌ନାନ୍ସି ହସ୍ପିଟାଲରୁ ଅନ୍ୟ ହସ୍ପିଟାଲକୁ ନେବାର ଥିଲା। କିନ୍ତୁ ଏଥିରେ ବିଳମ୍ବ ହେବାରୁ ମହିଳାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ଶିଶୁ ସୁସ୍ଥ ଥିବା କୁହାଯାଉଛି। ତେବେ ମହିଳାଙ୍କ ନାମ ଘୋଷଣା କରାଯାଇନାହିଁ। ରାଜଧାନୀରେ ଏପରି ଘଟିଥିବାରୁ ଏହାକୁ ଗୁରୁତର ସହ ନିଆଯାଉଛି। ଯଦି ରାଜଧାନୀରେ ଏହି ଅବସ୍ଥା ତେବେ ଗ୍ରାମାଞ୍ଚଳର ସ୍ଥିତି କ’ଣ ହେଉ ନ ଥିବା ବୋଲି ଗଣମାଧ୍ୟମ ପ୍ରଶ୍ନ କରିଛି। ଏହା ପୂର୍ବରୁ ପର୍ତ୍ତୁଗାଲ ସ୍ବାସ୍ଥ୍ୟସେବାର ଦୁର୍ବଳ ଭିତ୍ତିଭୂମିକୁ ନେଇ ପ୍ରଶ୍ନ ଉଠୁଥିଲା। କର୍ମଚାରୀ ଅଭାବ ସବୁଠାରୁ ବଡ଼ ସମସ୍ୟା ଥିଲା। ଏହି ସମସ୍ୟାକୁ ସମାଧାନ କରିପାରି ନ ଥିବାରୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠିଥିଲା।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର