ପୁଲିସର ନିଆରା କାର୍ଯ୍ୟାନୁଷ୍ଠାନ, ମାମଲା ଦାଏର କରିବା ବଦଳରେ ଲେଖିବାକୁ ଦେଲା ଦୋହା

The Sakala Picture
Published On

ତାମିଲନାଡୁ: ଅନେକ ସମାରୋହ, କାର୍ଯ୍ୟକ୍ରମ ଆଦିରେ ଛୋଟ ଛୋଟ ବିଷୟକୁ ନେଇ ଗଣ୍ଡଗୋଳ ହୋଇଥାଏ। ଗଣ୍ଡଗୋଳକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍‌ର ସାହାଯ୍ୟ ନିଆଯାଏ। ଏଭଳି କିଛି ଘଟଣା ଘଟିଥିଲା ତାମିଲନାଡୁର କୋଏମ୍ବାଟୁରରେ। ମଦୁକ୍କରଇରେ ଭଗବାନ ଅୟାପ୍ପାଙ୍କ ବାର୍ଷିକ ଉତ୍ସବ ଅବସରରେ କିଛି ସ୍ଥାନୀୟ ଯୁବକ ଗଣ୍ଡଗୋଳ କରିଥିଲେ। ପରିସ୍ଥିତିକୁ ଦେଖି ସ୍ଥାନୀୟ ଲୋକମାନେ ପୁଲିସ୍‌କୁ ସୂଚନା ଦେଲେ। ପୁଲିସ ସେଠାରେ ପହଞ୍ଚି ୧୦ ଜଣ ଯୁବକଙ୍କୁ ଥାନାକୁ ନେଇଥିଲା। ପଚରାଉଚୁରା ପରେ ସେମାନେ ସମସ୍ତେ କଲେଜ […]

ତାମିଲନାଡୁ: ଅନେକ ସମାରୋହ, କାର୍ଯ୍ୟକ୍ରମ ଆଦିରେ ଛୋଟ ଛୋଟ ବିଷୟକୁ ନେଇ ଗଣ୍ଡଗୋଳ ହୋଇଥାଏ। ଗଣ୍ଡଗୋଳକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍‌ର ସାହାଯ୍ୟ ନିଆଯାଏ। ଏଭଳି କିଛି ଘଟଣା ଘଟିଥିଲା ତାମିଲନାଡୁର କୋଏମ୍ବାଟୁରରେ। ମଦୁକ୍କରଇରେ ଭଗବାନ ଅୟାପ୍ପାଙ୍କ ବାର୍ଷିକ ଉତ୍ସବ ଅବସରରେ କିଛି ସ୍ଥାନୀୟ ଯୁବକ ଗଣ୍ଡଗୋଳ କରିଥିଲେ। ପରିସ୍ଥିତିକୁ ଦେଖି ସ୍ଥାନୀୟ ଲୋକମାନେ ପୁଲିସ୍‌କୁ ସୂଚନା ଦେଲେ। ପୁଲିସ ସେଠାରେ ପହଞ୍ଚି ୧୦ ଜଣ ଯୁବକଙ୍କୁ ଥାନାକୁ ନେଇଥିଲା। ପଚରାଉଚୁରା ପରେ ସେମାନେ ସମସ୍ତେ କଲେଜ ପଢୁଆ ଛାତ୍ର ବୋଲି ଜଣାପଡିଥିଲା । ପୁଲିସ୍‌ ଛାତ୍ରମାନଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରି ସେମାନଙ୍କ ବିରୋଧରେ ମାମଲା ଦାଏର ନ କରି କଡ଼ା ସବକ ଦେବା ପାଇଁ ଚିନ୍ତାକଲା। ପୁଲିସ୍‌ ଏହି ଛାତ୍ରମାନଙ୍କୁ ତାମିଲ କବି ତିରୁଭଲ୍ଲୁଭାର୍‌ଙ୍କ ୧୩୩୦ଟି ଦୋହା ମଧ୍ୟରୁ ୫୦ଟି ଲେଖିବାକୁ କହିଥିଲା। ତେବେ ଗିରଫ ହୋଇଥିବା ଛାତ୍ରମାନେ ଇତିମଧ୍ୟରୁ ମାତ୍ର ୧୦-୧୨ଟି ଦୋହା ଲେଖି ପାରିଥିଲେ। ତେବେ ପୁଲିସ୍‌ ସେମାନଙ୍କୁ ଛାଡ଼ି ଦେଇଥିଲା ଏବଂ ସେମାନଙ୍କ ପିତାମାତାଙ୍କୁ ଡାକି ପିଲାମାନଙ୍କୁ ଅନୁଶାସନ ଶିଖାଇବାକୁ ଅନୁରୋଧ କରିଥିଲା।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

31 Dec 2021 By The Sakala

ପୁଲିସର ନିଆରା କାର୍ଯ୍ୟାନୁଷ୍ଠାନ, ମାମଲା ଦାଏର କରିବା ବଦଳରେ ଲେଖିବାକୁ ଦେଲା ଦୋହା

ତାମିଲନାଡୁ: ଅନେକ ସମାରୋହ, କାର୍ଯ୍ୟକ୍ରମ ଆଦିରେ ଛୋଟ ଛୋଟ ବିଷୟକୁ ନେଇ ଗଣ୍ଡଗୋଳ ହୋଇଥାଏ। ଗଣ୍ଡଗୋଳକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍‌ର ସାହାଯ୍ୟ ନିଆଯାଏ। ଏଭଳି କିଛି ଘଟଣା ଘଟିଥିଲା ତାମିଲନାଡୁର କୋଏମ୍ବାଟୁରରେ। ମଦୁକ୍କରଇରେ ଭଗବାନ ଅୟାପ୍ପାଙ୍କ ବାର୍ଷିକ ଉତ୍ସବ ଅବସରରେ କିଛି ସ୍ଥାନୀୟ ଯୁବକ ଗଣ୍ଡଗୋଳ କରିଥିଲେ। ପରିସ୍ଥିତିକୁ ଦେଖି ସ୍ଥାନୀୟ ଲୋକମାନେ ପୁଲିସ୍‌କୁ ସୂଚନା ଦେଲେ। ପୁଲିସ ସେଠାରେ ପହଞ୍ଚି ୧୦ ଜଣ ଯୁବକଙ୍କୁ ଥାନାକୁ ନେଇଥିଲା। ପଚରାଉଚୁରା ପରେ ସେମାନେ ସମସ୍ତେ କଲେଜ ପଢୁଆ ଛାତ୍ର ବୋଲି ଜଣାପଡିଥିଲା । ପୁଲିସ୍‌ ଛାତ୍ରମାନଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରି ସେମାନଙ୍କ ବିରୋଧରେ ମାମଲା ଦାଏର ନ କରି କଡ଼ା ସବକ ଦେବା ପାଇଁ ଚିନ୍ତାକଲା। ପୁଲିସ୍‌ ଏହି ଛାତ୍ରମାନଙ୍କୁ ତାମିଲ କବି ତିରୁଭଲ୍ଲୁଭାର୍‌ଙ୍କ ୧୩୩୦ଟି ଦୋହା ମଧ୍ୟରୁ ୫୦ଟି ଲେଖିବାକୁ କହିଥିଲା। ତେବେ ଗିରଫ ହୋଇଥିବା ଛାତ୍ରମାନେ ଇତିମଧ୍ୟରୁ ମାତ୍ର ୧୦-୧୨ଟି ଦୋହା ଲେଖି ପାରିଥିଲେ। ତେବେ ପୁଲିସ୍‌ ସେମାନଙ୍କୁ ଛାଡ଼ି ଦେଇଥିଲା ଏବଂ ସେମାନଙ୍କ ପିତାମାତାଙ୍କୁ ଡାକି ପିଲାମାନଙ୍କୁ ଅନୁଶାସନ ଶିଖାଇବାକୁ ଅନୁରୋଧ କରିଥିଲା।

https://www.thesakala.in/national-international/police-said-to-write-doha-instead-of-filling-a-case/article-8039
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର