ଶ୍ରଦ୍ଧା ଷ୍ଟାଇଲରେ ଦିଲ୍ଲୀରେ ପୁଣି ଏକ ହତ୍ୟାକାଣ୍ଡ; ପୁଅ ସହ ମିଶି ସ୍ୱାମୀକୁ ୨୨ ଖଣ୍ଡ କଲା ସ୍ତ୍ରୀ

The Sakala Picture
Published On

ନୂଆଦିଲ୍ଲୀ: ପୁଣି ରାଜଧାନୀ ଦିଲ୍ଲୀରେ ଶ୍ରଦ୍ଧା ୱାଲକର ହତ୍ୟା ଘଟଣାର ପୁନରାବୃତ୍ତି। ଏଠାରେ ଜଣେ ମହିଳା ତାଙ୍କ ପୁଅ ସହ ମିଶି ସ୍ୱାମୀଙ୍କୁ ଜଘନ୍ୟ ଭାବେ ହତ୍ୟା କରିଛନ୍ତି । ସ୍ୱାମୀଙ୍କୁ ନିଶା ବଟିକା ଦେଇ ଅଚେତ କରିବା ପରେ ପୁଅ ସହ ମିଶି ୨୨ ଖଣ୍ଡ କରି କାଟି ଦେଇଛନ୍ତି। ମା’, ପୁଅ ମିଶି ମୃତକଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟିବା ପରେ ତାହାକୁ ଫ୍ରିଜରେ ରଖିଥିଲେ ଏବଂ ପ୍ରତିଦିନ ଲୁଚି ଲୁଚି ଘର […]

ନୂଆଦିଲ୍ଲୀ: ପୁଣି ରାଜଧାନୀ ଦିଲ୍ଲୀରେ ଶ୍ରଦ୍ଧା ୱାଲକର ହତ୍ୟା ଘଟଣାର ପୁନରାବୃତ୍ତି। ଏଠାରେ ଜଣେ ମହିଳା ତାଙ୍କ ପୁଅ ସହ ମିଶି ସ୍ୱାମୀଙ୍କୁ ଜଘନ୍ୟ ଭାବେ ହତ୍ୟା କରିଛନ୍ତି । ସ୍ୱାମୀଙ୍କୁ ନିଶା ବଟିକା ଦେଇ ଅଚେତ କରିବା ପରେ ପୁଅ ସହ ମିଶି ୨୨ ଖଣ୍ଡ କରି କାଟି ଦେଇଛନ୍ତି। ମା’, ପୁଅ ମିଶି ମୃତକଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟିବା ପରେ ତାହାକୁ ଫ୍ରିଜରେ ରଖିଥିଲେ ଏବଂ ପ୍ରତିଦିନ ଲୁଚି ଲୁଚି ଘର ପାଖ ପଡ଼ିଆରେ ଖଣ୍ଡେ ଖଣ୍ଡେ ମାଂସ ଫିଙ୍ଗିଦେଇ ଆସୁଥିଲେ। ହେଲେ ଏଥିରୁ କିଛି ଅଂଶ ଲୋକଙ୍କ ହାବୁଡରେ ପଡିବା ପରେ ପୋଲିସ କାନକୁ କଥା ଯାଇଥିଲା । ଅନେକ ଛାନବିନ୍ କରିବା ପରେ ପୋଲିସ ହାତରେ ପଡିିଥିଲେ ଏହି ଦୁଇ ହତ୍ୟାକାରୀ । ବୋହୂ ସହ ଅବୈଧ ସମ୍ବନ୍ଧ ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ପୋଲିସ ସୂଚନା ମୁତାବକ, ସ୍ୱାମୀ ଜଣଙ୍କ ନିଜ ସାବତ ପୁଅର ସ୍ତ୍ରୀ ଅର୍ଥାତ ବୋହୂ ସହ ଅବୈଧ ସମ୍ପର୍କ ରଖିଥିଲେ। ଏଥିପାଇଁ ସାବତ ପୁଅ ଓ ତା’ର ମା’ ମିଳିତ ଭାବେ ଏପରି ହତ୍ୟାକାଣ୍ଡ ଘଟାଇଥିଲେ। ସୂଚନା ଅନୁସାରେ, ପାଣ୍ଡବନଗର ବାସିନ୍ଦା ଥିଲେ ଅଞ୍ଜନ ଦାସ ଏବଂ ତାଙ୍କ ସ୍ତ୍ରୀ ପୁନମ୍ ଦାସ । ପୁନମଙ୍କ ପ୍ରଥମ ସ୍ୱାମୀ କାଲୁଙ୍କର ଦେହାନ୍ତ ପରେ ସେ ଅଞ୍ଜନ ଦାସଙ୍କୁ ବିବାହ କରିଥିଲେ। ଦୀପକ ହେଉଛନ୍ତି କାଲୁଙ୍କ ପୁଅ। ଅଞ୍ଜନ ମଧ୍ୟ ପୂର୍ବରୁ ବିହାରରେ ବିବାହ କରିଥିଲେ। ତାଙ୍କର ୮ ଜଣ ସନ୍ତାନ ଅଛନ୍ତି। ବେଶ କିଛି ଦିନ ହେଲା ଅଞ୍ଜନ କୌଣସି ରୋଜଗାର କରୁ ନଥିଲେ। ଏଥିପାଇଁ ପୁନମଙ୍କ ସହ ତାଙ୍କର ପାଟିତୁଣ୍ଡ ହେଉଥିଲା। ଏଥିସହ ଅଞ୍ଜନଙ୍କ ନିଜ ବୋହୂ ସହ ଅବୈଧ ସମ୍ପର୍କ ରଖିଥିବା ମଧ୍ୟ ପୁନମ ଓ ଦୀପକ ଆଶଙ୍କା କରିଥିଲେ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ଏଥିପାଇଁ ସେମାନେ ପ୍ରଥମେ ଅଞ୍ଜନଙ୍କୁ ନିଦ ବଟିବା ମିଶାଇ ମଦ ପିଇବାକୁ ଦେଇଥିଲେ। ସେ ଅଚେତ ହୋଇଯିବାରେ ପୁନମ ଓ ଦୀପକ ତାଙ୍କ ବେକକୁ କାଟି ଦେଇଥିଲେ। ଏହାପରେ ମୃତଦେହକୁ ରକ୍ତସ୍ରାବ ବନ୍ଦ ହେବାକୁ ଗୋଟିଏ ଦିନ ଘର ଭିତରେ ରଖିଥିଲେ। ରକ୍ତ ବୋହି ଯିବା ପରେ ସେମାନେ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ଦେଇଥିଲେ। ପୁଲିସ୍‌ ଅଞ୍ଜନଙ୍କ ଶରୀରର ୬ଟି ଅଂଶ ଠାବ କରିଛି। ହତ୍ୟା କରି ମୃତଦେହକୁ ସେମାନେ ଫ୍ରିଜ୍‌ରେ ରଖିଥିଲେ। ଦୁର୍ଗନ୍ଧ ହେବାର ଆଶଙ୍କା ଥିବାରୁ ସେମାନେ ମା’ ପୁଅ ଘରକୁ ରଙ୍ଗ କରିଥିଲେ ବୋଲି ପୋଲିସ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ମୃତଦେହକୁ ପଲିଥିନ୍ ଓ ଅଖାରେ ପୁରାଇ ପ୍ରତିଦିନ କିଛି କିଛି ଫିଙ୍ଗୁଥିଲେ । ହେଲେ ଏହି ଦୃଶ୍ୟ ରାସ୍ତା କଡର ଏକ ଦୋକାନରେ ଲଗାଯାଇଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହେଉଥିଲା । ଦୋକାନରେ ରହୁଥିବା ଲୋକେ ମଧ୍ୟ ମା’ ପୁଅଙ୍କ ଏପରି କାର୍ଯ୍ୟକୁ ସନ୍ଦେହ କରିଥିଲେ । ପରେ ମଣିଷ ଶରୀର କିଛି କଟା ଅଙ୍ଗ ଲୋକେ ଅଳିଆ ଗଦାରେ ପଡିଥିବା ଦେଖିବାକୁ ପାଇଥିଲେ । ଏ ବାବଦରେ ପୋଲିସକୁ ଜଣାଇଥିଲେ । ପୋଲିସ ଛାନବିନ୍ ଆରମ୍ଭ କରିଥିଲା । ପାଖ ଦୋକାନୀଙ୍କୁ ପଚରାଉଚୁରା କରିବା ସହ ସିସିଟିଭି ଫୁଟେଜ୍ ଯାଂଚ କରିଥିଲା । ଆଉ ଏଥିରୁ ଧରାପଡିଥିଲା ସତ । ପୋଲିସ ହାବୁଡରେ ପଡିଥିଲେ ହତ୍ୟାକାରୀ ମା’ ପୁଅ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର