ବିଶ୍ୱକର୍ମା ପୂଜା ଅବସରରେ ଶୁଭାରମ୍ଭ ହେଲା ‘ପିଏମ୍ ବିଶ୍ୱକର୍ମା’ ଯୋଜନା, ୧୮ଟି ବର୍ଗର କୌଳିକ ବୃତ୍ତିଧାରୀଙ୍କୁ ମିଳିବ ସୁବିଧା
ନୂଆଦିଲ୍ଲୀ: ବିଶ୍ୱକର୍ମା ପୂଜା ଅବସରରେ ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଯୋଜନାରୁ କୌଳିକ ବୃତ୍ତିଧାରୀଙ୍କୁ ସ୍ୱତନ୍ତ୍ର ପରିଚୟ ମିଳିବ। ଶୁଭାରମ୍ଭ କାର୍ଯ୍ୟକ୍ରମରେ କୌଳିକ ବୃତ୍ତିଧାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଯୋଜନାରେ ବିଶ୍ବକର୍ମା ଭାଇ ଓ ଭଉଣୀ ମାନଙ୍କୁ ବିନା ଗ୍ୟାରେଣ୍ଟିରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ। ଏଥିସହ ୧୫ ହଜାର ଟଙ୍କାର ଟୁଲ କିଟ ଯୋଗାଇ ଦିଆଯିବ । ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରଶିକ୍ଷଣ […]
ନୂଆଦିଲ୍ଲୀ: ବିଶ୍ୱକର୍ମା ପୂଜା ଅବସରରେ ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଯୋଜନାରୁ କୌଳିକ ବୃତ୍ତିଧାରୀଙ୍କୁ ସ୍ୱତନ୍ତ୍ର ପରିଚୟ ମିଳିବ। ଶୁଭାରମ୍ଭ କାର୍ଯ୍ୟକ୍ରମରେ କୌଳିକ ବୃତ୍ତିଧାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଯୋଜନାରେ ବିଶ୍ବକର୍ମା ଭାଇ ଓ ଭଉଣୀ ମାନଙ୍କୁ ବିନା ଗ୍ୟାରେଣ୍ଟିରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ। ଏଥିସହ ୧୫ ହଜାର ଟଙ୍କାର ଟୁଲ କିଟ ଯୋଗାଇ ଦିଆଯିବ । ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରଶିକ୍ଷଣ ଓ ଦୈନିକ ୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ। ସମ୍ପୂର୍ଣ୍ଣ ହେଇଥିବା ଉତ୍ପାଦ ପାଇଁ କ୍ବାଲିଟୀ ସାର୍ଟିଫିକେସନ , ବ୍ରାଣ୍ଡିଂ ଓ ବିଜ୍ଞାପନ ପରି ମାର୍କେଟିଙ୍ଗରେ ସହାୟତା ମିଳିବ। ଏହି ‘ପିଏମ୍ ବିଶ୍ୱକର୍ମା’ ଯୋଜନାରେ ୧୮ ପ୍ରକାର କାରିଗର ଓ ଶିଳ୍ପୀ ମାନଙ୍କୁ ଲାଭ ମିଳିବ । ୫ ବର୍ଷରେ ୧୩ ହଜାର କୋଟି ଖର୍ଚ୍ଚ କରିବେ କେନ୍ଦ୍ର ସରକାର ।
ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ ନିର୍ମାଣକାରୀଙ୍କୁ ବିଶ୍ବକର୍ମା କହି ସମ୍ବୋଧ କରିଛନ୍ତି। କୃଷି ହେଉ କି ଦରଜୀ ସବୁଠି ଏମାନଙ୍କର ଭୂମିକା ରହିଛି। ଟେକ୍ନୋଲୋଜି ଯେତେ ଆଗକୁ ଗଲେ ବି ଏମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଆଜି ଭଗବାନ ବିଶ୍ବକର୍ମାଙ୍କ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଭଗବାନ ବିଶ୍ବକର୍ମାଙ୍କ ଆଶୀର୍ବାଦରେ ‘ପିଏମ୍ ବିଶ୍ୱକର୍ମା’ ଯୋଜନା ଆରମ୍ଭ ହେଇଛି। ୧୮ଟି କୌଳିକ ବର୍ଗ ଉପରେ ସରକାର ଯୋଜନାରେ ଫୋକସ କରିବେ। ମେସିନ ତିଆରି ନୁହେଁ ହାତି ତିଆରି ଜିନିଷ ଗୁରୁତ୍ବ ଅଧିକ । ଏହି ଯୋଜନାରେ ବଡ଼ବଡ କମ୍ପାନୀ ଆପଣଙ୍କୁ ଦୁଆରକୁ ଆସବେ ବୋଲି ପ୍ରଧାନମନ୍ତ୍ରୀ କହଛନ୍ତି।
ସେହିପରି , ଆଜି ଉଦଘାଟିତ ହୋଇଛି ନୂଆଦିଲ୍ଲୀର ଦ୍ୱାରକାରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ ଓ ଏକ୍ସପୋ ସେଣ୍ଟର ବା ଯଶୋଭୂମିର ପ୍ରଥମ ଅଂଶ। ଯଶୋଭୂମି ଏକ୍ସପୋ ସେଣ୍ଟରର ପ୍ରଥମ ପର୍ଯ୍ୟାୟ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ଦ୍ୱାରକା ସେକ୍ଟର ୨୧ରୁ ୟଶୋଭୂମି ସେକ୍ଟର ୨୫ଯାଏଁ ମେଟ୍ରୋରେ ଯାତ୍ରା କରିଛନ୍ତି ମୋଦୀ। ମେଟ୍ରୋରେ ବିଭିନ୍ନ ବର୍ଗର ଲୋକଙ୍କ ସହ ମୋଦୀ ଆଲୋଚନା ମଧ୍ୟ କରିଛନ୍ତି। ଏହି ଅବସରରେ ମେଟ୍ରୋ ଯାତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ସେଲଫି ଉଠାଇଛନ୍ତି। ଦ୍ୱାରକା ସେକ୍ଟର ୨୧ରୁ ନୂଆ ମେଟ୍ରୋ ଷ୍ଟେସନ ଯଶୋଭୂମି ଦ୍ୱାରକା ସେକ୍ଟର ୨୫ ପର୍ଯ୍ୟନ୍ତ ଦିଲ୍ଲୀ ବିମାନ ବନ୍ଦର ମେଟ୍ରୋ ଏକ୍ସପ୍ରେସ୍ ଲାଇନ୍ ସମ୍ପ୍ରସାରଣ ପ୍ରକଳ୍ପର ମଧ୍ୟ ଉଦଘାଟନ କରିଛନ୍ତି ମୋଦୀ।
ସୂଚନା ଥାଉକି ‘ଯଶୋଭୂମି’ରେ ଏକ ଭବ୍ୟ କନଭେନସନ୍ ସେଣ୍ଟର, ଏକାଧିକ ପ୍ରଦର୍ଶନୀ ହଲ୍ ଏବଂ ଅନ୍ୟାନ୍ୟ ସୁବିଧା ରହିଛି। ୧୧,୦୦୦ରୁ ଅଧିକ ପ୍ରତିନିଧି ବସିବା କ୍ଷମତା ବିଶିଷ୍ଟ କନଭେନସନ୍ ସେଣ୍ଟରରେ ୧୫ଟି କନଭେନସନ ରୁମ୍, ଗ୍ରାଣ୍ଡ ବଲ୍ରୁମ୍ ଏବଂ ୧୩ଟି ମିଟିଂ ରୁମ୍ ରହିଛି। ଅତ୍ୟାଧୁନିକ ବସିବା ସୁବିଧା ଥିବା କନଭେନସନ୍ ସେଣ୍ଟରର ପୂର୍ଣ୍ଣାଙ୍ଗ ହଲ୍ ପର୍ଯ୍ୟଟକଙ୍କୁ ବିଶ୍ୱସ୍ତରୀୟ ଅନୁଭୂତି ପ୍ରଦାନ କରିବ। ପାଖାପାଖି ୫୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏବଂ ମୋଟ ୮.୯ ଲକ୍ଷ ବର୍ଗ ମିଟରରୁ ଅଧିକ ଅଞ୍ଚଳରେ ବ୍ୟାପିଥିବା ‘ଯଶୋଭୂମି’ ବିଶ୍ୱର ସର୍ବବୃହତ ଏମଆଇସିଇ ଗନ୍ତବ୍ୟସ୍ଥଳ ହେବ। ‘ଯଶୋଭୂମି’ର ସମସ୍ତ ସାର୍ବଜନୀନ ପ୍ରସାରଣ କ୍ଷେତ୍ରକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ଏହା କନଭେନସନ ସେଣ୍ଟର ବାହାରେ ଥିବା ସ୍ଥାନ ସହିତ ନିରନ୍ତରତା ପ୍ରତିପାଦିତ କରେ। ଏହା ଭାରତୀୟ ସଂସ୍କୃତିରୁ ଅନୁପ୍ରାଣିତ ସାମଗ୍ରୀ ଓ ବସ୍ତୁକୁ ନେଇ ନିର୍ମିତ ହୋଇଥିବା ବେଳେ ପିତ୍ତଳ ରଙ୍ଗୋଲି ଢାଞ୍ଚା, ଶବ୍ଦ ଶୋଷଣକାରୀ ଧାତୁ ସିଲିଣ୍ଡର ଏବଂ ଆଲୋକିତ ଢାଞ୍ଚାଯୁକ୍ତ କାନ୍ଥକୁ ପ୍ରତିନିଧିତ୍ୱ କରିଥାଏ।
ପର୍ୟ୍ୟଟକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ‘ଯଶୋଭୂମି’ରେ ହାଇଟେକ୍ ସୁରକ୍ଷା ବ୍ୟବସ୍ଥା ମଧ୍ୟ ରହିଛି। ୩ ହଜାରରୁ ଅଧିକ କାର୍ ପାଇଁ ଭୂତଳ କାର୍ ପାର୍କିଂ ସୁବିଧାରେ ୧୦୦ରୁ ଅଧିକ ଇଲେକ୍ଟ୍ରିକ୍ ଚାର୍ଜିଂ ପଏଣ୍ଟ ରହିଛି। ସେହିପରି ଦିଲ୍ଲୀ ମେଟ୍ରୋ ଏୟାରପୋର୍ଟ ଏକ୍ସପ୍ରେସ ଲାଇନରେ ମେଟ୍ରୋର ବେଗ ଘଣ୍ଟାପ୍ରତି ୯୦ରୁ ୧୨୦ କିଲୋମିଟରକୁ ବୃଦ୍ଧି କରିବ। ଯାତ୍ରା ସମୟ ହ୍ରାସ କରିବ। ‘ନୂଆଦିଲ୍ଲୀ’ ରୁ ‘ଯଶୋଭୂମି ଦ୍ୱାରକା ସେକ୍ଟର ୨୫’ ପର୍ୟ୍ୟନ୍ତ ମୋଟ ଯାତ୍ରା ପାଇଁ ପ୍ରାୟ ୨୧ ମିନିଟ୍ ସମୟ ଲାଗିବ।