ମନ୍ତ୍ରୀ ଠିକ ନ ଥିଲେ କାର୍ଯ୍ୟାନୁଷ୍ଠାନ ନେବେ ପ୍ରଧାନମନ୍ତ୍ରୀ : କୋର୍ଟ କିଛି କରିପାରିବେନି

The Sakala Picture
Published On

ନୂଆଦିଲ୍ଲୀ : ମନ୍ତ୍ରୀ ଠିକ ନଥିଲେ ପ୍ରଧାନମନ୍ତ୍ରୀ ଏ ସମ୍ବନ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏହି ମାମଲାରେ କୋର୍ଟ କିଛି କରିପାରିବେନି। କେନ୍ଦ୍ରମନ୍ତ୍ରୀ ଭିକେ ସିଂହଙ୍କ ବିରୋଧରେ ଆଗତ ମାମଲା ଉପରେ ଶୁଣାଣି କରିବାକୁ ମନା କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ସୂଚନାଯୋଗ୍ୟ ଯେ ଗତ ଫେବୃଆରୀ ୭ରେ ଭିକେ ସିଂହ କହିଥିଲେ ଯେ ଚୀନ ତୁଳନାରେ ଭାରତ ଅଧିକ ଥର ଏଲଏସି ଅତିକ୍ରମ କରିଛି। ଏହାକୁ ବିରୋଧ କରି ତାମିଲନାଡୁର ଚନ୍ଦ୍ରଶେଖରନ ରାମାସ୍ବାମୀ ସର୍ବୋଚ୍ଚ […]

ନୂଆଦିଲ୍ଲୀ : ମନ୍ତ୍ରୀ ଠିକ ନଥିଲେ ପ୍ରଧାନମନ୍ତ୍ରୀ ଏ ସମ୍ବନ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏହି ମାମଲାରେ କୋର୍ଟ କିଛି କରିପାରିବେନି। କେନ୍ଦ୍ରମନ୍ତ୍ରୀ ଭିକେ ସିଂହଙ୍କ ବିରୋଧରେ ଆଗତ ମାମଲା ଉପରେ ଶୁଣାଣି କରିବାକୁ ମନା କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ସୂଚନାଯୋଗ୍ୟ ଯେ ଗତ ଫେବୃଆରୀ ୭ରେ ଭିକେ ସିଂହ କହିଥିଲେ ଯେ ଚୀନ ତୁଳନାରେ ଭାରତ ଅଧିକ ଥର ଏଲଏସି ଅତିକ୍ରମ କରିଛି। ଏହାକୁ ବିରୋଧ କରି ତାମିଲନାଡୁର ଚନ୍ଦ୍ରଶେଖରନ ରାମାସ୍ବାମୀ ସର୍ବୋଚ୍ଚ ନ୍ୟାୟାଳୟରେ ପିଟିସନ ଦାଖଲ କରିଥିଲେ। ଏଥିରେ ଚୀନ ସୀମାରେ ଭାରତର ଆନୁଷ୍ଠାନିକ ସ୍ଥିତି ଉପରେ ଟିପ୍ପଣୀ ଦେଇ କେନ୍ଦ୍ରମନ୍ତ୍ରୀ ନିଜ ଶପଥର ଉଲ୍ଲଙ୍ଘନ କରିଥିବା ଦାବି ହୋଇଥିଲା ଏବଂ କେନ୍ଦ୍ରକୁ ଏହା ଘୋଷଣା କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟଙ୍କୁ ନିବେଦନ କରାଯାଇଥିଲା। ପ୍ରଧାନ ବିଚାରପତି ଏନଭି ରମଣଙ୍କ ଖଣ୍ଡପୀଠ କହିଥିଲେ ଯେ ଯଦି କୌଣସି ମନ୍ତ୍ରୀଙ୍କ ବୟାନ ଭଲ ଲାଗୁନି ତେବେ ତାହାର ଅର୍ଥ ନୁହେଁ ଯେ ଆପଣ ପିଟିସନ ଦାଏର କରି ମନ୍ତବ୍ୟ ପ୍ରତ୍ୟାହାର କରିବାକୁ ଦାବି କରିବେ। ଯଦି ମନ୍ତ୍ରୀ ଠିକ ନଥିବେ ତେବେ ପ୍ରଧାନମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେବେ।

ଆହୁରି ପଢ଼ନ୍ତୁ: ଶତ୍ରୁ ଶିବିରରେ ହାହାକାର ସୃଷ୍ଟି କରିବ ‘ପ୍ରୋଜେକ୍ଟ କାଲ୍’: ଭାରତ ପ୍ରସ୍ତୁତ କରୁଛି ୧୦୦୦ କିମି ରେଞ୍ଜର ଘାତକ ଡ୍ରୋନ୍

03 Jul 2021 By The Sakala

ମନ୍ତ୍ରୀ ଠିକ ନ ଥିଲେ କାର୍ଯ୍ୟାନୁଷ୍ଠାନ ନେବେ ପ୍ରଧାନମନ୍ତ୍ରୀ : କୋର୍ଟ କିଛି କରିପାରିବେନି

ନୂଆଦିଲ୍ଲୀ : ମନ୍ତ୍ରୀ ଠିକ ନଥିଲେ ପ୍ରଧାନମନ୍ତ୍ରୀ ଏ ସମ୍ବନ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏହି ମାମଲାରେ କୋର୍ଟ କିଛି କରିପାରିବେନି। କେନ୍ଦ୍ରମନ୍ତ୍ରୀ ଭିକେ ସିଂହଙ୍କ ବିରୋଧରେ ଆଗତ ମାମଲା ଉପରେ ଶୁଣାଣି କରିବାକୁ ମନା କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ସୂଚନାଯୋଗ୍ୟ ଯେ ଗତ ଫେବୃଆରୀ ୭ରେ ଭିକେ ସିଂହ କହିଥିଲେ ଯେ ଚୀନ ତୁଳନାରେ ଭାରତ ଅଧିକ ଥର ଏଲଏସି ଅତିକ୍ରମ କରିଛି। ଏହାକୁ ବିରୋଧ କରି ତାମିଲନାଡୁର ଚନ୍ଦ୍ରଶେଖରନ ରାମାସ୍ବାମୀ ସର୍ବୋଚ୍ଚ ନ୍ୟାୟାଳୟରେ ପିଟିସନ ଦାଖଲ କରିଥିଲେ। ଏଥିରେ ଚୀନ ସୀମାରେ ଭାରତର ଆନୁଷ୍ଠାନିକ ସ୍ଥିତି ଉପରେ ଟିପ୍ପଣୀ ଦେଇ କେନ୍ଦ୍ରମନ୍ତ୍ରୀ ନିଜ ଶପଥର ଉଲ୍ଲଙ୍ଘନ କରିଥିବା ଦାବି ହୋଇଥିଲା ଏବଂ କେନ୍ଦ୍ରକୁ ଏହା ଘୋଷଣା କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟଙ୍କୁ ନିବେଦନ କରାଯାଇଥିଲା। ପ୍ରଧାନ ବିଚାରପତି ଏନଭି ରମଣଙ୍କ ଖଣ୍ଡପୀଠ କହିଥିଲେ ଯେ ଯଦି କୌଣସି ମନ୍ତ୍ରୀଙ୍କ ବୟାନ ଭଲ ଲାଗୁନି ତେବେ ତାହାର ଅର୍ଥ ନୁହେଁ ଯେ ଆପଣ ପିଟିସନ ଦାଏର କରି ମନ୍ତବ୍ୟ ପ୍ରତ୍ୟାହାର କରିବାକୁ ଦାବି କରିବେ। ଯଦି ମନ୍ତ୍ରୀ ଠିକ ନଥିବେ ତେବେ ପ୍ରଧାନମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେବେ।

https://www.thesakala.in/national-international/pm-to-take-action-if-minister-is-not-right-court-cannot-do-anything/article-3434
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର