ବଦଳିଲା ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ତାରିଖ: ଜୁନ୍ ୮ ନୁହେଁ ୯ ରେ ଶପଥ ନେଇପାରନ୍ତି ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରିନ୍ତି ନରେନ୍ଦ୍ର ମୋଦୀ। ପୂର୍ବରୁ ଶନିବାର (ଜୁନ୍ ୮)ରେ ଶପଥ ନେବା ନେଇ ଘୋଷଣା ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଶପଥ ଉତ୍ସୋବ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। ବିଜେପି ନେତୃତ୍ୱାଧୀନ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ଗତକାଲି ନରେନ୍ଦ୍ର ମୋଦୀ ରାଷ୍ଟ୍ରପତିଙ୍କୁ ଭେଟି ଇସ୍ତଫା ଦେବା ସହ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରିନ୍ତି ନରେନ୍ଦ୍ର ମୋଦୀ। ପୂର୍ବରୁ ଶନିବାର (ଜୁନ୍ ୮)ରେ ଶପଥ ନେବା ନେଇ ଘୋଷଣା ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଶପଥ ଉତ୍ସୋବ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି।
ଆହୁରି ପଢ଼ନ୍ତୁ: ନିର୍ବାଚନ ଆୟୋଗରେ ବଡ଼ ବିବାଦ: RTI ରିପୋର୍ଟରୁ ଖୁଲାସା ହେଲା ବରିଷ୍ଠ ଅଧିକାରୀଙ୍କ ଏକପାଖିଆ ନିଷ୍ପତ୍ତି
ବିଜେପି ନେତୃତ୍ୱାଧୀନ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ଗତକାଲି ନରେନ୍ଦ୍ର ମୋଦୀ ରାଷ୍ଟ୍ରପତିଙ୍କୁ ଭେଟି ଇସ୍ତଫା ଦେବା ସହ ସରକାର ଗଢିବା ନେଇ ପ୍ରସ୍ତାବ ଦେଇଥିଲେ। ରାଷ୍ଟ୍ରପତି ଇସ୍ତଫା ଗ୍ରହଣ କରିବା ସହ ନୂଆ ସରକାର ପାଇଁ ଅନୁମତି ଦେବା ପରେ ଦଳ ପକ୍ଷରୁ ଶପଥ ଉତ୍ସବ ଜୁନ୍ ୮ ନେଇ ଘୋଷଣା ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ଶନିବାର ନୁହେଁ, ରବିବାର ନରେନ୍ଦ୍ର ମୋଦୀ ଶପଥ ନେଇପାରନ୍ତି। ତେବେ ଏନେଇ ଏପର୍ଯ୍ୟାନ୍ତ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା ହୋଇନାହିଁ।
ଆହୁରି ପଢ଼ନ୍ତୁ: ଆମେରିକାରେ ଭାରତୀୟ ବଂଶୋଦ୍ଭବ ଲ୍ୟାବ୍ ମାଲିକଙ୍କ ବିରୋଧରେ ୬୬ ନିୟୁତ ଡଲାରର କୋଭିଡ୍ ଟେଷ୍ଟ୍ ଜାଲିଆତି ଅଭିଯୋଗ
ଆହୁରି ପଢ଼ନ୍ତୁ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ: ଇରାନ ବିରୋଧରେ ପୁଣି ହୋଇପାରେ ସାମରିକ କାର୍ଯ୍ୟାନୁଷ୍ଠାନ






