କରୋନାରେ ଅନାଥ ହୋଇଥିବା ପିଲାଙ୍କୁ ପ୍ରତି ମାସରେ ମିଳିବ ୪ ହଜାର ଟଙ୍କା ସହ ୫ ଲକ୍ଷର ମାଗଣା ଚିକିତ୍ସା

The Sakala Picture
Published On

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପିଲାଙ୍କ ପାଇଁ ପିଏମ କେୟାର୍ସ ଯୋଜନାର ଲାଭ ହସ୍ତାନ୍ତର କରିଛନ୍ତି । କେନ୍ଦ୍ର ମନ୍ତ୍ରୀ  ସ୍ମୃତି ଇରାନୀଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହି କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିଲେ । ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କରୋନା ମହାମାରୀରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପିଲାମାନଙ୍କ ଜୀବନର ସବୁଠୁ ସଙ୍କଟପୂର୍ଣ୍ଣ ମୁହୂର୍ତ୍ତରେ ସେମାନଙ୍କ ପ୍ରତି ସହାନୁଭୂତି ପ୍ରକଟ କରିଥିଲେ । […]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପିଲାଙ୍କ ପାଇଁ ପିଏମ କେୟାର୍ସ ଯୋଜନାର ଲାଭ ହସ୍ତାନ୍ତର କରିଛନ୍ତି । କେନ୍ଦ୍ର ମନ୍ତ୍ରୀ  ସ୍ମୃତି ଇରାନୀଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହି କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିଲେ ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କରୋନା ମହାମାରୀରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପିଲାମାନଙ୍କ ଜୀବନର ସବୁଠୁ ସଙ୍କଟପୂର୍ଣ୍ଣ ମୁହୂର୍ତ୍ତରେ ସେମାନଙ୍କ ପ୍ରତି ସହାନୁଭୂତି ପ୍ରକଟ କରିଥିଲେ । ‘‘ସବୁଦିନ ଏକ ନୂଆ ସଂଘର୍ଷ, ଏକ ନୂଆ ଆହ୍ୱାନ ଆସିଥାଏ । ଆଜି ଆମ ସହ ଯେଉଁ ପିଲାମାନେ ରହିଛନ୍ତି, ଯେଉଁମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି, ସେମାନଙ୍କର ଯନ୍ତ୍ରଣା ଶବ୍ଦରେ ପ୍ରକାଶ କରିବା ସମ୍ଭବ ନୁହେଁ’’, ଭାବବିହ୍ୱଳ ହୋଇ ପ୍ରଧାନମନ୍ତ୍ରୀ ପିଲାମାନଙ୍କ ଉଦ୍ଦେଶ୍ୟରେ କହିଥିଲେ । ପିଲାମାନଙ୍କୁ ସେ କହିଥିଲେ ଯେ, ଜଣେ ପ୍ରଧାନମନ୍ତ୍ରୀ ଭାବେ ନୁହେଁ, ବରଂ ଜଣେ ପରିବାରର ସଦସ୍ୟ ଭାବେ ସେ ଏ କଥା କହୁଛନ୍ତି ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ଏଭଳି ପରିସ୍ଥିତିରେ, କରୋନା ମହାମାରୀ କାରଣରୁ ନିଜ ମାତା ଓ ପିତାଙ୍କୁ ହରାଇଥିବା ପିଲାମାନଙ୍କ ଯନ୍ତ୍ରଣା ଦୂର କରିବା ଲାଗି ପିଲାଙ୍କ ଲାଗି ପିଏମ କେୟାର୍ସ ଯୋଜନା ଏକ ଛୋଟିଆ ପ୍ରୟାସ । ପ୍ରତ୍ୟେକ ଦେଶବାସୀ ସର୍ବାଧିକ ସମ୍ବେଦନଶୀଳତାର ସହିତ ଆପଣମାନଙ୍କ ସହିତ ରହିଛନ୍ତି, ପିଲାଙ୍କ ପାଇଁ ପିଏମ କେୟାର୍ସ ଯୋଜନା ଏହାର ଏକ ପ୍ରତିଫଳନ।’’ ଏହି ଅବସରରେ ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ, ଯଦି ଉଚ୍ଚ ଶିକ୍ଷା କିମ୍ବା ବୃତ୍ତିଗତ ଶିକ୍ଷା ପାଇଁ କେହି ପିଲା ଯଦି ଶିକ୍ଷା ଋଣ ଚାହୁଁଛନ୍ତି, ତା’ହେଲେ ପିଏମ କେୟାର୍ସ ସେଥିରେ ମଧ୍ୟ ସହାୟତା ଯୋଗାଇ ଦେବ ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

ଅନ୍ୟାନ୍ୟ ଦୈନିକ ଆବଶ୍ୟକତା ପାଇଁ, ଅନ୍ୟ ଯୋଜନାଗୁଡ଼ିକ ମାଧ୍ୟମରେ ମାସିକ ୪ ହଜାର ଟଙ୍କାର ସହାୟତା ଦିଆଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହାଛଡ଼ା ପିଲାମାନେ ୨୩ ବର୍ଷ ବୟସରେ ଉପନୀତ ହେବା ପରେ ସେମାନଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ । ପିଲାମାନଙ୍କୁ ଆୟୁଷ୍ମାନ କାର୍ଡ ଜରିଆରେ ସ୍ୱାସ୍ଥ୍ୟ ବୀମା ସୁରକ୍ଷା ମଧ୍ୟ ମିଳିବ । ମାନସିକ ଏବଂ ଭାବନାତ୍ମକ ସହାୟତା ପାଇଁ ସମ୍ବାଦ ହେଲ୍ପଲାଇନ ଜରିଆରେ ଭାବନାତ୍ମକ ପରାମର୍ଶ ମଧ୍ୟ ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର