ମନ କି ବାତରେ ବାତ୍ୟା ମୁକାବିଲାକୁ ପ୍ରଂଶସା କଲେ ପ୍ରଧାନମନ୍ତ୍ରୀ

The Sakala Picture
Published On

ନୂଆଦିଲ୍ଲୀ: ଆଜି ମନ କି ବାତରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରି କହିଛନ୍ତି ଯେ, ଆମେ ଦେଖୁଛୁ କେଉଁଭଳି ଭାବେ ଦେଶ ନିଜର ସମସ୍ତ ଶକ୍ତି ସହ କୋଭିଡ୍-୧୯ ବିରୁଦ୍ଧରେ ସଂଗ୍ରାମ କରୁଛି । ବିଗତ ଶହେ ବର୍ଷରେ ଏହା ସବୁଠାରୁ ବଡ଼ ମହାମାରୀ ଏବଂ ଏହି ମହାମାରୀ ସମୟରେ ଭାରତ ଅନେକ ପ୍ରାକୃତିକ ବିପର୍ଯ୍ୟୟର ମଧ୍ୟ ଦୃଢ଼ତାର ସହ ମୁକାବିଲା କରିଛି । ଏହି ସମୟ ମଧ୍ୟରେ ଅମ୍ଫନ୍, ନିଃସର୍ଗ ଭଳି ବାତ୍ୟା ହେଲା, […]

ନୂଆଦିଲ୍ଲୀ: ଆଜି ମନ କି ବାତରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରି କହିଛନ୍ତି ଯେ, ଆମେ ଦେଖୁଛୁ କେଉଁଭଳି ଭାବେ ଦେଶ ନିଜର ସମସ୍ତ ଶକ୍ତି ସହ କୋଭିଡ୍-୧୯ ବିରୁଦ୍ଧରେ ସଂଗ୍ରାମ କରୁଛି । ବିଗତ ଶହେ ବର୍ଷରେ ଏହା ସବୁଠାରୁ ବଡ଼ ମହାମାରୀ ଏବଂ ଏହି ମହାମାରୀ ସମୟରେ ଭାରତ ଅନେକ ପ୍ରାକୃତିକ ବିପର୍ଯ୍ୟୟର ମଧ୍ୟ ଦୃଢ଼ତାର ସହ ମୁକାବିଲା କରିଛି । ଏହି ସମୟ ମଧ୍ୟରେ ଅମ୍ଫନ୍, ନିଃସର୍ଗ ଭଳି ବାତ୍ୟା ହେଲା, ଅନେକ ରାଜ୍ୟରେ ବନ୍ୟା ହେଲା, ଅନେକ ଛୋଟ-ବଡ଼ ଭୂମିକମ୍ପ ହେଲା, ଭୂସ୍ଖଳନ ହେଲା । ଏବେ ଏବେ ବିଗତ ଦଶ ଦିନ ମଧ୍ୟରେ ହିଁ ଦେଶ ପୁଣି ଥରେ ଦୁଇଟି ବଡ଼ ବାତ୍ୟାର ସମ୍ମୁଖୀନ ହେଲା । ପଶ୍ଚିମ ଉପକୂଳରେ ବାତ୍ୟା “ତାଉତେ’’ ଏବଂ ପୂର୍ବ ଉପକୂଳରେ ବାତ୍ୟା “ୟସ୍’’ । ଏହି ଦୁଇ ବାତ୍ୟା ଅନେକ ରାଜ୍ୟକୁ ପ୍ରଭାବିତ କରିଛି । ଦେଶ ଏବଂ ଦେଶର ଜନତା ପୂର୍ଣ୍ଣ ଶକ୍ତି ସହ ଏହା ସହିତ ସଂଗ୍ରାମ କଲେ ଏବଂ ନ୍ୟୁନତମ ଜୀବନହାନୀ ସୁନିଶ୍ଚିତ ହେଲା । ଏବେ ଆମେ ଅନୁଭବ କରୁଛୁ ଯେ, ପୂର୍ବ ବର୍ଷମାନଙ୍କ ଅପେକ୍ଷା ଆମେ ଅଧିକରୁ ଅଧିକ ଲୋକଙ୍କ ଜୀବନ ରକ୍ଷା କରିପାରୁଛୁ ।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ସଙ୍କଟର ଏହି କଠିନ ଏବଂ ଅସାଧାରଣ ପରିସ୍ଥିତିରେ ବାତ୍ୟାରେ ପ୍ରଭାବିତ ହୋଇଥିବା ସମସ୍ତ ରାଜ୍ୟର ଲୋକେ ଯେଉଁଭଳି ସାହସର ପରିଚୟ ଦେଇଛନ୍ତି, ଏହି ସଙ୍କଟଜନକ ସମୟରେ ଅତ୍ୟନ୍ତ ଧୈର୍ଯ୍ୟ ସହ, ଶୃଙ୍ଖଳିତ ଭାବେ ମୁକାବିଲା କରିଛନ୍ତି – ମୁଁ ଆଦରର ସହ, ହୃଦୟରୁ ସମସ୍ତ ନାଗରିକଙ୍କ ପ୍ରଶଂସା କରିବାକୁ ଚାହୁଁଛି । ଯେଉଁ ଲୋକେ ଆଗେଇ ଆସି ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ଭାଗ ନେଲେ, ଏଭଳି ସମସ୍ତ ଲୋକଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ ତାହା କମ୍ ହେବ । ମୁଁ ସେମାନଙ୍କୁ ସମସ୍ତଙ୍କୁ ସାଲ୍ୟୁଟ୍ କରୁଛି । କେନ୍ଦ୍ର, ରାଜ୍ୟ ସରକାରମାନେ ଏବଂ ସ୍ଥାନୀୟ ପ୍ରଶାସନ – ସମସ୍ତେ ଏକାଠି ମିଶି ଏହି ବିପତ୍ତିର ମୁକାବିଲା କରିବାରେ ଲାଗିପଡ଼ିଛନ୍ତି । ମୁଁ ସେହି ସମସ୍ତ ଲୋକଙ୍କ ପ୍ରତି ନିଜର ସମବେଦନା ପ୍ରକାଶ କରିବାକୁ ଚାହୁଁଛି, ଯେଉଁମାନେ ନିଜର ଆତ୍ମୀୟମାନଙ୍କୁ ହରାଇଛନ୍ତି । ଯେଉଁମାନେ ଏହି ବିପର୍ୟ୍ୟୟରେ କ୍ଷତିର ସମ୍ମୁଖୀନ ହୋଇଛନ୍ତି, ଆମେ ସମସ୍ତେ ଏହି ଦୁଃସମୟରେ ଦୃଢ଼ତାର ସହ ସେମାନଙ୍କ ସହିତ ଛିଡ଼ା ହୋଇଛୁ ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ମୋର ପ୍ରିୟ ଦେଶବାସୀଗଣ, ଆହ୍ୱାନ ଯେତେ ବଡ଼ ହୋଇଥାଉ ନା କାହିଁକି, ଭାରତର ବିଜୟ ସଂକଳ୍ପ ମଧ୍ୟ ସର୍ବଦା ସେତିକି ବିଶାଳ ହୋଇଛି । ଦେଶର ସାମୁହିକ ଶକ୍ତି ଏବଂ ଆମର ସେବା ମନୋଭାବ ଦେଶକୁ ପ୍ରତ୍ୟେକ ବିପର୍ଯ୍ୟୟରୁ ଉଦ୍ଧାର କରିଛି । ବିଗତ ଦିନମାନଙ୍କରେ ଆମେ ଦେଖିଲୁ, କେଉଁଭଳି ଭାବେ ଆମ ଡାକ୍ତରମାନେ, ନର୍ସମାନେ ଏବଂ ଅଗ୍ରଣୀ କରୋନା ଯୋଦ୍ଧାମାନେ ନିଜ କଥା ଚିନ୍ତା ନ କରି ଦିନରାତି କାମ କଲେ ଏବଂ ଆଜି ମଧ୍ୟ କରୁଛନ୍ତି । ଏମାନଙ୍କ ମଧ୍ୟରେ ଅନେକ ଏଭଳି ମଧ୍ୟ ଅଛନ୍ତି, ଯେଉଁମାନଙ୍କର କରୋନା ଦ୍ୱିତୀୟ ଲହରୀ ସହ ସଂଗ୍ରାମରେ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ଏହି କରୋନା ଯୋଦ୍ଧାମାନଙ୍କ ସମ୍ପର୍କରେ ଆଲୋଚନା କରିବା ପାଇଁ ମନ୍ କି ବାତ୍ ର ଅନେକ ଶ୍ରୋତା ନମୋ ଆପ୍ ଏବଂ ଚିଠି ମାଧ୍ୟମରେ ମୋତେ ଅନୁରୋଧ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ଯେତେବେଳେ ସେକେଣ୍ଡ ୱେଭ୍ ଆସିଲା, ହଠାତ୍ ଅକ୍ସିଜେନର ଚାହିଦା ଅନେକ ଗୁଣ ବଢ଼ିଗଲା । ଏହା ଗୋଟିଏ ବହୁତ ବଡ଼ ଆହ୍ୱାନ ଥିଲା । ମେଡିକାଲ୍ ଅକ୍ସିଜେନକୁ ଦେଶର ଦୂର-ଦୂରାନ୍ତ ଅଞ୍ଚଳକୁ ପଠାଇବା ହିଁ ଗୋଟିଏ ବଡ଼ କଠିନ କାର୍ଯ୍ୟ ଥିଲା । ଅକ୍ସିଜେନ ଟ୍ୟାଙ୍କର ଯଦି ଦୃତ ଗତିରେ ଯାତ୍ରା କରେ ଆଉ କୌଣସି ଛୋଟିଆ ଭୁଲଟିଏ ହେଇଯାଏ, ତାହେଲେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିପାରେ । ଇଣ୍ଡଷ୍ଟ୍ରିଆଲ୍ ଅକ୍ସିଜେନ ଉତ୍ପାଦନ କରୁଥିବା ଅନେକ କାରଖାନା ଦେଶର ପୂର୍ବାଞ୍ଚଳରେ ରହିଛି । ସେଠାରୁ ଦେଶର ଅନ୍ୟ ରାଜ୍ୟମାନଙ୍କୁ ଅକ୍ସିଜେନ ପହଂଚାଇବାରେ ମଧ୍ୟ ଅନେକ ଦିନ ଲାଗିଥାଏ । ଦେଶ ସମ୍ମୁଖୀନ ହୋଇଥିବା ଏହି ଆହ୍ୱାନରେ ଦେଶକୁ ସାହାଯ୍ୟ କଲେ କ୍ରାୟୋଜେନିକ୍ ଟ୍ୟାଙ୍କର ଚଳାଉଥିବା ଡ୍ରାଇଭରମାନେ, ଅକ୍ସିଜେନ ଏକ୍ସପ୍ରେସ୍ ଏବଂ ବାୟୁସେନାର ପାଇଲଟ୍ ମାନେ । ଏଭଳି ଅନେକ ଲୋକ ଯୁଦ୍ଧକାଳୀନ ଭିତ୍ତିରେ କାମ କରି ହଜାର ହଜାର, ଲକ୍ଷ ଲକ୍ଷ ଜୀବନ ରକ୍ଷା କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର