ଆତ୍ମନିର୍ଭର ଭାରତ ପାଇଁ ଭାରତୀୟ ଖେଳଣା

The Sakala Picture
Published On

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର  ଭିଡିଓ କନଫରେନସିଂ ଜରିଆରେ ଭାରତ ଖେଳଣା ମେଳା ୨୦୨୧ ଉଦଘାଟନ କରିଛନ୍ତି। ଆତ୍ମନିର୍ଭର ଭାରତ ପାଇଁ ଭାରତୀୟ ଖେଳଣାକୁ ପ୍ରାତ୍ସାହିତ କରିବା ଏହର ଉଦ୍ଦେଶ୍ୟ । ଏହି ମେଳା ୪ ଦିନ ଯାଏଁ ଚାଲିବ। ମୋଦୀ କହିଛନ୍ତି ଏହି ପ୍ରଥମ ଖେଳଣା ମେଳା କେବଳ ବ୍ୟବସାୟିକ ଏବଂ ଆର୍ଥିକ କାର୍ଯ୍ଯକ୍ରମ ନୁହେଁ ବରଂ ଦେଶର ପୁରାତନ ଖେଳ ଓ ସଂସ୍କୃତିକୁ ମଜବୁତ କରିବା ଏହାର ଉଦ୍ଦେଶ୍ୟ। Delhi: PM Narendra […]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର  ଭିଡିଓ କନଫରେନସିଂ ଜରିଆରେ ଭାରତ ଖେଳଣା ମେଳା ୨୦୨୧ ଉଦଘାଟନ କରିଛନ୍ତି। ଆତ୍ମନିର୍ଭର ଭାରତ ପାଇଁ ଭାରତୀୟ ଖେଳଣାକୁ ପ୍ରାତ୍ସାହିତ କରିବା ଏହର ଉଦ୍ଦେଶ୍ୟ । ଏହି ମେଳା ୪ ଦିନ ଯାଏଁ ଚାଲିବ। ମୋଦୀ କହିଛନ୍ତି ଏହି ପ୍ରଥମ ଖେଳଣା ମେଳା କେବଳ ବ୍ୟବସାୟିକ ଏବଂ ଆର୍ଥିକ କାର୍ଯ୍ଯକ୍ରମ ନୁହେଁ ବରଂ ଦେଶର ପୁରାତନ ଖେଳ ଓ ସଂସ୍କୃତିକୁ ମଜବୁତ କରିବା ଏହାର ଉଦ୍ଦେଶ୍ୟ।

ଆହୁରି ପଢ଼ନ୍ତୁ: 'କେବେ ହେବ ପୋଲିସ୍ SI ପରୀକ୍ଷା' ? ଷ୍ଟୁଡେଣ୍ଟ ଏଗେନଷ୍ଟ କରପସନ ପକ୍ଷରୁ ଲୋୟର ପିଏମଜିରେ ଆଶାୟୀଙ୍କ ବିକ୍ଷୋଭ


ଆପଣମାନଙ୍କ ସହ କଥା ହୋଇ ଜଣାପଡ଼ିଛି ଯେ, ଆମ ଦେଶର ଖେଳଣା ଉଦ୍ୟୋଗରେ କେତେ ବଡ ଶକ୍ତି ଲୁଚି ରହିଛି। ଏହି ଶକ୍ତିକୁ ବଢାଇବା, ଏହାର ପରିଚୟ ବଢାଇବା, ଆତ୍ମନିର୍ଭର ଭାରତ ଅଭିଯାନର ବହୁତ ବଡ ଅଂଶ ବୋଲି ମୋଦୀ କହିଛନ୍ତି। ଏବେ ଯାହାକୁ ଆପଣମାନେ ଲୁଡୁ କହୁଛନ୍ତି ତାହା ଆଗରୁ ପଚ୍ଚିସି ଥିଲା। ଆମ ଧର୍ମ ଗ୍ରନ୍ଥରେ ବି ବାଲ୍ୟ ରାମଙ୍କ ପାଇଁ ଅନେକ ଖେଳଣାର ବର୍ଣନା ରହିଛି। ଅଧିକାଂଶ ଭାରତୀୟ ଖେଳନା ପ୍ରାକୃତିକ ଓ ଇକୋ ଫ୍ରେଣ୍ଡଲି ସାମଗ୍ରୀରେ ତିଆରି ହୁଏ, ଏଥିପାଇଁ ବ୍ୟବହୃତ ହେଉଥିବା ରଙ୍ଗ ବି ପ୍ରାକୃତିକ ଏବଂ ସୁରକ୍ଷିତ ବୋଲି ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ କହିଛନ୍ତି।

ମୋଦୀ ନିଜର ସମ୍ବୋଧନରେ ଗୁରୁଦେବ ରବୀନ୍ଦ୍ର ନାଥ ଟାଗୋରଙ୍କ ଏକ କବିତାର ପଂକ୍ତି ଦୋହରାଇଛନ୍ତି। ସେ କହିଛନ୍ତି, ଗୋଟିଏ ଖେଳନା ଶିଶୁଙ୍କ ଖୁସି ଅନନ୍ତ ଦୁନିଆକୁ ନେଇଯାଇଥାଏ। ଖେଳନାର ଗୋଟିଏ ଗୋଟିଏ ରଙ୍ଗ ଶିଶୁଙ୍କ ଜୀବନରେ ଅନେକ ରଙ୍ଗ ଭରି ଦେଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp