ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ମାମଲା: ଘଟଣାର ତଦନ୍ତ ପାଇଁ କମିଟି ଗଠନ କଲେ ସୁପ୍ରିମକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ମାମଲାର ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ତଦନ୍ତ ପାଇଁ ଏକ ନୂଆ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ । ଜଣେ ଅବସରପ୍ରାପ୍ତ ଜଜ୍‌ଙ୍କ ନେତୃତ୍ୱରେ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ମାମଲାର ଶୁଣାଣି କରି କହିଛନ୍ତି ଯେ, ଘଟଣାରେ ଏବେ ଯାଏଁ ଚାଲିଥିବା ସମସ୍ତ ତଦନ୍ତକୁ ବନ୍ଦ କରାଯାଉ। ଏହାସହିତ ପ୍ରଧାନମନ୍ତ୍ରୀ କାର୍‌କେଡ୍‌ ଫସିବା ଘଟଣାର ତଦନ୍ତ […]

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ମାମଲାର ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ତଦନ୍ତ ପାଇଁ ଏକ ନୂଆ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ । ଜଣେ ଅବସରପ୍ରାପ୍ତ ଜଜ୍‌ଙ୍କ ନେତୃତ୍ୱରେ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ମାମଲାର ଶୁଣାଣି କରି କହିଛନ୍ତି ଯେ, ଘଟଣାରେ ଏବେ ଯାଏଁ ଚାଲିଥିବା ସମସ୍ତ ତଦନ୍ତକୁ ବନ୍ଦ କରାଯାଉ। ଏହାସହିତ ପ୍ରଧାନମନ୍ତ୍ରୀ କାର୍‌କେଡ୍‌ ଫସିବା ଘଟଣାର ତଦନ୍ତ ପାଇଁ ଜଣେ ଅବସରପ୍ରାପ୍ତ ଜଜ୍‌ଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ ହେବ । ଏହି କମିଟିରେ ହାଇକୋର୍ଟ ରେଜିଷ୍ଟ୍ରାର, ଏନ୍‌ଆଇଏ ଡିଜି ଓ ପଞ୍ଜାବ ପୁଲିସର ଅତିରିକ୍ତ ଡିଜି ରହିବେ ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ସୂଚନା ଅନୁଯାୟୀ, କିଛି ଦିନ ତଳେ ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍‌କେଡ ଫସିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରାୟ ୧୫ ମିନିଟ୍‌ ଧରି ରାସ୍ତାରେ ଅଟକ ରଖିଥିଲେ ଚାଷୀ । ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ଦୃଷ୍ଟି​‌ରେ ରଖି ଫିରୋଜପୁରରେ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ ରାଲିକୁ ରଦ୍ଦ କରାଯାଇଥିଲା। ତେବେ ଘଟଣାରେ ତ୍ୱରିତ ପଦକ୍ଷେପ ନେଇ ଭାରତ ସରକାର ଓ ପଞ୍ଜାବ ସରକାର ଏକ ତଦନ୍ତ କମିଟି ଗଠନ କରିଥିଲେ ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର