ପରମବୀର ଚକ୍ର ବିଜେତାଙ୍କ ନାମରେ ନାମିତ ହେଲା ଆଣ୍ଡାମାନ ନିକୋବରର ୨୧ ଦ୍ୱୀପ

The Sakala Picture
Published On

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଣ୍ଡାମାନ ନିକୋବରର ୨୧ ଦ୍ୱୀପର ନାମକରଣ କରିଛନ୍ତି । ଏକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଦ୍ୱୀପକୁ ନେତାଜୀଙ୍କ ସ୍ମୃତିରେ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମତିଥିରେ ନେତାଜୀ ନାଶନାଲ ମେମୋରିଆଲ ମଡେଲକୁ ଉଦଘାଟନ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏଠିକାର ଦ୍ୱୀପ ସମୂହର ନାମ ପରମବୀରଚକ୍ର ବିଜେତାଙ୍କ ନାମରେ ରଖାଯାଇଛି । ଏହି ବୀରଙ୍କ ମଧ୍ୟରେ ଅଛନ୍ତି ବିକ୍ରମ […]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଣ୍ଡାମାନ ନିକୋବରର ୨୧ ଦ୍ୱୀପର ନାମକରଣ କରିଛନ୍ତି । ଏକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଦ୍ୱୀପକୁ ନେତାଜୀଙ୍କ ସ୍ମୃତିରେ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମତିଥିରେ ନେତାଜୀ ନାଶନାଲ ମେମୋରିଆଲ ମଡେଲକୁ ଉଦଘାଟନ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏଠିକାର ଦ୍ୱୀପ ସମୂହର ନାମ ପରମବୀରଚକ୍ର ବିଜେତାଙ୍କ ନାମରେ ରଖାଯାଇଛି । ଏହି ବୀରଙ୍କ ମଧ୍ୟରେ ଅଛନ୍ତି ବିକ୍ରମ ବତ୍ରା, ଅବ୍ଦୁଲ ହମୀଦଙ୍କ ପରି ଯୋଦ୍ଧା ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ପ୍ରତି ମୁହୂର୍ତ୍ତରେ ନେତାଜୀଙ୍କୁ ମନେ ପକାଉଛି । ଆଣ୍ଡାମାନ ଦ୍ୱୀପ ସମୂହର ନାମକରଣ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଥମେ ଏହି ଦ୍ୱୀପରେ ଗୁଲାମୀର ଛାପ ରହିଥିଲା । ଏବେ ଏହି ଦ୍ୱୀପର ନାମ ପରମବୀର ଚକ୍ର ବିଜେତାଙ୍କ ନାମରେ ନାମିତ ହେବା ଦ୍ୱାରା ଏହା ପରବର୍ତ୍ତୀ ପୀଢି ପାଇଁ ପ୍ରେରଣାର ଉତ୍ସ ପାଲଟିଯିବ । ଆଣ୍ଡାମାନ ଏମିତି ଏକ ସ୍ଥାନ ଯେଉଁଠି ପ୍ରକୃତି, ପରିବେଶ, ପୁରୁଷାର୍ଥ ଏବଂ ପ୍ରେରଣା ସବୁ କିଛି ରହିଛି ବୋଲି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ଆଣ୍ଡାମାନ ନିକୋବରର ଦ୍ୱୀପ ସମୂହର ସବୁଠାରୁ ବଡ ଦ୍ୱୀପର ନାମକରଣ ପ୍ରଥମ ପରମବୀର ଚକ୍ର ବିଜେତାଙ୍କ ନାମରେ କରଯାଇଛି । ସେହି ଅନୁଯାୟୀ ଅନ୍ୟ ଦ୍ୱୀପର ନାମକରଣ ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ପରମବୀର ଚକ୍ର ବିଜେତାଙ୍କ ମଧ୍ୟରେ ଅଛନ୍ତି ହାବିଲଦାର ପୀରୁ ସିଂହ, କ୍ୟାପ୍ଟେନ ଜିଏସ ସଲାରିଆ, ଲେଫ୍ଟନାଣ୍ଟ କର୍ଣ୍ଣେଲ ଧାନ ସିଂହ ଥାପା, ସୁବେଦାର ଜୋଗିନ୍ଦର ସିଂହ, ମେଜର ଶୈତାନ ସିଂହ, ଲେଫ୍ଟନାଣ୍ଟ କର୍ଣ୍ଣେଲ ଅର୍ଦେଶିର ବୁର୍ଜାରଜୀ ତାରାପୋର, ଲାନ୍ସ ନାଏକ ଅଲବର୍ଟ ଏକ୍କା, ମେଜର ହୋଶିଆର ସିଂହ, ସେକେଣ୍ଡ ଲେଫ୍ଟନାଣ୍ଟ ଅରୁଣ କ୍ଷେତ୍ରପାଲ, ଫ୍ଲାଇଂ ଅଫିସର ନିର୍ମଲ ସିଂହ ଶିଖୋ, ମେଜର ପରମେଶ୍ୱରମ, ନାଏବ ସୁବେଦାର ବନା ସିଂହ, ଲେଫ୍ଟନାଣ୍ଟ ମନୋଜ କୁମାର ପାଣ୍ଡେ, ସୁବେଦାର ମେଜର ସଞ୍ଜୟ କୁମାର, ସୁବେଦାର ମେଜର ଯୋଗେନ୍ଦ୍ର ସିଂହ ଯାଦବ ପ୍ରମୁଖ ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର