ବିଦେଶ ଗସ୍ତରୁ ଫେରି ଇସ୍ରୋ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀ, ‘ଚନ୍ଦ୍ରଯାନ-୩’ର ବୈଜ୍ଞାନିକଙ୍କୁ ଭେଟି କଲେ ପ୍ରଶଂସା

The Sakala Picture
Published On

ବେଙ୍ଗାଲୁରୁ: ଗ୍ରୀସ ଗସ୍ତରୁ ଫେରି ସିଧା ବେଙ୍ଗାଲୁରୁର ଇସ୍ରୋ ମୁଖ୍ୟାଳୟରେ ପହଞ୍ଚିଥିଲେ ମୋଦୀ । ଇସ୍ରୋ ମୁଖ୍ୟାଳୟରେ ପହଞ୍ଚି ଚନ୍ଦ୍ରଯାନ-୩ ମିଶନରେ ସମ୍ପୃକ୍ତ ବୈଜ୍ଞାନିକଙ୍କୁ ଭେଟି ପ୍ରଂଶସା କରିଛନ୍ତି। ଚନ୍ଦ୍ରଯାନ-୩କୁ ଚନ୍ଦ୍ରପୃଷ୍ଠକୁ ପଠାଇଥିବା ଇସ୍ରୋର ସବୁ ବୈଜ୍ଞାନିକମାନଙ୍କୁ ସାଲ୍ୟୁଟ୍ ଜଣାଇ ବେଶ୍‌ ଭାବବିହ୍ୱଳ ହୋଇପଡ଼ିଥିଲେ ମୋଦୀ । ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଶଂସା କରିବା ସହ କହିଛନ୍ତି, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ। ଇସ୍ରୋ ବୈଜ୍ଞାନିକଙ୍କୁ ଅଜସ୍ର ପ୍ରଶଂସାରେ ପୋତି ପକାଇବା ସହ ଶୁଭେଚ୍ଛା ଜଣାଇଲେ ମୋଦୀ । […]

ବେଙ୍ଗାଲୁରୁ: ଗ୍ରୀସ ଗସ୍ତରୁ ଫେରି ସିଧା ବେଙ୍ଗାଲୁରୁର ଇସ୍ରୋ ମୁଖ୍ୟାଳୟରେ ପହଞ୍ଚିଥିଲେ ମୋଦୀ । ଇସ୍ରୋ ମୁଖ୍ୟାଳୟରେ ପହଞ୍ଚି ଚନ୍ଦ୍ରଯାନ-୩ ମିଶନରେ ସମ୍ପୃକ୍ତ ବୈଜ୍ଞାନିକଙ୍କୁ ଭେଟି ପ୍ରଂଶସା କରିଛନ୍ତି। ଚନ୍ଦ୍ରଯାନ-୩କୁ ଚନ୍ଦ୍ରପୃଷ୍ଠକୁ ପଠାଇଥିବା ଇସ୍ରୋର ସବୁ ବୈଜ୍ଞାନିକମାନଙ୍କୁ ସାଲ୍ୟୁଟ୍ ଜଣାଇ ବେଶ୍‌ ଭାବବିହ୍ୱଳ ହୋଇପଡ଼ିଥିଲେ ମୋଦୀ । ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଶଂସା କରିବା ସହ କହିଛନ୍ତି, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ଇସ୍ରୋ ବୈଜ୍ଞାନିକଙ୍କୁ ଅଜସ୍ର ପ୍ରଶଂସାରେ ପୋତି ପକାଇବା ସହ ଶୁଭେଚ୍ଛା ଜଣାଇଲେ ମୋଦୀ । ଏହି ଅବସରରେ ବୈଜ୍ଞାନିକଙ୍କୁ ସମ୍ବୋଧିତ କରି ମୋଦୀ କହିଛନ୍ତି, ଭାରତ ଏବେ ଚନ୍ଦ୍ରରେ ପହଞ୍ଚି ଯାଇଛି। ଏହାପଛରେ ଆପଣମାନଙ୍କ ଧୈର୍ଯ୍ୟ ସାମର୍ଥ୍ୟ, ତପସ୍ୟା ଥିବା ବେଳେ ତାହା ସମ୍ମୁଖରେ ମୁଁ ନତମସ୍ତକ ହେଉଛି।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ଅନ୍ୟପଟେ ଏଣିକି ଅଗଷ୍ଟ ୨୩ ତାରିଖ ଜାତୀୟ ମହାକାଶ ଦିବସ ଭାବେ ପାଳନ ହେବ । ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ ଦିନକୁ ମନେରଖିବାକୁ ପ୍ରତିବର୍ଷ ଏହି ଦିନ ପାଳିତ ହେବ ଜାତୀୟ ମହାକାଶ ଦିବସ । ‘ଚନ୍ଦ୍ରଯାନ-୩’ ଚନ୍ଦ୍ରପୃଷ୍ଠର ଯେଉଁ ସ୍ଥାନରେ ଲ୍ୟାଣ୍ଡ କଲା ଉକ୍ତ ସ୍ଥାନର ନାମକରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜିଠୁ ସମଗ୍ର ଦୁନିଆ ଉକ୍ତ ସ୍ଥାନକୁ ‘ଶିବଶକ୍ତି ପଏଣ୍ଟ’ ନାଁରେ ଜାଣିବ ବୋଲି କହିଲେ ମୋଦୀ । ଏଥିସହ ଚନ୍ଦ୍ରଯାନ-୨ର ପଦଚିହ୍ନ ସ୍ଥଳକୁ ‘ତ୍ରିରଙ୍ଗା’ ନାଁ ଦେଲେ ମୋଦୀ ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର