ନୂଆ ଡିଜିଟାଲ ପେମେଣ୍ଟ ସିଷ୍ଟମ ‘ଇ-ରୁପି’ର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

The Sakala Picture
Published On

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଡିଜିଟାଲ ପେମେଣ୍ଟର ଏକ ନୂଆ ମାଧ୍ୟମ ‘ଇ-ରୁପି’ର ଶୁଭାରମ୍ଭ କରିଛନ୍ତି। ଆର୍ଥିକ ସେବା ବିଭାଗ, ସ୍ୱାସ୍ଥ୍ୟ ଓ କଲ୍ୟାଣ ମନ୍ତ୍ରାଳୟ ଓ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ସହଯୋଗରେ ନ୍ୟାସନାଲ ପେମେଣ୍ଟ କୋର୍‌ପୋରେସନ୍ ଅଫ୍‌ ଇଣ୍ଡିଆ(NPCI) ନିଜର ୟୁପିଆଇ ପ୍ଲାଟଫର୍ମରେ ଏହି ଇ-ରୂପିକୁ ବିକଶତି କରିଛି। ଏହା ଏକ ଭାଉଚର ଆଧାରିତ ପେମେଣ୍ଟ ପ୍ଲାଟଫର୍ମ | ‘ଇ-ରୁପି’ ମାଧ୍ୟମରେ ନଗଦବିହୀନ ଏବଂ ସ୍ପର୍ଶ ରହିତ ଡିଜିଟାଲ୍ ପେମେଣ୍ଟ […]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଡିଜିଟାଲ ପେମେଣ୍ଟର ଏକ ନୂଆ ମାଧ୍ୟମ ‘ଇ-ରୁପି’ର ଶୁଭାରମ୍ଭ କରିଛନ୍ତି। ଆର୍ଥିକ ସେବା ବିଭାଗ, ସ୍ୱାସ୍ଥ୍ୟ ଓ କଲ୍ୟାଣ ମନ୍ତ୍ରାଳୟ ଓ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ସହଯୋଗରେ ନ୍ୟାସନାଲ ପେମେଣ୍ଟ କୋର୍‌ପୋରେସନ୍ ଅଫ୍‌ ଇଣ୍ଡିଆ(NPCI) ନିଜର ୟୁପିଆଇ ପ୍ଲାଟଫର୍ମରେ ଏହି ଇ-ରୂପିକୁ ବିକଶତି କରିଛି। ଏହା ଏକ ଭାଉଚର ଆଧାରିତ ପେମେଣ୍ଟ ପ୍ଲାଟଫର୍ମ | ‘ଇ-ରୁପି’ ମାଧ୍ୟମରେ ନଗଦବିହୀନ ଏବଂ ସ୍ପର୍ଶ ରହିତ ଡିଜିଟାଲ୍ ପେମେଣ୍ଟ କରାଯାଇପାରିବ | ମୁମ୍ବାଇର ଜଣେ ମହିଳା ଏହାର ପ୍ରଥମ ୟୁଜର୍ ହୋଇଛନ୍ତି । ଏକ ଘରୋଇ ଡାକ୍ତରଖାନାରେ ‘ଇ-ରୁପି’ ମାଧ୍ୟମରେ ଟିକାକରଣ ପାଇଁ ମହିଳା ଜଣକ ଅର୍ଥ ପ୍ରଦାନ କରିଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟର ରାଜ୍ୟପାଳ, କେନ୍ଦ୍ର ମନ୍ତ୍ରୀ, ଆରବିଆଇ ଗଭର୍ନର ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ଦେଶ ଡିଜିଟାଲ ଶାସନକୁ ଏକ ନୂଆ ଦିଗ ଦେଉଛି। ଦେଶରେ ଡିଜିଟାଲ୍ କାରବାର, ଡିବିଟିକୁ ଅଧିକ ପ୍ରଭାବଶାଳୀ କରିବାରେ ‘ଇ-ରୁପି’ ଭାଉଚର୍ ଏକ ବଡ଼ ଭୂମିକା ଗ୍ରହଣ କରିବାକୁ ଯାଉଛି।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ଏହା ଏକ କ୍ୟୁଆର୍ କୋଡ୍ କିମ୍ବା ଏସ୍ଏମ୍ଏସ୍ ଷ୍ଟ୍ରିଙ୍ଗ୍ ଆଧାରିତ ଇ-ଭାଉଚର୍, ଯାହା ହିତାଧିକାରୀଙ୍କ ମୋବାଇଲରେ ଇନଷ୍ଟଲ୍ କରାଯାଇପାରିବ | ଏହି ଓ୍ବାନ ଟାଇମ୍ ପେମେଣ୍ଟ ସିଷ୍ଟମର ୟୁଜର କୌଣସି କାର୍ଡ, ଡିଜିଟାଲ୍ ପେମେଣ୍ଟ ଆପ୍ କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ବିନା ସେବା ପ୍ରଦାନକାରୀଙ୍କ ସହିତ ଭାଉଚରକୁ ରି-ଡିମ୍ କରିବାକୁ ସମର୍ଥ ହେବେ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର