ପଶୁ ସଂରକ୍ଷଣ କେନ୍ଦ୍ର ‘ବନ୍ତାରା’ ଉଦଘାଟିତ, ନିଜ ହାତରେ ବାଘ, ସିଂହ ଓ ଗଣ୍ଡା ଶାବକଙ୍କୁ କ୍ଷୀର ପିଆଇଲେ ପ୍ରଧାନମନ୍ତ୍ରୀ…

The Sakala Picture
Published On

ଜାମନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ବନ୍ୟପ୍ରାଣୀ ଦିବସ ଅବସରରେ ଗୁଜରାଟର ଜାମନଗରରେ ଅବସ୍ଥିତ ପଶୁ ସଂରକ୍ଷଣ କେନ୍ଦ୍ର ‘ବନ୍ତାରା’ର ଉଦଘାଟନ କରିଛନ୍ତି। ବନ୍ତାରା ହେଉଛି ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଏବଂ ପ୍ରୋତ୍ସାହନ ପାଇଁ ଉତ୍ସର୍ଗୀକୃତ ଏକ କେନ୍ଦ୍ର। ପ୍ରଧାନମନ୍ତ୍ରୀ ୩,୦୦୦ ଏକର ପରିମିତ ବନ୍ତାରାରେ ବେଶ କିଛି ସମୟ ବିତାଇଥିଲେ ଏବଂ ପଶୁମାନଙ୍କ ପାଇଁ ସେଠାରେ ନିର୍ମିତ ବିଶ୍ୱସ୍ତରୀୟ ସୁବିଧାଗୁଡ଼ିକର ନିରୀକ୍ଷଣ କରିଥିଲେ। ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ଉଦ୍ୟମରେ ବନ୍ତାରା ନିର୍ମାଣ […]

ଜାମନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ବନ୍ୟପ୍ରାଣୀ ଦିବସ ଅବସରରେ ଗୁଜରାଟର ଜାମନଗରରେ ଅବସ୍ଥିତ ପଶୁ ସଂରକ୍ଷଣ କେନ୍ଦ୍ର ‘ବନ୍ତାରା’ର ଉଦଘାଟନ କରିଛନ୍ତି। ବନ୍ତାରା ହେଉଛି ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଏବଂ ପ୍ରୋତ୍ସାହନ ପାଇଁ ଉତ୍ସର୍ଗୀକୃତ ଏକ କେନ୍ଦ୍ର। ପ୍ରଧାନମନ୍ତ୍ରୀ ୩,୦୦୦ ଏକର ପରିମିତ ବନ୍ତାରାରେ ବେଶ କିଛି ସମୟ ବିତାଇଥିଲେ ଏବଂ ପଶୁମାନଙ୍କ ପାଇଁ ସେଠାରେ ନିର୍ମିତ ବିଶ୍ୱସ୍ତରୀୟ ସୁବିଧାଗୁଡ଼ିକର ନିରୀକ୍ଷଣ କରିଥିଲେ। ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ଉଦ୍ୟମରେ ବନ୍ତାରା ନିର୍ମାଣ କରାଯାଇଛି।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ବନ୍ତାରାରେ ପହଞ୍ଚିବା ପରେ, ଅମ୍ବାନୀ ପରିବାର ପ୍ରଧାନମନ୍ତ୍ରୀଙ୍କୁ ପାରମ୍ପରିକ ରୀତିରେ ସ୍ୱାଗତ କରିଥିଲେ। ଶଙ୍ଖ ଧ୍ୱନି, ମନ୍ତ୍ର ଉଚ୍ଚାରଣ ଏବଂ ଲୋକ କଳାକାରଙ୍କ ଗୀତ-ସଂଗୀତ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନ୍ତାରାର ଉଦଘାଟନ କରିଥିଲେ। ନରେନ୍ଦ୍ର ମୋଦି ମଧ୍ୟ ଏହି ପରିସରରେ ନିର୍ମିତ ମନ୍ଦିରରେ ଅନୁଷ୍ଠିତ ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ବନ୍ତାରାରେ ପ୍ରାଣୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥିବା ମଲ୍ଟି-ସ୍ପେଶାଲିଟି ହସ୍ପିଟାଲର ନିରୀକ୍ଷଣ କରିବା ସମୟରେ, ପ୍ରଧାନମନ୍ତ୍ରୀ ଡାଏଗ୍ନୋଷ୍ଟିକ୍ ସୁଟ୍‌ରେ ସିଟି ସ୍କାନ, ଏମଆରଆଇ, ଅଲ୍ଟ୍ରାସାଉଣ୍ଡ ଏବଂ ଏଣ୍ଡୋସ୍କୋପି ଭଳି ସ୍ୱତନ୍ତ୍ର ଚିକିତ୍ସା ଉପକରଣର ଲାଇଭ୍ ପ୍ରଦର୍ଶନ ଦେଖିଥିଲେ। ସେ ପଶୁମାନଙ୍କ ପାଇଁ ନିର୍ମିତ ଆଇସିୟୁ ଏବଂ ଅପରେସନ ଥିଏଟର ପ୍ରତି ମଧ୍ୟ ଆଗ୍ରହ ଦେଖାଇଥିଲେ। ନିକଟରେ ଜନ୍ମ ନେଇଥିବା ନବଜାତ ପଶୁ ଶାବକଙ୍କ ପାଇଁ ବନ୍ତାରାରେ ଏକ ନର୍ସରୀ ମଧ୍ୟ ସ୍ଥାପନ କରାଯାଇଛି। ପ୍ରଧାନମନ୍ତ୍ରୀ ବନ୍ତାରାରେ କାର୍ଯ୍ୟରତ କର୍ମଚାରୀଙ୍କ ନିଷ୍ଠା ଏବଂ କଠିନ ପରିଶ୍ରମର ପ୍ରଶଂସା କରିଥିଲେ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ପ୍ରଧାନମନ୍ତ୍ରୀ ଏସୀୟ ସିଂହ ଶାବକ, ଧଳା ସିଂହ ଶାବକ, ବିରଳ ଏବଂ ଲୁପ୍ତପ୍ରାୟ ପ୍ରଜାତିର ମେଘୁଆ (କ୍ଲାଉଡେଡ଼) ଚିତାବାଘ ଶାବକମାନଙ୍କୁ ଦେଖିଥିଲେ। ପ୍ରଧାନମନ୍ତ୍ରୀ ମୋଦି ନିଜ ହାତରେ ଧଳା ସିଂହ, ବାଘ ଏବଂ ଗଣ୍ଡାର ଶାବକମାନଙ୍କୁ କ୍ଷୀର ପିଆଇଥିଲେ। କେନ୍ଦ୍ରରେ ଏସୀୟ ସିଂହ, ହିମ ଚିତାବାଘ, ଏକ-ଶିଙ୍ଗିଆ ଗଣ୍ଡା ଭଳି ପ୍ରାଣୀମାନଙ୍କ ସଂରକ୍ଷଣ କରାଯାଉଛି। ପ୍ରଧାନମନ୍ତ୍ରୀ ଅନେକ ବିପଦଜନକ ପଶୁଙ୍କୁ ନିକଟରୁ ମଧ୍ୟ ଦେଖିଥିଲେ। ଏଥିମଧ୍ୟରେ ରହିଥିଲେ ସୁନେଲି ବାଘ, ଧଳା ସିଂହ ଏବଂ ହିମ (ତୁଷାର) ଚିତାବାଘ ଇତ୍ୟାଦି।

ବିଶାଳ ବନ୍ତାରାରେ ପ୍ରତ୍ୟେକ ପଶୁକୁ ନିଜର ଆବଶ୍ୟକତା ହିସାବରେ ଘର ମିଳିଛି। ପ୍ରାଣୀମାନଙ୍କୁ ସିଂହ ରାଜ୍ୟ, ସରୀସୃପ ରାଜ୍ୟ, ସିଲ୍ ରାଜ୍ୟ, ଚିତା ପ୍ରଜନନ କେନ୍ଦ୍ର ଭଳି ଅନେକ କେନ୍ଦ୍ରଗୁଡିକରେ ରଖାଯାଇଛି। କିନ୍ତୁ ସବୁଠାରୁ ବଡ଼ ଆକର୍ଷଣର କେନ୍ଦ୍ର ହେଉଛି ହାତୀମାନଙ୍କ ପାଇଁ ପ୍ରାୟ ୧ ହଜାର ଏକର ପରିସରରେ ନିର୍ମିତ ଗଜନଗରୀ। ଏଠାରେ ୨୪୦ ରୁ ଅଧିକ ଉଦ୍ଧାର ହୋଇଥିବା କିମ୍ବା ଅସୁସ୍ଥ ହାତୀଙ୍କୁ ରଖାଯାଇଛି। ଅବହେଳା ଏବଂ ନିର୍ଯ୍ୟତନାର ଶିକାର ହୋଇଥିବା ଏହି ହାତୀମାନଙ୍କୁ ବନ୍ତାରାରେ ବିଶ୍ୱସ୍ତରୀୟ ପଶୁଚିକିତ୍ସା ଏବଂ ଯତ୍ନ ମିଳୁଛି। ବନ୍ତାରାରେ ହାତୀଙ୍କ ପାଇଁ ବିଶ୍ୱର ସର୍ବବୃହତ ଡାକ୍ତରଖାନା ମଧ୍ୟ ରହିଛି। ହାତୀମାନଙ୍କ ପାଇଁ ପୋଖରୀ ଏବଂ ଜାକୁଜି ଭଳି ସୁବିଧା ମଧ୍ୟ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର