ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁଟାନର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନୀତ
ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୁଟାନର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନୀତ କରାଯାଇଛି। ଆଜି ତାଙ୍କୁ ଭୁଟାନ ସରକାର ‘Order of the Druk Gyalpo’ ପ୍ରଦାନ କରିଛନ୍ତି। ସେ ପ୍ରଥମ ବିଦେଶ ରାଷ୍ଟ୍ର ମୁଖ୍ୟ ଯିଏ ଭୁଟାନର ସର୍ବୋଚ୍ଚ ସମ୍ମାନ ପାଇଛନ୍ତି। ଭାରତ-ଭୁଟାନ ସମ୍ପର୍କକୁ ଅଧିକ ମଜବୁତ କରିବା ଓ ଭୁଟାନବାସୀଙ୍କ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେଇଥିବାରୁ ମୋଦୀଙ୍କୁ ଏହି ସମ୍ମାନ ମିଳିଛି। ଏଥିପାଇଁ ମୋଦୀ ଭୁଟାନ ସରକାରଙ୍କୁ କୃତଜ୍ଞତା ଜଣାଇବା ସହ […]
ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୁଟାନର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନୀତ କରାଯାଇଛି। ଆଜି ତାଙ୍କୁ ଭୁଟାନ ସରକାର ‘Order of the Druk Gyalpo’ ପ୍ରଦାନ କରିଛନ୍ତି। ସେ ପ୍ରଥମ ବିଦେଶ ରାଷ୍ଟ୍ର ମୁଖ୍ୟ ଯିଏ ଭୁଟାନର ସର୍ବୋଚ୍ଚ ସମ୍ମାନ ପାଇଛନ୍ତି। ଭାରତ-ଭୁଟାନ ସମ୍ପର୍କକୁ ଅଧିକ ମଜବୁତ କରିବା ଓ ଭୁଟାନବାସୀଙ୍କ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେଇଥିବାରୁ ମୋଦୀଙ୍କୁ ଏହି ସମ୍ମାନ ମିଳିଛି। ଏଥିପାଇଁ ମୋଦୀ ଭୁଟାନ ସରକାରଙ୍କୁ କୃତଜ୍ଞତା ଜଣାଇବା ସହ ଉପରୋକ୍ତ ସମ୍ମାନକୁ ୧୪୦ କୋଟି ଭାରତବାସୀଙ୍କୁ ଉତ୍ସର୍ଗ କରିଛନ୍ତି।
ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ: ଟିଭି ବିତର୍କରେ ଅଶାଳୀନ ମନ୍ତବ୍ୟ ଦେଲେ ତୁରନ୍ତ କାଟନ୍ତୁ ଲାଇଭ୍ ଫିଡ୍
ନିକଟରେ ମୋଦୀ ଦୁଇ ଦିନିଆ ଭୁଟାନ ଗସ୍ତରେ ଯାଇଛନ୍ତି। ଏହି ସମୟରେ ଭୁଟାନ ରାଜା ଜିଗମେ ଖେସର ନାମଗୟଲ ୱାଙ୍ଗଚୁକ ତାଙ୍କୁ ‘Order of the Druk Gyalpo’ ସମ୍ମାନରେ ସମ୍ମାନୀତ କରିଛନ୍ତି।






