ଦେଶବାସୀଙ୍କୁ ମାଗଣା ଟିକା ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣା : ଜୁନ ୨୧ରୁ କେନ୍ଦ୍ର ସରକାର ସବୁ ରାଜ୍ୟ ସରକାରମାନଙ୍କୁ ମାଗଣାରେ ଯୋଗାଇ ଦେବେ ଟିକା

The Sakala Picture
Published On

ସମସ୍ତଙ୍କୁ ମାଗଣା ଟିକା । ଦେଶବାସୀଙ୍କୁ ମାଗଣା ଟିକା ଦେବାପାଇଁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । କରୋନା ମହାମାରୀ ଭିତରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ଏକ ବଡ଼ ଘୋଷଣା କରିଛନ୍ତି । ଜୁନ୍‌ ୨୧ ତାରିଖରେ ଯୋଗ ଦିବସ ହୋଇଥିବାରୁ ଏହି ଦିନ ପରଠାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ନାଗରିକଙ୍କପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି । ଟିକା ପ୍ରସ୍ତୁତକାରୀ କମ୍ପାନୀଙ୍କଠାରୁ […]

ସମସ୍ତଙ୍କୁ ମାଗଣା ଟିକା । ଦେଶବାସୀଙ୍କୁ ମାଗଣା ଟିକା ଦେବାପାଇଁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । କରୋନା ମହାମାରୀ ଭିତରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ଏକ ବଡ଼ ଘୋଷଣା କରିଛନ୍ତି । ଜୁନ୍‌ ୨୧ ତାରିଖରେ ଯୋଗ ଦିବସ ହୋଇଥିବାରୁ ଏହି ଦିନ ପରଠାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ନାଗରିକଙ୍କପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି । ଟିକା ପ୍ରସ୍ତୁତକାରୀ କମ୍ପାନୀଙ୍କଠାରୁ ଟିକା କେନ୍ଦ୍ର କ୍ରୟ କରି ରାଜ୍ୟ ସରକାରଙ୍କୁ ମାଗଣା ଯୋଗାଇବ । ରାଜ୍ୟଙ୍କଠାରୁ ଟିକାକରଣ ଦାୟିତ୍ୱ ପ୍ରତ୍ୟାହାର କରାଗଲା ବୋଲି ସେ କହିଛନ୍ତି । ଏହା ସହିତ ଟିକାକୁ ନେଇ ଯେଉଁ ଗୁଜବ ପ୍ରଚାରିତ ହେଉଛି ତାକୁ ବିଶ୍ୱାସ ନକରିବାକୁ ସେ ଆହ୍ୱାନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ସମ୍ପର୍କ ହେବ ଆହୁରି ସୁଦୃଢ଼: ମାର୍କୋ ରୁବିଓଙ୍କ ଗସ୍ତରେ ବାଣିଜ୍ୟ, ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କୁ ଟିକା ପାଇଁ କେନ୍ଦ୍ରକୁ ଟଙ୍କା ଦେବ ନାହିଁ । କମ୍ପାନୀଙ୍କଠାରୁ ଟିକା କିଣିବା ଓ ବିତରଣ କରିବା ଦାୟିତ୍ୱ କେନ୍ଦ୍ରର ରହିବ । ତେବେ ଯେଉଁମାନେ ଚାହିଁବେ ସେମାନେ ଘରୋଇ ହସ୍ପିଟାଲରେ ଟଙ୍କା ଦେଇ ଟିକା ନେଇ ପାରିବେ । ଦେଶରେ ତିଆରି ହେଉଥିବା ଟିକାର ୨୫ ପ୍ରତିଶତ ଘରୋଇ ହସ୍ପିଟାଲ ସିଧା ନେଇ ପାରିବେ । ଏଥିପାଇଁ ଘରୋଇ ହସ୍ପିଟାଲ ସର୍ବାଧିକ ୧୫୦ ଟଙ୍କା ଯାଏଁ ସର୍ଭିସ ଚାର୍ଜ୍ ନେଇ ପାରିବେ । ଘରୋଇ ହସ୍ପିଟାଲରେ ଟିକାକରଣ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ମନିଟର କରିବେ ।

ଆହୁରି ପଢ଼ନ୍ତୁ: ନିର୍ବାଚନ ଆୟୋଗରେ ବଡ଼ ବିବାଦ: RTI ରିପୋର୍ଟରୁ ଖୁଲାସା ହେଲା ବରିଷ୍ଠ ଅଧିକାରୀଙ୍କ ଏକପାଖିଆ ନିଷ୍ପତ୍ତି

ଟିକାକରଣକୁ ନେଇ ରାଜନୀତି ନକରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ଆସନ୍ତା ଦିପାବଳୀ ପର୍ଯ୍ୟନ୍ତ ବଢାଯିବା ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ଉତ୍ତେଜନା: ଲୋହିତ ସାଗରରୁ ହରମୁଜ୍ ପ୍ରଣାଳୀ ଯାଏଁ ବିପଦରେ ଭାରତୀୟ ନାବିକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର