ବିହାରରୁ ଆରମ୍ଭ ହେବ ପିକେଙ୍କ ନୂତନ ଅଭିଯାନ ‘ଜନ ସୁରଜ’

The Sakala Picture
Published On

ନୂଆଦିଲ୍ଲୀ: ଦେଶର ବିଶିଷ୍ଟ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପି.କେ) ସୋମବାର ତାଙ୍କର ନୂତନ ‘ଜନ ସୁରଜ’ ଅଭିଯାନର ଉଦଘାଟନ କରିଛନ୍ତି। ସେ ଏହା ବିହାରରୁ ଆରମ୍ଭ କରିବେ ବୋଲି ଟ୍ବିଟ କରି କହିଛନ୍ତି। ତେବେ ପ୍ରଶାନ୍ତ କିଶୋର  ସେ ନିଜର କୌଣସି ଦଳ ଗଠନ କରିବାକୁ ଯାଉଛନ୍ତି କି ନାହିଁ ତାହା ସ୍ପଷ୍ଟ କରିନାହାଁନ୍ତି। କଂଗ୍ରେସରେ ଯୋଗ ନ ଦେବା ତଥା ପୁରାତନ ଦଳର ମିଶନ ଅଧାରୁ ଛାଡିବା କାରଣରୁ ସେ ଏକ ନୂତନ ରାଜନୈତିକ […]

ନୂଆଦିଲ୍ଲୀ: ଦେଶର ବିଶିଷ୍ଟ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପି.କେ) ସୋମବାର ତାଙ୍କର ନୂତନ ‘ଜନ ସୁରଜ’ ଅଭିଯାନର ଉଦଘାଟନ କରିଛନ୍ତି। ସେ ଏହା ବିହାରରୁ ଆରମ୍ଭ କରିବେ ବୋଲି ଟ୍ବିଟ କରି କହିଛନ୍ତି। ତେବେ ପ୍ରଶାନ୍ତ କିଶୋର  ସେ ନିଜର କୌଣସି ଦଳ ଗଠନ କରିବାକୁ ଯାଉଛନ୍ତି କି ନାହିଁ ତାହା ସ୍ପଷ୍ଟ କରିନାହାଁନ୍ତି। କଂଗ୍ରେସରେ ଯୋଗ ନ ଦେବା ତଥା ପୁରାତନ ଦଳର ମିଶନ ଅଧାରୁ ଛାଡିବା କାରଣରୁ ସେ ଏକ ନୂତନ ରାଜନୈତିକ ଅଭିଯାନ ଆରମ୍ଭ କରିବେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ପ୍ରଶାନ୍ତ କିଶୋର ଟ୍ୱିଟ୍ କରି ନିଜର ନୂତନ ଅଭିଯାନ ଘୋଷଣା କରିଛନ୍ତି। ସେ ଟ୍ବିଟରେ ଲେଖିଛନ୍ତି ଯେ,  ଗଣତନ୍ତ୍ରରେ ଏକ ସକ୍ରିୟ ଭାବେ ଅଂଶଗ୍ରହଣକାରୀ ହେବା ଏବଂ ଲୋକସମର୍ଥକ ନୀତି ଗଠନ କରିବାର ୧୦ ବର୍ଷ ମଧ୍ଯରେ ଉତଥାନ ଓ ପତନ ଉଭୟ ଦେଖିଛନ୍ତି। ବର୍ତ୍ତମାନ ମୁଁ ଏକ ନୂତନ ପୃଷ୍ଠା ଯୋଡିବାକୁ ଯାଉଛି। ବର୍ତ୍ତମାନ ସମୟ ଆସିଛି ‘ରିଅଲ୍ ମାଷ୍ଟର୍ସ’ ଅର୍ଥାତ୍ ଲୋକମାନଙ୍କ ପାଖକୁ ଯିବା, ତାଙ୍କ ସମସ୍ଯା ଗୁଡ଼ିକ ଭଲଭାବରେ ବୁଝି ତାଙ୍କୁ ଉତ୍ତମ ସେବା ଯୋଗାଇ ଦେବା। ଏହା ବିହାରରୁ ଆରମ୍ଭ ହେବ। ‘

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ପ୍ରଶାନ୍ତ କିଶୋର କଂଗ୍ରେସକୁ ଯିବାର ଆଲୋଚନା ହୋଇଥିଲା। ନିକଟରେ, ସେ ୨୦୨୪ ଲୋକସଭା ନିର୍ବାଚନରେ ​​କଂଗ୍ରେସର ଉନ୍ନତ ପ୍ରଦର୍ଶନକୁ ନେଇ ଦଳର ନବୀକରଣର ଏକ ଉପସ୍ଥାପନା ମଧ୍ୟ କରିଥିଲେ। ଯଦିଓ କଂଗ୍ରେସ ଏବଂ ତାଙ୍କ ମଧ୍ୟରେ କଥାବାର୍ତ୍ତା ହୋଇ ନ ଥିଲା ଏବଂ ଶେଷ ରାଉଣ୍ଡରେ ସେ କଂଗ୍ରେସ ଛାଡିଥିଲେ। କଂଗ୍ରେସ ସହ ଆଲୋଚନା ଖରାପ ହେବା ପରେ ପ୍ରଶାନ୍ତ କିଶୋର କ୍ରମାଗତ ଭାବରେ ହେଡଲାଇନରେ ରହିଆସିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ସୋମବାର ସକାଳେ ପୁଣି ଏକ  ଟ୍ବିଟ କରି ଗଣତନ୍ତ୍ରର ଏକ ଅର୍ଥପୂର୍ଣ୍ଣ ଅଂଶ ଗ୍ରହଣ କରିବା ଏବଂ ଜନସାଧାରଣଙ୍କ ବନ୍ଧୁତ୍ୱପୂର୍ଣ୍ଣ ନୀତି ଗଠନ ପାଇଁ ସେ ତାଙ୍କର ନୂତନ ପ୍ରୟାସର ସ୍ପଷ୍ଟ ସୂଚନା ଦେଇଛନ୍ତି।  ପି.କେ ନିଜର ଏକ ଦଳ ଗଠନ କରିବେ, ଯାହାର ନାମ ‘ଜନ ସୁରଜ’ ରଖାଯିବ।ବିହାରରୁ ଆରମ୍ଭ ପାଇଁ ପି.କେ ପାଟନାରେ ପହଞ୍ଚି ସାରିଛନ୍ତି। ସେ ଏଠାରୁ କିଛି ବଡ଼ ଘୋଷଣା କରିପାରନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର