ବେତନଭୋଗୀ କର୍ମଚାରୀଙ୍କୁ ବଡ଼ ଝଟକା; ୪୦ ବର୍ଷ ପରେ ଇପିଏଫ ଉପରେ ସୁଧ ହାର କମାଇଲେ ସରକାର

The Sakala Picture
Published On

ନୂଆନିଲ୍ଲୀ: ବେତନଭୋଗୀ କର୍ମଚାରୀଙ୍କୁ ଲାଗିଛି ବଡ଼ ଝଟକା ଦେଇଛନ୍ତି ସରକାର । ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ପିଏଫରେ ମିଳୁଥିବା ସୁଧ ହାର କମାଇ ଦେଇଛନ୍ତି । ଶନିବାର ଇପିଏଫ ଚଳିତ ବର୍ଷ ୨୦୨୧-୨୨ ପାଇଁ ପିଏଫ ହାର ୮.୫ରୁ ହ୍ରାସ କରି ୮.୧ କରାଯାଇଛି । ଏହା ୪୦ ବର୍ଷର ସର୍ବନିମ୍ନ ସୁଧ ହାର । ଏହି ନିଷ୍ପତ୍ତିରେ ବର୍ତ୍ତମାନ ସୁଦ୍ଧା ସରକାରୀ ମୋହର ବାଜି ନଥିଲେ ବି ଏମିତି ହୋଇପାରେ । ଯଦି ଏମିତି […]

ନୂଆନିଲ୍ଲୀ: ବେତନଭୋଗୀ କର୍ମଚାରୀଙ୍କୁ ଲାଗିଛି ବଡ଼ ଝଟକା ଦେଇଛନ୍ତି ସରକାର । ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ପିଏଫରେ ମିଳୁଥିବା ସୁଧ ହାର କମାଇ ଦେଇଛନ୍ତି । ଶନିବାର ଇପିଏଫ ଚଳିତ ବର୍ଷ ୨୦୨୧-୨୨ ପାଇଁ ପିଏଫ ହାର ୮.୫ରୁ ହ୍ରାସ କରି ୮.୧ କରାଯାଇଛି । ଏହା ୪୦ ବର୍ଷର ସର୍ବନିମ୍ନ ସୁଧ ହାର । ଏହି ନିଷ୍ପତ୍ତିରେ ବର୍ତ୍ତମାନ ସୁଦ୍ଧା ସରକାରୀ ମୋହର ବାଜି ନଥିଲେ ବି ଏମିତି ହୋଇପାରେ । ଯଦି ଏମିତି ହୁଏ, ୪୦ ବର୍ଷ ପରେ ଇପିଏଫଓ ହିତାଧିକାରୀଙ୍କୁ ସବୁଠାରୁ କମ ସୁଧ ମିଳିବାକୁ ଯାଉଛି ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ସୂଚନାଯୋଗ୍ୟ, କର୍ମଚାରୀଙ୍କ ଭବିଷ୍ୟତର ସୁରକ୍ଷା ପାଇଁ ସେମାନଙ୍କ ଦରମାରୁ କିଛି ପ୍ରତିଶତ କଟାଯାଇ ପିଏଫ ଖାତାରେ ଜମା କରାଯାଇଥାଏ । କର୍ମଚାରୀଙ୍କ ଦରମାରୁ ଯେତିକି ଟଙ୍କା କଟିଥାଏ, କମ୍ପାନୀଙ୍କୁ ସେତିକି ପରିମାଣର ଟଙ୍କା କର୍ମାଚାରୀଙ୍କ ଖାତାରେ ଜମା କରିବାକୁ ପଡିଥାଏ । ଇପିଏଫଓ ଏହି ଫଣ୍ଡର ପରିଚାଳନା କରିଥାଏ ଓ ପ୍ରତିବର୍ଷ ଏହା ଉପରେ ସୁଧ ଦେଇଥାଏ । ୧୯୭୭-୭୮ ଆର୍ଥିକ ବର୍ଷରେ ଇପିଏଫଓ ପିଏଫ ଜମା ଉପରେ ୮ ପ୍ରତିଶତ ସୁଧ ଦେଇଥିଲା । ସେବେଠାରୁ ଏହି ପରିମାଣ କିମ୍ବା ଏହାଠାରୁ ଅଧିକ ସୁଧ ମିଳି ଆସୁଛି ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ଆର୍ଥିକ ବର୍ଷ ୧୯୭୭-୭୮ରେ ଇପିଏଫଓ ୮ ପ୍ରତିଶତ ସୁଧ ହାର ନିର୍ଦ୍ଧାରିତ କରିଥିଲା । ଏହାର ୪୦ ବର୍ଷ ପରେ ପିଏଫରେ ଏତେ କମ ସୁଧ ମିଳିବ। ବର୍ତ୍ତମାନ ସୁଦ୍ଧା ୮.୨୫ କିମ୍ୱା ଏହାଠାରୁ ଅଧିକ ସୁଧ ହାର ମିଳୁଥିଲା। ୨୦୨୦ ମାର୍ଚ୍ଚରେ ଇପିଏଫଓ ୨୦୧୯-୨୦ ପାଇଁ ଭବିଷ୍ୟତ ସଞ୍ଚୟ ଉପରେ ସୁଧ ହାର ୭ ବର୍ଷରେ ସର୍ବନିମ୍ନ ୮.୫ ପ୍ରତିଶତ କରିବାକୁ ନିଷ୍ପତ୍ତି ନେଇଥିଲା। ୨୦୧୮-୧୯ରେ ଏହି ହାର ୮.୬୫ ଏବଂ ୨୦୧୭-୧୮ରେ ଏହା ୮.୫୫ ପ୍ରତିଶତ ଥିଲା।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର