ପୁଣି ଆରମ୍ଭ ହେଲା ଭାରତ-ଶ୍ରୀଲଙ୍କା ଯାତ୍ରୀ ନୌସେବା; ଦୀର୍ଘ ୪୦ ବର୍ଷ ଧରି ବନ୍ଦ ଥିଲା

The Sakala Picture
Published On

ଚେନ୍ନଇ: ପ୍ରାୟ ୪୦ ବର୍ଷରୁ ଅଧିକ ସମୟ ଧରି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସମୁଦ୍ରପଥରେ ବନ୍ଦ ରହିଥିବା ନୌଜାହାଜ ସେବା ପୁଣିଥରେ ଆରମ୍ଭ ହୋଇଛି। ତାମିଲନାଡୁର ପୂର୍ବ ଉପକୂଳ ନାଗପଟ୍ଟିନମ ଓ ଶ୍ରୀଲଙ୍କାର ଉତ୍ତର ପ୍ରାନ୍ତ କାଙ୍କେସନ୍ଦୁରାଇ ମଧ୍ୟରେ ଏହି ସେବା ଶନିବାର ଶୁଭାରମ୍ଭ କରାଯାଇଛି। କେନ୍ଦ୍ର ବନ୍ଦର ଏବଂ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଓ ତାମିଲନାଡୁ ପୂର୍ତ୍ତ ବିଭାଗ ମନ୍ତ୍ରୀ ଇ.ଭି ଭେଲୁ ସବୁଜ ପତାକା ଦେଖାଇ ନାଗାପାଟ୍ଟିନମ୍ ବନ୍ଦରରୁ ଜାହାଜର ଯାତ୍ରା […]

ଚେନ୍ନଇ: ପ୍ରାୟ ୪୦ ବର୍ଷରୁ ଅଧିକ ସମୟ ଧରି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସମୁଦ୍ରପଥରେ ବନ୍ଦ ରହିଥିବା ନୌଜାହାଜ ସେବା ପୁଣିଥରେ ଆରମ୍ଭ ହୋଇଛି। ତାମିଲନାଡୁର ପୂର୍ବ ଉପକୂଳ ନାଗପଟ୍ଟିନମ ଓ ଶ୍ରୀଲଙ୍କାର ଉତ୍ତର ପ୍ରାନ୍ତ କାଙ୍କେସନ୍ଦୁରାଇ ମଧ୍ୟରେ ଏହି ସେବା ଶନିବାର ଶୁଭାରମ୍ଭ କରାଯାଇଛି। କେନ୍ଦ୍ର ବନ୍ଦର ଏବଂ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଓ ତାମିଲନାଡୁ ପୂର୍ତ୍ତ ବିଭାଗ ମନ୍ତ୍ରୀ ଇ.ଭି ଭେଲୁ ସବୁଜ ପତାକା ଦେଖାଇ ନାଗାପାଟ୍ଟିନମ୍ ବନ୍ଦରରୁ ଜାହାଜର ଯାତ୍ରା ଆରମ୍ଭ କରିଛନ୍ତି। ଏହି ଯାତ୍ରାର ଶୁଭାରମ୍ଭ ପରେ ହାଇସ୍ପିଡ କ୍ରାଫ୍ଟ (ଏଚଏସସି) ‘ଚେରିୟାପାନୀ’ କ୍ୟାପ୍ଟେନ ବିଜୟ ଜର୍ଜଙ୍କ ନେତୃତ୍ୱରେ ୧୨ ଚାଳକଦଳ ସଦସ୍ୟ ଓ ୫୦ ଜଣ ଯାତ୍ରୀଙ୍କୁ ନେଇ ନାଗପଟ୍ଟିନମ ବନ୍ଦର ଛାଡିଥିଲା।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରେୱାରେ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ନେତା

ଏହି ସେବା ଆରମ୍ଭ ହେବା ପରେ ଉଭୟ ରାଷ୍ଟ୍ର ମଧ୍ୟରେ ଯାତ୍ରୀ ପରିବହନ କ୍ଷେତ୍ରରେ ଅନେକ ସୁବିଧା ସୁଯୋଗ ସୃଷ୍ଟି ହୋଇପାରିବ ବୋଲି କୁହାଯାଇଛି। ଏହିକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ରନିଲ ବିକ୍ରମସିଂଘେ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଏହାକୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରାଜନୈତିକ ଓ ଆର୍ଥିକ ସମ୍ପର୍କରେ ଏକ ନୂଆ ଅଧ୍ୟାୟ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ସେ କହିଛନ୍ତି ଯେ ଏହି ନୌସେବା ଦୁଇ ଦେଶଙ୍କ ସାଂସ୍କୃତିକ, ବାଣିଜ୍ୟିକ ଓ ସଭ୍ୟତାଗତ ସମ୍ପର୍କକୁ ମଜଭୁତ କରିବାରେ ସହାୟତା କରିବ। ଭାରତ ରାମେଶ୍ୱରମ ଓ ତଲ୍ଲାଇମନ୍ନାର ନୌକାସେବା ସଞ୍ଚାଳନକୁ ପୁଣି ଆରମ୍ଭ କରିବାକୁ ମଧ୍ୟ ପଦକ୍ଷେପ ନେବ। ଦୁଇ ଦେଶଙ୍କ ମଧ୍ୟରେ ରହିଥିବା ନୌକା ସେବାକୁ ଶ୍ରୀଲଙ୍କା ଗୃହଯୁଦ୍ଧ କାରଣରୁ ପୂର୍ବରୁ ବାତିଲ କରାଯାଇଥିଲା। ଏବେ କିନ୍ତୁ ଏହି ସଂଯୋଗ ପୁଣି କାର୍ଯ୍ୟକ୍ଷମ ହୋଇଥିବାରୁ ଏହା ଦୁଇ ଦେଶର ନାଗରିକମାନଙ୍କ ପାଇଁ ଆହୁରି ସହାୟକ ହେବ ବୋଲି ବିକ୍ରମସିଂଘେ କହିଛନ୍ତି। ଏହାବ୍ୟତୀତ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ 'ଆତଙ୍କବାଦୀ' କହିଲେ ଖଡ଼ଗେ, ବିବାଦ ପରେ ଦେଲେ ସ୍ପଷ୍ଟୀକରଣ

ଉଲ୍ଲେଖଯୋଗ୍ୟ ଯେ, ଏହି ନୌସେବା ନିମନ୍ତେ ସିପିଙ୍ଗ କର୍ପୋରେସନ ଅଫ ଇଣ୍ଡିଆ ଟିକେଟ ବିକ୍ରି ଲାଗି ଏକ ଘରୋଇ ଏଜେନ୍ସି ନିଯୁକ୍ତ କରିଛି। ଜାହାଜରେ ୧୫୦ ଜଣ ଯାତ୍ରୀ ଯାତ୍ରା କରିପାରିବେ। ଏହା ସକାଳ ୭ଟା ବେଳେ ନାଗପଟ୍ଟିନମରୁ ଯାତ୍ରା ଆରମ୍ଭ କରି ପୂର୍ବାହ୍ନ ୧୧ଟା ବେଳେ କାଙ୍କେସନ୍ଦୁରାଇ ପହଞ୍ଚିବ। ସେହିପରି ଫେରସ୍ତ ଯାତ୍ରା ମଧ୍ୟାହ୍ନ ଗୋଟାଏ ୩୦ ମିନିଟ୍‌ରେ କାଙ୍କେସନ୍ଦୁରାଇରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୩୦ ମିନିଟ୍‌ରେ ନାଗପଟ୍ଟିନମ ପହଞ୍ଚିବ। ଯାତ୍ରା ନିମନ୍ତେ ଏକତରଫା ଟିକେଟ୍ ମୂଲ୍ୟ ୭,୬୭୦ ଟଙ୍କା ରହିଛି ।

ଆହୁରି ପଢ଼ନ୍ତୁ: ମୋତିହାରୀରେ ହାଇ ଭୋଲଟେଜ୍ ଡ୍ରାମା: ଦେଢଶୁରଙ୍କୁ ଜେଲରୁ ବଞ୍ଚାଇବା ପାଇଁ ଟାୱାର ଉପରେ ଚଢ଼ିଗଲେ ମହିଳା, ଦେଲେ ଆତ୍ମହତ୍ୟା ଧମକ

15 Oct 2023 By The Sakala

ପୁଣି ଆରମ୍ଭ ହେଲା ଭାରତ-ଶ୍ରୀଲଙ୍କା ଯାତ୍ରୀ ନୌସେବା; ଦୀର୍ଘ ୪୦ ବର୍ଷ ଧରି ବନ୍ଦ ଥିଲା

ଚେନ୍ନଇ: ପ୍ରାୟ ୪୦ ବର୍ଷରୁ ଅଧିକ ସମୟ ଧରି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସମୁଦ୍ରପଥରେ ବନ୍ଦ ରହିଥିବା ନୌଜାହାଜ ସେବା ପୁଣିଥରେ ଆରମ୍ଭ ହୋଇଛି। ତାମିଲନାଡୁର ପୂର୍ବ ଉପକୂଳ ନାଗପଟ୍ଟିନମ ଓ ଶ୍ରୀଲଙ୍କାର ଉତ୍ତର ପ୍ରାନ୍ତ କାଙ୍କେସନ୍ଦୁରାଇ ମଧ୍ୟରେ ଏହି ସେବା ଶନିବାର ଶୁଭାରମ୍ଭ କରାଯାଇଛି। କେନ୍ଦ୍ର ବନ୍ଦର ଏବଂ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଓ ତାମିଲନାଡୁ ପୂର୍ତ୍ତ ବିଭାଗ ମନ୍ତ୍ରୀ ଇ.ଭି ଭେଲୁ ସବୁଜ ପତାକା ଦେଖାଇ ନାଗାପାଟ୍ଟିନମ୍ ବନ୍ଦରରୁ ଜାହାଜର ଯାତ୍ରା ଆରମ୍ଭ କରିଛନ୍ତି। ଏହି ଯାତ୍ରାର ଶୁଭାରମ୍ଭ ପରେ ହାଇସ୍ପିଡ କ୍ରାଫ୍ଟ (ଏଚଏସସି) ‘ଚେରିୟାପାନୀ’ କ୍ୟାପ୍ଟେନ ବିଜୟ ଜର୍ଜଙ୍କ ନେତୃତ୍ୱରେ ୧୨ ଚାଳକଦଳ ସଦସ୍ୟ ଓ ୫୦ ଜଣ ଯାତ୍ରୀଙ୍କୁ ନେଇ ନାଗପଟ୍ଟିନମ ବନ୍ଦର ଛାଡିଥିଲା।

ଏହି ସେବା ଆରମ୍ଭ ହେବା ପରେ ଉଭୟ ରାଷ୍ଟ୍ର ମଧ୍ୟରେ ଯାତ୍ରୀ ପରିବହନ କ୍ଷେତ୍ରରେ ଅନେକ ସୁବିଧା ସୁଯୋଗ ସୃଷ୍ଟି ହୋଇପାରିବ ବୋଲି କୁହାଯାଇଛି। ଏହିକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ରନିଲ ବିକ୍ରମସିଂଘେ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଏହାକୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରାଜନୈତିକ ଓ ଆର୍ଥିକ ସମ୍ପର୍କରେ ଏକ ନୂଆ ଅଧ୍ୟାୟ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ସେ କହିଛନ୍ତି ଯେ ଏହି ନୌସେବା ଦୁଇ ଦେଶଙ୍କ ସାଂସ୍କୃତିକ, ବାଣିଜ୍ୟିକ ଓ ସଭ୍ୟତାଗତ ସମ୍ପର୍କକୁ ମଜଭୁତ କରିବାରେ ସହାୟତା କରିବ। ଭାରତ ରାମେଶ୍ୱରମ ଓ ତଲ୍ଲାଇମନ୍ନାର ନୌକାସେବା ସଞ୍ଚାଳନକୁ ପୁଣି ଆରମ୍ଭ କରିବାକୁ ମଧ୍ୟ ପଦକ୍ଷେପ ନେବ। ଦୁଇ ଦେଶଙ୍କ ମଧ୍ୟରେ ରହିଥିବା ନୌକା ସେବାକୁ ଶ୍ରୀଲଙ୍କା ଗୃହଯୁଦ୍ଧ କାରଣରୁ ପୂର୍ବରୁ ବାତିଲ କରାଯାଇଥିଲା। ଏବେ କିନ୍ତୁ ଏହି ସଂଯୋଗ ପୁଣି କାର୍ଯ୍ୟକ୍ଷମ ହୋଇଥିବାରୁ ଏହା ଦୁଇ ଦେଶର ନାଗରିକମାନଙ୍କ ପାଇଁ ଆହୁରି ସହାୟକ ହେବ ବୋଲି ବିକ୍ରମସିଂଘେ କହିଛନ୍ତି। ଏହାବ୍ୟତୀତ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଏହି ନୌସେବା ନିମନ୍ତେ ସିପିଙ୍ଗ କର୍ପୋରେସନ ଅଫ ଇଣ୍ଡିଆ ଟିକେଟ ବିକ୍ରି ଲାଗି ଏକ ଘରୋଇ ଏଜେନ୍ସି ନିଯୁକ୍ତ କରିଛି। ଜାହାଜରେ ୧୫୦ ଜଣ ଯାତ୍ରୀ ଯାତ୍ରା କରିପାରିବେ। ଏହା ସକାଳ ୭ଟା ବେଳେ ନାଗପଟ୍ଟିନମରୁ ଯାତ୍ରା ଆରମ୍ଭ କରି ପୂର୍ବାହ୍ନ ୧୧ଟା ବେଳେ କାଙ୍କେସନ୍ଦୁରାଇ ପହଞ୍ଚିବ। ସେହିପରି ଫେରସ୍ତ ଯାତ୍ରା ମଧ୍ୟାହ୍ନ ଗୋଟାଏ ୩୦ ମିନିଟ୍‌ରେ କାଙ୍କେସନ୍ଦୁରାଇରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୩୦ ମିନିଟ୍‌ରେ ନାଗପଟ୍ଟିନମ ପହଞ୍ଚିବ। ଯାତ୍ରା ନିମନ୍ତେ ଏକତରଫା ଟିକେଟ୍ ମୂଲ୍ୟ ୭,୬୭୦ ଟଙ୍କା ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର