ରିମାଣ୍ଡ ଅବଧି ଶେଷ ହେବା ପରେ ୧୪ ଦିନ ପାଇଁ ହାଜତକୁ ଗଲେ ପାର୍ଥ ଓ ଅର୍ପିତା, ଅଗଷ୍ଟ ୧୮ରେ ହେବ ପରବର୍ତ୍ତୀ ଶୁଣାଣି

The Sakala Picture
Published On

କୋଲକାତା :ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କୁ ଆସନ୍ତା ୧୪ ଦିନ ପାଇଁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଉଭୟଙ୍କୁ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଇଡି ଗିରଫ କରିବା ପରେ ପ୍ରାୟ ୮ ଦିନ କାଳ ରିମାଣ୍ଡରେ ନେଇ ଜେରା କରିଥିଲା। ଆଜି ରିମାଣ୍ଡ ଅବଧି ଶେଷ ହେବାରୁ ସେମାନଙ୍କୁ ୧୪ ଦିନ ପାଇଁ ଜେଲକୁ […]

କୋଲକାତା :ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କୁ ଆସନ୍ତା ୧୪ ଦିନ ପାଇଁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଉଭୟଙ୍କୁ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଇଡି ଗିରଫ କରିବା ପରେ ପ୍ରାୟ ୮ ଦିନ କାଳ ରିମାଣ୍ଡରେ ନେଇ ଜେରା କରିଥିଲା। ଆଜି ରିମାଣ୍ଡ ଅବଧି ଶେଷ ହେବାରୁ ସେମାନଙ୍କୁ ୧୪ ଦିନ ପାଇଁ ଜେଲକୁ ପଠାଇ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୮ ତାରିଖରେ ହେବ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୂର୍ବତନ ପଶ୍ଚିମବଙ୍ଗ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଆଉ ୧୪ ଦିନିଆ ହେପାଜତରେ ନେବାକୁ ଚାହୁଁଥିଲେ। ତଦନ୍ତ ଏଜେନ୍‌ସି ଇଡିର ଓକିଲ କହଥିଲେ ଯେ ଏହି ମାମଲାରେ ନୂତନ ଅନୁସନ୍ଧାନକୁ ନେଇ ସେମାନେ ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା କରିବାର ଆବଶ୍ୟକତା ଅଛି। ତେବେ, ମନି ଲଣ୍ଡରିଂ ବିରୋଧୀ ସ୍ୱତନ୍ତ୍ର ଅଦାଲତର ବିଚାରପତି ଜୀବନ କୁମାର ସାଧୁ ଏହି ମାମଲାର ସମସ୍ତ ପକ୍ଷଙ୍କ ଶୁଣାଣି ପରେ ଆଦେଶ ସଂରକ୍ଷିତ ରଖିବାରୁ ଉଭୟ ଅଭିଯୁକ୍ତଙ୍କୁ ୧୪ ଦିନ ପାଇଁ ଜେଲକୁ ପଠାଇ ଦିଆଯାଇଥିଲା। ଜୁଲାଇ ୨୩ରେ ଗିରଫ ହେବା ପରଠାରୁ ଉଭୟ ଅଭିଯୁକ୍ତ ଇଡିର ରିମାଣ୍ଡରେ ଥିଲେ।ଇଡି ଦାବି କରିଛି ଯେ ପାର୍ଥ ଚାଟାର୍ଜୀ ହେପାଜତରେ ଥିବା ୧୫ଦିନ ମଧ୍ୟରୁ ଡାକ୍ତରଖାନାରେ ଆଡମିସନ ହେତୁ ଅତି କମରେ ଦୁଇ ଦିନ ନଷ୍ଟ ହୋଇ ଯାଇଥିଲା।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

ପାର୍ଥ ଓ ଅର୍ପିତାଙ୍କୁ ଜୁଲାଇ ୨୩ ତାରିଖରୁ ଇଡି ନିଜ ହେପାଜତରେ ରଖିଥିଲା। ବେଆଇନ ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ଇଡି ଜାଣିବାକୁ ପାଇଛି। ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ଅର୍ପିତାଙ୍କର ଦୁଇଟି ଘରୁ ନଗଦ ୫୦ କୋଟି ଟଙ୍କା ଓ ବିପୁଳ ପରିମାଣର ସୁନା ଅଳଙ୍କାର ଜବତ ହୋଇଥିଲା। ଏହାପରେ ହିଁ ପ୍ରଥମେ ପାର୍ଥ ଓ ପରେ ଅର୍ପିତାଙ୍କୁ ଗିରଫ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର