ନିଟ୍ ପ୍ରସଙ୍ଗ ନେଇ ସଂସଦର ଉଭୟ ଗୃହରେ ହଙ୍ଗାମା, ଲୋକସଭା ସୋମବାର ଯାଏ ମୁଲତବୀ

The Sakala Picture
Published On

ନୂଆଦିଲ୍ଲୀ: ନିଟ ପ୍ରସଙ୍ଗ ନେଇ  ସଂସଦର ଉଭୟ ଗୃହରେ ଶୁକ୍ରବାର ହଙ୍ଗାମା କରିଛନ୍ତି ବିରୋଧୀ। ନିଟ ପ୍ରସଙ୍ଗରେ ଗୃହରେ ଆଲୋଚନା ଦାବି କରି ବିରୋଧୀ ହୋହଲ୍ଲା କରିଥିଲେ। ଫଳରେ ଲୋକସଭାରେ ବାଚସ୍ପତି ଓମ ବିର୍ଲା ଗୃହକୁ ଆସନ୍ତା ସୋମବାର ତଥା ଜୁଲାଇ ୧ ତାରିଖ ଯାଏ ମୁଲତବୀ ରଖିଛନ୍ତି। ଆଜି ଉଭୟ ରାଜ୍ୟ ସଭା ଏବଂ ଲୋକ ସଭା ଅଧିବେଶନ ଆରମ୍ଭ ହେବା କ୍ଷଣି ବିରୋଧୀମାନେ ନିଟ ପ୍ରସଙ୍ଗରେ ଆଲୋଚନା ଦାବି କରିଥିଲେ। ଲୋକ ସଭାରେ ବିରୋଧୀ […]

ନୂଆଦିଲ୍ଲୀ: ନିଟ ପ୍ରସଙ୍ଗ ନେଇ  ସଂସଦର ଉଭୟ ଗୃହରେ ଶୁକ୍ରବାର ହଙ୍ଗାମା କରିଛନ୍ତି ବିରୋଧୀ। ନିଟ ପ୍ରସଙ୍ଗରେ ଗୃହରେ ଆଲୋଚନା ଦାବି କରି ବିରୋଧୀ ହୋହଲ୍ଲା କରିଥିଲେ। ଫଳରେ ଲୋକସଭାରେ ବାଚସ୍ପତି ଓମ ବିର୍ଲା ଗୃହକୁ ଆସନ୍ତା ସୋମବାର ତଥା ଜୁଲାଇ ୧ ତାରିଖ ଯାଏ ମୁଲତବୀ ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ: 'ଫିତନା ଅଲ-ହିନ୍ଦୁସ୍ତାନ' ନାମକରଣକୁ କହିଲା 'ସଂଗଠିତ ଘୃଣାର କାରଖାନା'

ଆଜି ଉଭୟ ରାଜ୍ୟ ସଭା ଏବଂ ଲୋକ ସଭା ଅଧିବେଶନ ଆରମ୍ଭ ହେବା କ୍ଷଣି ବିରୋଧୀମାନେ ନିଟ ପ୍ରସଙ୍ଗରେ ଆଲୋଚନା ଦାବି କରିଥିଲେ। ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିଟ୍ ପ୍ରସଙ୍ଗ ଉଠାଇଥିଲେ। ବିରୋଧୀ ସଦସ୍ୟଙ୍କ ସହିତ ମିଶି ଏହି ପ୍ରସଙ୍ଗରେ ଆଲୋଚନା ଦାବି କରିଥିଲେ। ବାଚସ୍ପତି ଓମ ବିର୍ଲା କିନ୍ତୁ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରିବାକୁ କହିଥିଲେ।

ଆହୁରି ପଢ଼ନ୍ତୁ: ଏୟାର କାନାଡାରେ ନକଲି ପାଇଲଟଙ୍କ କାରନାମା: ୧୭ ବର୍ଷ ଧରି ବିନା ଲାଇସେନ୍ସରେ ଉଡ଼ାଇଲେ ୯୦୦ରୁ ଅଧିକ ବିମାନ, ପୋଲିସ କଲା ଗିରଫ

ରାହୁଲ କହିଥିଲେ, ଆମେ ବିରୋଧୀ ଏବଂ ସରକାରଙ୍କ ତରଫରୁ ଭାରତର ଛାତ୍ରଛାତ୍ରୀମାନଙ୍କୁ ଏକ ମିଳିତ ବାର୍ତ୍ତା ଦେବାକୁ ଚାହୁଁଛୁ ଯେ ଆମେ ଏହି ପ୍ରସଙ୍ଗକୁ ଜରୁରୀ ମନେ କରୁଛୁ। ତେଣୁ ଆମେ ଚିନ୍ତା କରୁଛୁ ଯେ ଛାତ୍ରଛାତ୍ରୀଙ୍କ ସମ୍ମାନ ପାଇଁ ଆଜି ନିଟ୍‌ ପ୍ରସଙ୍ଗରେ ଆଲୋଚନା କରିବା। ମାତ୍ର ବାଚସ୍ପତି ନ ଶୁଣିବାରୁ ବିରୋଧୀ ସଦସ୍ୟମାନେ ଗୃହରେ ପ୍ରବଳ ପାଟିତୁଣ୍ଡ କରିଥିଲେ।

ଆହୁରି ପଢ଼ନ୍ତୁ: ଭାରତରୁ ଆମ୍ବ ଆମଦାନୀ ଉପରେ କଟକଣା ଲଗାଇଲା ନେପାଳ, କୀଟନାଶକ ପ୍ରୟୋଗକୁ ନେଇ ଆଶଙ୍କା

ସେପଟେ ରାଜ୍ୟ ସଭାରେ ବି ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଅନ୍ୟ ବିରୋଧୀ ସଦସ୍ୟଙ୍କ ସହିତ ମିଶି ଅନୁରୂପ ଦାବି କରିଥିଲେ। ନିଟ୍ ପ୍ରସଙ୍ଗରେ ଆଲୋଚନା ଦାବି କରି ବିରୋଧୀ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ପରେ ଗୃହକୁ ପ୍ରଥମେ ମଧ୍ୟାହ୍ନ ୧୨ଟା ଏବଂ ପରେ ଅନୁରୂପ ସମସ୍ୟା ଯୋଗୁ ଅପରାହ୍ନ ୨ଟା ପରଯ୍ୟନ୍ତ ମୁଲତବୀ ରଖିଥିଲେ।

28 Jun 2024 By The Sakala

ନିଟ୍ ପ୍ରସଙ୍ଗ ନେଇ ସଂସଦର ଉଭୟ ଗୃହରେ ହଙ୍ଗାମା, ଲୋକସଭା ସୋମବାର ଯାଏ ମୁଲତବୀ

ନୂଆଦିଲ୍ଲୀ: ନିଟ ପ୍ରସଙ୍ଗ ନେଇ  ସଂସଦର ଉଭୟ ଗୃହରେ ଶୁକ୍ରବାର ହଙ୍ଗାମା କରିଛନ୍ତି ବିରୋଧୀ। ନିଟ ପ୍ରସଙ୍ଗରେ ଗୃହରେ ଆଲୋଚନା ଦାବି କରି ବିରୋଧୀ ହୋହଲ୍ଲା କରିଥିଲେ। ଫଳରେ ଲୋକସଭାରେ ବାଚସ୍ପତି ଓମ ବିର୍ଲା ଗୃହକୁ ଆସନ୍ତା ସୋମବାର ତଥା ଜୁଲାଇ ୧ ତାରିଖ ଯାଏ ମୁଲତବୀ ରଖିଛନ୍ତି।

ଆଜି ଉଭୟ ରାଜ୍ୟ ସଭା ଏବଂ ଲୋକ ସଭା ଅଧିବେଶନ ଆରମ୍ଭ ହେବା କ୍ଷଣି ବିରୋଧୀମାନେ ନିଟ ପ୍ରସଙ୍ଗରେ ଆଲୋଚନା ଦାବି କରିଥିଲେ। ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିଟ୍ ପ୍ରସଙ୍ଗ ଉଠାଇଥିଲେ। ବିରୋଧୀ ସଦସ୍ୟଙ୍କ ସହିତ ମିଶି ଏହି ପ୍ରସଙ୍ଗରେ ଆଲୋଚନା ଦାବି କରିଥିଲେ। ବାଚସ୍ପତି ଓମ ବିର୍ଲା କିନ୍ତୁ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରିବାକୁ କହିଥିଲେ।

ରାହୁଲ କହିଥିଲେ, ଆମେ ବିରୋଧୀ ଏବଂ ସରକାରଙ୍କ ତରଫରୁ ଭାରତର ଛାତ୍ରଛାତ୍ରୀମାନଙ୍କୁ ଏକ ମିଳିତ ବାର୍ତ୍ତା ଦେବାକୁ ଚାହୁଁଛୁ ଯେ ଆମେ ଏହି ପ୍ରସଙ୍ଗକୁ ଜରୁରୀ ମନେ କରୁଛୁ। ତେଣୁ ଆମେ ଚିନ୍ତା କରୁଛୁ ଯେ ଛାତ୍ରଛାତ୍ରୀଙ୍କ ସମ୍ମାନ ପାଇଁ ଆଜି ନିଟ୍‌ ପ୍ରସଙ୍ଗରେ ଆଲୋଚନା କରିବା। ମାତ୍ର ବାଚସ୍ପତି ନ ଶୁଣିବାରୁ ବିରୋଧୀ ସଦସ୍ୟମାନେ ଗୃହରେ ପ୍ରବଳ ପାଟିତୁଣ୍ଡ କରିଥିଲେ।

ସେପଟେ ରାଜ୍ୟ ସଭାରେ ବି ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଅନ୍ୟ ବିରୋଧୀ ସଦସ୍ୟଙ୍କ ସହିତ ମିଶି ଅନୁରୂପ ଦାବି କରିଥିଲେ। ନିଟ୍ ପ୍ରସଙ୍ଗରେ ଆଲୋଚନା ଦାବି କରି ବିରୋଧୀ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ପରେ ଗୃହକୁ ପ୍ରଥମେ ମଧ୍ୟାହ୍ନ ୧୨ଟା ଏବଂ ପରେ ଅନୁରୂପ ସମସ୍ୟା ଯୋଗୁ ଅପରାହ୍ନ ୨ଟା ପରଯ୍ୟନ୍ତ ମୁଲତବୀ ରଖିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର