ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ, ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୬ ଯାଏ ଚାଲିବ ଅଧିବେଶନ

The Sakala Picture
Published On

ନୂଆଦିଲ୍ଲୀ: ଜାନୁଆରି ୩୧ ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ । ଏହା ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୬ ଯାଏ ଚାଲିବ। ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବେ । ବଜେଟ ଅଧିବେଶର ଦ୍ୱିତୀୟ ଦିନ ଅର୍ଥାତ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଏ ନେଇ ଆଜି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। […]

ନୂଆଦିଲ୍ଲୀ: ଜାନୁଆରି ୩୧ ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ । ଏହା ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୬ ଯାଏ ଚାଲିବ। ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବେ । ବଜେଟ ଅଧିବେଶର ଦ୍ୱିତୀୟ ଦିନ ଅର୍ଥାତ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଏ ନେଇ ଆଜି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ସାଧାରଣ ବିରତି ଦିନଗୁଡ଼ିକୁ ଛାଡ଼ି ୬୬ ଦିନର ସମୟ ଅବଧିରେ ସମୁଦାୟ ୨୭ଟି ଅଧିବେଶନ ବସିବ ବୋଲି ମଧ୍ୟ ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ବଜେଟ ଅଧିବେଶନର ପ୍ରଥମ ଦିନରେ ଲୋକସଭା ଓ ରାଜ୍ୟସଭାର ସମସ୍ତ ସଦସ୍ୟଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଣ୍ଟ୍ରାଲ ହଲରେ ସମ୍ବୋଧନ କରିବେ। ଅଗଷ୍ଟ ମାସରେ ଦେଶର ସର୍ବୋଚ୍ଚ ପଦରେ ବସିବା ପରେ ରାଷ୍ଟ୍ରପତି ପ୍ରଥମଥର ମିଳିତ ସଦନକୁ ସମ୍ବୋଧନ କରିବେ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ପୂର୍ବବର୍ଷ ଭଳି ଚଳିତ ବର୍ଷ ବଜେଟରେ ରାଜକୋଷ କ୍ଷତିକୁ ନିୟନ୍ତ୍ରିତ କରିବା ଓ ବିକାଶ ଉପରେ ଜୋରଦେବା ଲାଗି ପ୍ରୟାସ କରାଯାଉଥିବା କଥା କୁହାଯାଇଛି । କରୋନା ମହାମାରୀ, ଦରବୃଦ୍ଧି ଓ ସୀମା ସଂକଟକୁ ନେଇ ଚଳିତ ବଜେଟରୁ ସାଧାରଣ ଲୋକମାନେ ବହୁତ କିଛି ଆଶା ରଖିଛନ୍ତି । ଏହାସହ ଚାକିରୀଆମାନେ ଆୟକର ଉପରେ ଛାଡ ସୀମା ବୃଦ୍ଧି କରାଯିବା ନେଇ ଆଶା କରିଛନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ଜାନୁଆରୀ ୧ରୁ ଆରମ୍ଭ ହେବାକୁ ଥିବା ସଂସଦର ବଜେଟ ଅଧିବେଶ ପ୍ରଥମେ ୧୩ ଫେବୃଆରୀ ଯାଏ ଚାଲିବ। ଏହାପରେ ଫେବୃଆରୀ ୧୪ରୁ ମାର୍ଚ୍ଚ ୧୨ ଯାଏ ବିଭାଗ ସମ୍ପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟିର ବିଭିନ୍ନ କାମ ପାଇଁ ନିୟମିତ ବ୍ରେକ ରହିବ। ଏହାପରେ ମାର୍ଚ୍ଚ ୧୩ରୁ ଏପ୍ରିଲ ୬ ଯାଏ ବଜେଟ ଅଧିବେଶର ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର