ପରୀକ୍ଷା ପେ ଚର୍ଚ୍ଚା: ନମ୍ବର ପାଇଁ ପିଲାମାନଙ୍କ ଉପରେ ଚାପ ନ ପକାଇବାକୁ ପିତାମାତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

The Sakala Picture
Published On

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରୀକ୍ଷା ପେ ଚର୍ଚ୍ଚା। ଫାଇନାଲ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଇଛନ୍ତି ମୋଦୀ। ଚିନ୍ତାମୁକ୍ତ ହୋଇ ପରୀକ୍ଷା ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପରୀକ୍ଷା ପ୍ରସ୍ତୁତି ପାଇଁ ସମୟ ପରିଚାଳନାକୁ ଗୁରତ୍ବ ଦେବା ନିହାତି ଆବଶ୍ୟକ । ପରୀକ୍ଷାରେ ଯୋଦ୍ଧା ଭାବେ ମୁକାବିଲା କରିବାକୁ କହିଛନ୍ତି ମୋଦୀ। ଶିକ୍ଷାର୍ଥୀ, ଅଭିଭାବକ ଓ ଶିକ୍ଷକମାନଙ୍କ ସହିତ ଭାବବିନିମୟ କରିବା ବେଳେ ନମ୍ବର ପାଇଁ ପିଲାମାନଙ୍କ ଉପରେ ଅଯଥା ଚାପ ନ ପକାଇବାକୁ […]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରୀକ୍ଷା ପେ ଚର୍ଚ୍ଚା। ଫାଇନାଲ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଇଛନ୍ତି ମୋଦୀ। ଚିନ୍ତାମୁକ୍ତ ହୋଇ ପରୀକ୍ଷା ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପରୀକ୍ଷା ପ୍ରସ୍ତୁତି ପାଇଁ ସମୟ ପରିଚାଳନାକୁ ଗୁରତ୍ବ ଦେବା ନିହାତି ଆବଶ୍ୟକ । ପରୀକ୍ଷାରେ ଯୋଦ୍ଧା ଭାବେ ମୁକାବିଲା କରିବାକୁ କହିଛନ୍ତି ମୋଦୀ।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ଶିକ୍ଷାର୍ଥୀ, ଅଭିଭାବକ ଓ ଶିକ୍ଷକମାନଙ୍କ ସହିତ ଭାବବିନିମୟ କରିବା ବେଳେ ନମ୍ବର ପାଇଁ ପିଲାମାନଙ୍କ ଉପରେ ଅଯଥା ଚାପ ନ ପକାଇବାକୁ ପିତାମାତାଙ୍କୁ ପରାମର୍ଶ ଦେଇଛନ୍ତି। ପିଲାମାନଙ୍କୁ ଚାପଗ୍ରସ୍ତ ନ କରିବାକୁ ପିତାମାତାଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ। ଛାତ୍ରଛାତ୍ରୀମାନେ ମଧ୍ୟ ସେମାନଙ୍କ ସାମର୍ଥ୍ୟକୁ ହେୟଜ୍ଞାନ ନ କରିବା ଉଚିତ। ପିଲାମାନଙ୍କଠାରୁ ଅନେକ ଆଶା କରିବା ପରିବାର ଲୋକଙ୍କ ପକ୍ଷେ ସ୍ବାଭାବିକ। ଏଥିରେ କିଛି ଭୁଲ୍‌ ନହିଁ। କିନ୍ତୁ, ପରିବାର ଲୋକେ ଯଦି ସାମାଜିକ ପ୍ରତିପତ୍ତି ନିମନ୍ତେ ଏଭଳି ଆଶା କରୁଥାଆନ୍ତି, ତେବେ ତାହା ଚିନ୍ତାର କାରଣ ପାଲଟିଯାଏ ବୋଲି ମଦୀ କହିଛନ୍ତି। ଛାତ୍ରଛାତ୍ରୀଙ୍କୁ ନିଜ ଲକ୍ଷ୍ୟ ପ୍ରତି ସର୍ବଦା ଧ୍ୟାନ ଦେଦାକୁ କହିଛନ୍ତି। ଚାପର ବଶବର୍ତ୍ତୀ ହୋଇ ଲକ୍ଷ୍ୟରୁ ବିଚ୍ୟୁତ ନହେବାକୁ ପରାମର୍ଶ ଦେଇଛନ୍ତି। ଏହାସହ (ସମୟର ସଦୁପଯୋଗ) ଟାଇମ୍‌‌ ମ୍ୟାନେଜମେଣ୍ଟ ପ୍ରତି ଯତ୍ନଶୀଳ ହେବା ଗୁରୁତ୍ୱପୂର୍ଣ୍ଣ ବୋଲି ମୋଦୀ କହିଛନ୍ତି।ଏହିପରି ଭାବେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ଯକ୍ରମରେ ଦେଶର ବିଭିନ୍ନ ଭାଗରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଲାଗି ଟିପ୍ସ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ଏହି ସମୟରେ ପ୍ରଧାନମନ୍ତ୍ରୀ ପିଲାମାନଙ୍କ ସହ ହସଖୁସିରେ କଥା ହେଉଥିବା ନଜର ଆସିଛି। ଏହି କ୍ରମରେ ଡିପିଏସ୍ ବେଙ୍ଗାଲୁରୁର ଛାତ୍ର ମନନ ମିତ୍ତଲଙ୍କ ସହ ମୋଦୀଙ୍କ ବାର୍ତ୍ତାଳାପରେ ହସିବାରେ ଲାଗିଥିଲେ ଉପସ୍ଥିତ ଛାତ୍ରଛାତ୍ରୀ। ମନନ ପ୍ରଶ୍ନ କରିଥିଲେ, ଅନଲାଇନ୍ କ୍ଲାସ୍ ସମୟରେ ଅନେକ ଧ୍ୟାନଭ୍ରଷ୍ଟ କରିବା ଭଳି ସଜେସନ୍ ଆସିଥାନ୍ତି । ଯେମିତିକି ଗେମିଙ୍ଗ । ଏହି ସମୟରେ ମୋଦି କହିଥିଲେ, ତୁମେ କ’ଣ ଜଣେ ଛାତ୍ର? ଏହାପରେ ସମସ୍ତେ ହସିବାରେ ଲାଗିଥିଲେ । କାରଣ ମନନଙ୍କ ମୁଣ୍ଡରେ ଚୁଟି ନଥିବା ବେଳେ ସେ ବୟସରେ ବହୁତ ବଡ଼ ଦେଖାଯାଉଥିଲେ । ଫଳରେ ପ୍ରଧାନମନ୍ତ୍ରୀ ଏଭଳି ଅଜବ ପ୍ରଶ୍ନ ପଚାରିଥିଲେ ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର