ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ସର୍ବାଧିକ ସନ୍ତାନ ଥିବା ପିତାମାତାଙ୍କୁ ମିଳିବ ୧ ଲକ୍ଷ ଟଙ୍କା

The Sakala Picture
Published On

ଦୁଇଟି ସନ୍ତାନ ଥିବା ପରିବାର ଲାଗି ପ୍ରୋତ୍ସାହନ ଯୋଜନା ଘୋଷଣା କରିଛନ୍ତି ଆସାମ ସରକାର । କିନ୍ତୁ ମିଜୋରାମରେ ଜଣେ ମନ୍ତ୍ରୀ ଭିନ୍ନ ଘୋଷଣା କରି ଚର୍ଚ୍ଚାକୁ ଆସିଛନ୍ତି । ସେ କହିଛନ୍ତି କି ତାଙ୍କ ନିର୍ବାଚନମଣ୍ଡଳୀରେ ସର୍ବାଧିକ ସନ୍ତାନ ଥିବା ପିତାମାତାକୁ ୧ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ ବୋଲି। ମିଜୋ ସମ୍ପ୍ରଦାୟର ଜନସଂଖ୍ୟା ବୃଦ୍ଧିକୁ ପ୍ରୋତ୍ସାହନ ଦେବା ଲାଗି ଏହି ଘୋଷଣା କରିଛନ୍ତି ରାଜ୍ୟ କ୍ରୀଡାମନ୍ତ୍ରୀ ରବର୍ଟ ରୋମଓ୍ୱିଆ ରୋୟତେ । ତେବେ […]

ଦୁଇଟି ସନ୍ତାନ ଥିବା ପରିବାର ଲାଗି ପ୍ରୋତ୍ସାହନ ଯୋଜନା ଘୋଷଣା କରିଛନ୍ତି ଆସାମ ସରକାର । କିନ୍ତୁ ମିଜୋରାମରେ ଜଣେ ମନ୍ତ୍ରୀ ଭିନ୍ନ ଘୋଷଣା କରି ଚର୍ଚ୍ଚାକୁ ଆସିଛନ୍ତି । ସେ କହିଛନ୍ତି କି ତାଙ୍କ ନିର୍ବାଚନମଣ୍ଡଳୀରେ ସର୍ବାଧିକ ସନ୍ତାନ ଥିବା ପିତାମାତାକୁ ୧ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ ବୋଲି। ମିଜୋ ସମ୍ପ୍ରଦାୟର ଜନସଂଖ୍ୟା ବୃଦ୍ଧିକୁ ପ୍ରୋତ୍ସାହନ ଦେବା ଲାଗି ଏହି ଘୋଷଣା କରିଛନ୍ତି ରାଜ୍ୟ କ୍ରୀଡାମନ୍ତ୍ରୀ ରବର୍ଟ ରୋମଓ୍ୱିଆ ରୋୟତେ । ତେବେ ନିଜ ଘୋଷଣାରେ ସେ ସର୍ବନିମ୍ନ ସନ୍ତାନଙ୍କ ସଂଖ୍ୟା ଉଲ୍ଲେଖ କରିନାହାନ୍ତି । ବିଭିନ୍ନ ରାଜ୍ୟ ସରକାର କମ୍ ସନ୍ତାନ ନେଇ ବିଭିନ୍ନ ଘୋଷଣା କରୁଥିବା ବେଳେ ମିଜୋରାମ ମନ୍ତ୍ରୀଙ୍କ ଏହି ଘୋଷଣା ଏବେ ଚର୍ଚ୍ଚାର କାରଣ ହୋଇଛି । ମନ୍ତ୍ରୀ କହିଛନ୍ତି, ଆଇଜଲ ଇଷ୍ଟ ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ସନ୍ତାନ ଥିବା ମହିଳା କିମ୍ବା ପୁରୁଷଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ । ଏହାସହ ସଂପୃକ୍ତ ବ୍ୟକ୍ତିଙ୍କୁ ଏକ ପ୍ରମାଣପତ୍ର ଓ ଏକ ଟ୍ରଫି ପ୍ରଦାନ କରାଯିବ । ହେଲେ ଏହି ପୁରସ୍କାର ରାଶି ରାଜ୍ୟ ପାଣ୍ଠିରୁ ପ୍ରଦାନ କରାଯିବ ନାହିଁ । ବରଂ ତାଙ୍କ ପୁତ୍ରଙ୍କ ଦ୍ବାରା ପ୍ରତିଷ୍ଠିତ ଏକ କନଷ୍ଟ୍ରକସନ କନସଲଟାନ୍ସି ଫାର୍ମରୁ ଏହି ଅର୍ଥ ପ୍ରଦାନ କରାଯିବ । ମିଜୋରାମରେ ମିଜୋ ଜନସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ଏହା ଚିନ୍ତାର କାରଣ ହୋଇଛି । ଆଉ ମିଜୋ ଜନସଂଖ୍ୟା ବୃଦ୍ଧି କରିବା ଲାଗି ଏପରି ଚିନ୍ତା କରାଯାଇଛି । ୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ମୋଟ ଜନସଂଖ୍ୟା ଥିଲା ୧୦ ଲକ୍ଷ ୯୧ ହଜାର ୧୪ ।

ଆହୁରି ପଢ଼ନ୍ତୁ: ଶାଶୁଙ୍କୁ ପ୍ରେମ କରିବସିଲେ ଜ୍ୱାଇଁ: ସବୁ ସମ୍ପର୍କ ଭୁଲି ଘରୁ ଫେରାର୍ ହୋଇଗଲେ, କଲେ କୋର୍ଟ ମ୍ୟାରେଜ

22 Jun 2021 By The Sakala

ସର୍ବାଧିକ ସନ୍ତାନ ଥିବା ପିତାମାତାଙ୍କୁ ମିଳିବ ୧ ଲକ୍ଷ ଟଙ୍କା

ଦୁଇଟି ସନ୍ତାନ ଥିବା ପରିବାର ଲାଗି ପ୍ରୋତ୍ସାହନ ଯୋଜନା ଘୋଷଣା କରିଛନ୍ତି ଆସାମ ସରକାର । କିନ୍ତୁ ମିଜୋରାମରେ ଜଣେ ମନ୍ତ୍ରୀ ଭିନ୍ନ ଘୋଷଣା କରି ଚର୍ଚ୍ଚାକୁ ଆସିଛନ୍ତି । ସେ କହିଛନ୍ତି କି ତାଙ୍କ ନିର୍ବାଚନମଣ୍ଡଳୀରେ ସର୍ବାଧିକ ସନ୍ତାନ ଥିବା ପିତାମାତାକୁ ୧ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ ବୋଲି। ମିଜୋ ସମ୍ପ୍ରଦାୟର ଜନସଂଖ୍ୟା ବୃଦ୍ଧିକୁ ପ୍ରୋତ୍ସାହନ ଦେବା ଲାଗି ଏହି ଘୋଷଣା କରିଛନ୍ତି ରାଜ୍ୟ କ୍ରୀଡାମନ୍ତ୍ରୀ ରବର୍ଟ ରୋମଓ୍ୱିଆ ରୋୟତେ । ତେବେ ନିଜ ଘୋଷଣାରେ ସେ ସର୍ବନିମ୍ନ ସନ୍ତାନଙ୍କ ସଂଖ୍ୟା ଉଲ୍ଲେଖ କରିନାହାନ୍ତି । ବିଭିନ୍ନ ରାଜ୍ୟ ସରକାର କମ୍ ସନ୍ତାନ ନେଇ ବିଭିନ୍ନ ଘୋଷଣା କରୁଥିବା ବେଳେ ମିଜୋରାମ ମନ୍ତ୍ରୀଙ୍କ ଏହି ଘୋଷଣା ଏବେ ଚର୍ଚ୍ଚାର କାରଣ ହୋଇଛି । ମନ୍ତ୍ରୀ କହିଛନ୍ତି, ଆଇଜଲ ଇଷ୍ଟ ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ସନ୍ତାନ ଥିବା ମହିଳା କିମ୍ବା ପୁରୁଷଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ । ଏହାସହ ସଂପୃକ୍ତ ବ୍ୟକ୍ତିଙ୍କୁ ଏକ ପ୍ରମାଣପତ୍ର ଓ ଏକ ଟ୍ରଫି ପ୍ରଦାନ କରାଯିବ । ହେଲେ ଏହି ପୁରସ୍କାର ରାଶି ରାଜ୍ୟ ପାଣ୍ଠିରୁ ପ୍ରଦାନ କରାଯିବ ନାହିଁ । ବରଂ ତାଙ୍କ ପୁତ୍ରଙ୍କ ଦ୍ବାରା ପ୍ରତିଷ୍ଠିତ ଏକ କନଷ୍ଟ୍ରକସନ କନସଲଟାନ୍ସି ଫାର୍ମରୁ ଏହି ଅର୍ଥ ପ୍ରଦାନ କରାଯିବ । ମିଜୋରାମରେ ମିଜୋ ଜନସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ଏହା ଚିନ୍ତାର କାରଣ ହୋଇଛି । ଆଉ ମିଜୋ ଜନସଂଖ୍ୟା ବୃଦ୍ଧି କରିବା ଲାଗି ଏପରି ଚିନ୍ତା କରାଯାଇଛି । ୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ମୋଟ ଜନସଂଖ୍ୟା ଥିଲା ୧୦ ଲକ୍ଷ ୯୧ ହଜାର ୧୪ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର