ଆଫଗାନିସ୍ତାନରେ ଦାରିଦ୍ର୍ୟର କରୁଣ ପରିଣତି; ଅଭାବରୁ ପିଲା ବିକୁଛନ୍ତି ବାପା ମାଆ, ଖୋଲା ବଜାରରେ ଡକାଯାଉଛି ନିଲାମ

The Sakala Picture
Published On

କାବୁଲ: ତାଲିବାନ କ୍ଷମତାକୁ ଫେରିବା ପରେ ଆଫଗାନିସ୍ତାନର ସ୍ଥିତି ଦ୍ରୁତ ଗତିରେ ବଦଳୁଛି। ଲୋକେ ସେଠାରେ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି। ଏକ ମାସ ଭିତରେ ସମସ୍ୟା ସୁଧୁରିବା ପରିବର୍ତ୍ତେ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। କେବଳ ସାମାଜିକ ନୁହେଁ ଲୋକେ ଆର୍ଥିକ ଦୃଷ୍ଟିରୁ ବେଶ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଦିନକୁ ଦୁଇ ଓଳି ଖାଇବାକୁ ମିଳୁ ନ ଥିବା ଆଫଗାନିସ୍ତାନରେ ଏବେ ଲୋକଙ୍କୁ ଓଳିଏ ଖାଇ ଦଣ୍ଡେ ଜିଇଁବା ପାଇଁ ସଂଘର୍ଷ କରିବାକୁ […]

କାବୁଲ: ତାଲିବାନ କ୍ଷମତାକୁ ଫେରିବା ପରେ ଆଫଗାନିସ୍ତାନର ସ୍ଥିତି ଦ୍ରୁତ ଗତିରେ ବଦଳୁଛି। ଲୋକେ ସେଠାରେ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି। ଏକ ମାସ ଭିତରେ ସମସ୍ୟା ସୁଧୁରିବା ପରିବର୍ତ୍ତେ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। କେବଳ ସାମାଜିକ ନୁହେଁ ଲୋକେ ଆର୍ଥିକ ଦୃଷ୍ଟିରୁ ବେଶ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଦିନକୁ ଦୁଇ ଓଳି ଖାଇବାକୁ ମିଳୁ ନ ଥିବା ଆଫଗାନିସ୍ତାନରେ ଏବେ ଲୋକଙ୍କୁ ଓଳିଏ ଖାଇ ଦଣ୍ଡେ ଜିଇଁବା ପାଇଁ ସଂଘର୍ଷ କରିବାକୁ ପଡୁଛି। ମାତ୍ର କିଛି ଦିନ ମଧ୍ୟରେ ରୋଜଗାରର ସବୁ ମାଧ୍ୟମ ବନ୍ଦ ହୋଇଯିବା ପରେ ବଞ୍ଚିବା ପାଇଁ ସବୁ ସମ୍ପତ୍ତି ବିକ୍ରି କରି ଚାଲୁଥିବା ଆଫଗାନବାସୀଙ୍କ ନିକଟରେ ଏବେ ପରିବାର ଚଳାଇବା ପାଇଁ ଆଉ କୌଣସି ବିକଳ୍ପ ନାହିଁ । ଶେଷରେ ଆଫଗାନୀ ସହରର ହାଟ ବଜାରରେ ବାପାମାଆ ନିଜ ପିଲାଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏମିତି ଏକ ଘଟଣା ଘଟିଛି ରାଜଧାନୀ କାବୁଲରେ, ଯେଉଁଠାରେ ପରିବାର ଚଲାଇବା ପାଇଁ ବାପାମାଆ ଖୋଲା ବଜାରରେ ପିଲାଙ୍କୁ ବିକ୍ରି କରୁଛନ୍ତି। ଏହାର ଏକ ଭିଡିଓ ସୋସିଆଲ ଡିଆରେ ଭାଇରାଲ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ଏହି ଭିଡିଓକୁ ଜଣେ ଆଫଗାନ ସାମ୍ବାଦିକ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ ଏହି ଦୁଃଖଦ ଦୃଶ୍ୟ ଆଫଗାନର। ଲୋକ ଗରିବି ଯୋଗୁଁ ନିଜ ଶିଶୁଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି ନିଜ କୋଳରେ ଶିଶକୁ ଏବଂ ହାତରେ ଶିଶୁ କନ୍ୟାଙ୍କୁ ଧରିଛନ୍ତି। ସେ ନିଜ ଭାଷାରେ କିଛି କହୁଥିବା ଶୁଣାଯାଉଛି। ଜଣେ ମହିଳା ତଳେ ବୁର୍ଖା ପିନ୍ଧି ବସିଛନ୍ତି। ସେ ଉକ୍ତ ବ୍ୟକ୍ତିଙ୍କ ପତ୍ନୀ ଭଳି ଲାଗୁଛନ୍ତି। ପରେ ବ୍ୟକ୍ତି ଜଣଙ୍କ ଶିଶୁକୁ ନିଜ ପତ୍ନୀଙ୍କୁ ଦେଉଛନ୍ତି। ଏହି ଭିଡିଓ ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି। ପୂର୍ବରୁ ଆଫଗାନ ଅନାହାର ମୃତ୍ୟୁ ନେଇ ଆଶଙ୍କା ପ୍ରକଟ କରିଥିଲା ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର