ପାକିସ୍ତାନକୁ ତିନିଖଣ୍ଡ କରିଦେବ ଭାରତ: ଇମ୍ରାନ୍‌ ଖାନ୍‌

The Sakala Picture
Published On

ଇସଲାମାବାଦ(ଏଜେନ୍ସି): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ୍‌-ଇ- ପାକିସ୍ତାନ ନେତା ଇମ୍ରାନ ଖାନ କ୍ଷମତା ଲୋଭରୁ ବର୍ତ୍ତି ପାରୁନାହାନ୍ତି। ସଂସଦରେ ସମର୍ଥନ ହରାଇ କିଛି ମାସ ତଳେ କ୍ଷମତା ହାରାଇଥିବା ଇମ୍ରାନ ଯେକୌଣସି ମତେ ନିର୍ବାଚନ କରାଇ ପୁଣିଥରେ କ୍ଷମତାକୁ ଫେରିବାକୁ ଏବେ ପାଗଳ ପ୍ରାୟ ହୋଇପଡ଼ିଛନ୍ତି। ସେଥିପାଇଁ ସେ ଶେହବାଜ ସରକାରଙ୍କ ବିରୋଧରେ ବାରମ୍ବାର ବିକ୍ଷୋଭ ,ରାଲି ଏବଂ ସମାବେଶ ଆଦିର ଆୟୋଜନ କରିଆସୁଥିଲା ବେଳେ ଏବେ ଭାରତ କଥା କହି ସେନା ଏବଂ […]

ଇସଲାମାବାଦ(ଏଜେନ୍ସି): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ୍‌-ଇ- ପାକିସ୍ତାନ ନେତା ଇମ୍ରାନ ଖାନ କ୍ଷମତା ଲୋଭରୁ ବର୍ତ୍ତି ପାରୁନାହାନ୍ତି। ସଂସଦରେ ସମର୍ଥନ ହରାଇ କିଛି ମାସ ତଳେ କ୍ଷମତା ହାରାଇଥିବା ଇମ୍ରାନ ଯେକୌଣସି ମତେ ନିର୍ବାଚନ କରାଇ ପୁଣିଥରେ କ୍ଷମତାକୁ ଫେରିବାକୁ ଏବେ ପାଗଳ ପ୍ରାୟ ହୋଇପଡ଼ିଛନ୍ତି। ସେଥିପାଇଁ ସେ ଶେହବାଜ ସରକାରଙ୍କ ବିରୋଧରେ ବାରମ୍ବାର ବିକ୍ଷୋଭ ,ରାଲି ଏବଂ ସମାବେଶ ଆଦିର ଆୟୋଜନ କରିଆସୁଥିଲା ବେଳେ ଏବେ ଭାରତ କଥା କହି ସେନା ଏବଂ ଦେଶବାସୀଙ୍କୁ ଡରାଇବା ଆରମ୍ଭ କରିଦେଇଛନ୍ତି। ପାକିସ୍ତାନର ସାଂପ୍ରତିକ ସ୍ଥିତିକୁ ନେଇ ଏବେ ଦେଶ ଆତ୍ମହତ୍ୟା କରିବାକୁ ଯାଉଛି ବୋଲି ଇମ୍ରାନ କହିଥିଲା ବେଳେ ଭାରତ ପ୍ରସ୍ତୁତ କରିଥିବା ଯୋଜନା ଦ୍ବାରା ପାକିସ୍ତାନ ତିନିଖଣ୍ଡ ହୋଇଯିବ ବୋଲି ଏକ ସାକ୍ଷାତକାରରେ ଇମ୍ରାନ କହିଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ବର୍ତ୍ତମାନ ସ୍ଥିତିରେ ସରକାରଙ୍କ ଠାରୁ ପାକ୍‌ ସେନାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ବେଳ ଥାଉ ଥାଉ ଯଦି ସେନା ପଦକ୍ଷେପ ନ ନିଏ ତେବେ ପ୍ରଥମେ ସେନା ହିଁ ବିଧ୍ବସ୍ତ ହୋଇଯିବ। ଦେଶର ଆର୍ଥିକ ସ୍ଥିତିକୁ ନେଇ ପାକିସ୍ତାନକୁ ଏକ ଦେବାଳିଆ ରାଷ୍ଟ୍ର ଭାବେ ଘୋଷଣା କରିବାକୁ ବେଶୀ ସମୟ ଲାଗିବନି। ଏହାପରେ ଦେଶ ନଷ୍ଟ ହୋଇଯିବ। କାରଣ ଦେବାଳିଆ ଘୋଷଣା ହେବା ପରେ ଆନ୍ତର୍ଜାତିକ ସମୁଦାୟ ପାକିସ୍ତାନର ଆଣବିକ କ୍ଷମତାକୁ ନିଷ୍ଫଳ କରିଦେବେ । ଏହାପରେ ପରେ ପାକିସ୍ତାନ ସେନା ମଧ୍ୟ ଧ୍ବସ୍ତ ବିଧ୍ବସ୍ତ ହୋଇଯିବ। ଏହାବ୍ୟତୀତ ଭାରତର ଯୋଜନା ମଧ୍ୟ ପାକିସ୍ତାନ ପାଇଁ କାଳ ହେବ। ସେମାନେ ବେଲୁଚିସ୍ତାନକୁ ପାକିସ୍ତାନରୁ ଅଲଗା କରିବାକୁ ଯୋଜନା ପ୍ରସ୍ତୁତ କରିସାରିଥିଲା ବେଳେ ଏହି ସମୟ ହିଁ ଭାରତ ପାଇଁ ଉପଯୁକ୍ତ ସମୟ ହେବ ଏବଂ ପାକିସ୍ତାନ ତିନିଖଣ୍ଡ ହୋଇଯିବ ବୋଲି ଇମ୍ରାନ କହିଛନ୍ତି। ଏଥିପାଇଁ ଏବେ ଠାରୁ ଏଷ୍ଟାବ୍ଳିଶମେଣ୍ଟ(ସେନା) ଏବଂ ଦେଶବାସୀ ପ୍ରସ୍ତୁତ ରହିବା ଉଚିତ ବୋଲି ଇମ୍ରାନ କହିଥିଲା ବେଳେ ତାଙ୍କର ଏଭଳି ମନ୍ତବ୍ୟ ବାଚାଳାମି ଛଡ଼ା ଆଉ କିଛି ନୁହେଁ ବୋଲି ବହୁ ରାଜନୈତିକ ଦଳ ପକ୍ଷରୁ କୁହାଯାଇଛି। କ୍ଷମତା ପିପାସୁ ଇମ୍ରାନଙ୍କ ଏହି ସ୍ବପ୍ନ କେବେ ବି ସାକାର ହେବ ନାହିଁ। ବରଂ ନିଜ ସରକାରଙ୍କ ବିରୋଧରେ ଇମ୍ରାନ ଜାତିସଂଘର ଦ୍ବାରସ୍ଥ ହେବା ଘଟଣା ତାଙ୍କର ଅପରିପକ୍ବତାକୁ ଦର୍ଶାଉଛି ବୋଲି ସେମାନେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଶେହବାଜ ସରକାର ବିରୋଧରେ ଇମ୍ରାନଙ୍କ ପିଟିଆଇ ଦଳ ପକ୍ଷରୁ ଇସଲାମାବାଦରେ ବିରାଟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ବେଳେ ପୁଲିସ ପକ୍ଷରୁ ଲାଠିମାଡ଼ କରାଯିବା ସହିତ ଶହ ଶହ କର୍ମୀଙ୍କୁ ଗିରଫ କରାଯାଇଥିଲା। ହେଲେ ଏହାକୁ ମାନବାଧÒକାର ଉଲ୍ଲଘଂନ ଦର୍ଶାଇ ଇମ୍ରାନଙ୍କ ପିଟିଆଇ ଦଳ ଜାତିସଂଘରେ ଫେରାଦ ହୋଇଥିଲା।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର