ହୋଇପାରିଲାନି ଋଣ ଚୁକ୍ତି, ଫେରିଗଲେ ଆଇଏମଏଫ୍ ଟିମ୍; ଦେବାଳିଆ ଘୋଷିତ ହେବ ପାକିସ୍ତାନ

The Sakala Picture
Published On

ଇସଲାମାବାଦ(ଏଜେନ୍ସି): ଆର୍ଥିକ ଦୁର୍ଗତିରୁ କାଙ୍ଗାଳ ପାକିସ୍ତାନକୁ ବଞ୍ଚାଇବାକୁ ଶେଷ ପନ୍ଥା ବି ହାତରୁ ଖସିଛି। ‘ଢୋକେ ପି ଦଣ୍ଡେ ବଞ୍ଚିବା ’ ନୀତିରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି(ଆଇଏମଏଫ୍‌)ରୁ କିଛି ଋଣ ଆଣି ସାଂପ୍ରତିକ ସ୍ଥିତିକୁ ମୁକାବିଲା କରିବାକୁ ଆଶା ବାନ୍ଧିଥିବା ପାକିସ୍ତାନ ବିଫଳ ହୋଇଛି। ପାକିସ୍ତାନକୁ ସ୍ବଳ୍ପ ଅର୍ଥ ଯୋଗାଇ ଦେବା ଲକ୍ଷ୍ୟରେ ଗତ ୧୦ ଦିନ ଧରି ପାକିସ୍ତାନ ଆସିଥିବା ଆଇଏମଏଫ୍‌ ଟିମ୍‌ ଫେରିଯାଇଥିଲା ବେଳେ ପାକିସ୍ତାନ ସରକାରଙ୍କ ସହ ସେମାନଙ୍କ ଆଲୋଚନା ବିଫଳ ହୋଇଛି। ଫଳରେ […]

ଇସଲାମାବାଦ(ଏଜେନ୍ସି): ଆର୍ଥିକ ଦୁର୍ଗତିରୁ କାଙ୍ଗାଳ ପାକିସ୍ତାନକୁ ବଞ୍ଚାଇବାକୁ ଶେଷ ପନ୍ଥା ବି ହାତରୁ ଖସିଛି। ‘ଢୋକେ ପି ଦଣ୍ଡେ ବଞ୍ଚିବା ’ ନୀତିରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି(ଆଇଏମଏଫ୍‌)ରୁ କିଛି ଋଣ ଆଣି ସାଂପ୍ରତିକ ସ୍ଥିତିକୁ ମୁକାବିଲା କରିବାକୁ ଆଶା ବାନ୍ଧିଥିବା ପାକିସ୍ତାନ ବିଫଳ ହୋଇଛି। ପାକିସ୍ତାନକୁ ସ୍ବଳ୍ପ ଅର୍ଥ ଯୋଗାଇ ଦେବା ଲକ୍ଷ୍ୟରେ ଗତ ୧୦ ଦିନ ଧରି ପାକିସ୍ତାନ ଆସିଥିବା ଆଇଏମଏଫ୍‌ ଟିମ୍‌ ଫେରିଯାଇଥିଲା ବେଳେ ପାକିସ୍ତାନ ସରକାରଙ୍କ ସହ ସେମାନଙ୍କ ଆଲୋଚନା ବିଫଳ ହୋଇଛି। ଫଳରେ ପାକିସ୍ତାନକୁ ତ୍ବରିତ ଋଣ ମିଳିବା ସମ୍ଭବ ହୋଇପାରିନାହିଁ। ଯାହାକୁ ନେଇ ପାକିସ୍ତାନର ସ୍ଥିତି ଅତ୍ୟନ୍ତ ଜଟିଳ ମୁହାଁ ହୋଇଛି। କହିବାକୁ ଗଲେ ପାକିସ୍ତାନ ପାଇଁ ଗୋଟିଏ ପଟେ ଖାଇ ତ’ ଆଉ ଗୋଟିଏ ପଟେ ଗର୍ତ୍ତ ଭଳି ସ୍ଥିତି ସୃଷ୍ଟି ହୋଇଛି। ଯାହାକୁ ନେଇ ପାକିସ୍ତାନ ସମ୍ପୂର୍ଣ୍ଣ ଦେବାଳିଆ ଘୋଷିତ ହେବା ସ୍ଥିତିକୁ ଚାଲିଆସିଛି।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ବିଭୀଷିକା: ସୁଡ଼ଙ୍ଗରେ ଫସିଛନ୍ତି ଶତାଧିକ ଶ୍ରମିକ, ଜୀବନ ବଞ୍ଚାଇବାକୁ ଚାଲିଛି ଆପ୍ରାଣ ଚେଷ୍ଟା

ଏହାବ୍ୟତୀତ ଆଉ ମାତ୍ର କିଛି ଦିନ ମଧ୍ୟରେ ପାକିସ୍ତାନବାସୀଙ୍କୁ ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବା ମଧ୍ୟ ସ୍ବପ୍ନ ହୋଇଯିବାର ଆଶଙ୍କା ଦେଖାଯାଇଛି। ଏପରିକି ଏଠାରେ ଶ୍ରୀଲଙ୍କା ଠାରୁ ଆହୁରି ଜଟିଳ ପରିସ୍ଥିତି ଉପୁଜିବା ସହିତ ଗୃହଯୁଦ୍ଧ ଲାଗିଯିବାର ସମ୍ଭାବନାକୁ ଏଡାଇ ଦିଆଯାଇପାରୁନି ବୋଲି ବିଶେଷଜ୍ଞମାନେ ଆକଳନ କରିବା ଆରମ୍ଭ କରିଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ପ୍ରକାଶଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ପାକିସ୍ତାନର ମୋଟ ବିଦେଶୀ ଋଣ ପରିମାଣ ୧୭୫ ବିଲିୟନ ଡଲାର ରହିଛି। ଏଥିମଧ୍ୟରୁ ମାସକ ମଧ୍ୟରେ ପାକିସ୍ତାନକୁ ୩.୯ ବିଲିୟନ ଡଲାର ପରିଶୋଧ କରିବାକୁ ରହିଥିଲା ବେଳେ ୩ ମାସ ମଧ୍ୟରେ ୪.୬୩ ବିଲିୟନ ଡଲାର ଏବଂ ବର୍ଷକ ମଧ୍ୟରେ ୨୨ ବିଲିୟନ ଡଲାର ପରିଶୋଧ କରିବାକୁ ପଡ଼ିବ। କିନ୍ତୁ ଋଣ ପରିଶୋଧ କରିବା ତ’ ଦୂରର କଥା,ଦେଶବାସୀଙ୍କୁ ଖାଦ୍ୟ ପଦାର୍ଥ ଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଇବାକୁ ସକ୍ଷମ ହୋଇପାରୁନଥିବା ପାକିସ୍ତାନ ସରକାର ସବୁ ସ୍ତରରେ ନିରାଶ ହେବା ପରେ ଜୀବନ ବଞ୍ଚାଇବାକୁ ଶେଷରେ ଆଇଏମଏଫ୍‌ର ଶରଣାପନ୍ନ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ୭ ବିଲିୟନ ଡଲାର ଋଣ ସହାୟତା ମଧ୍ୟରୁ ତୁରନ୍ତ ୧.୨ ବିଲିୟନ ଡଲାର ଦେବାକୁ ପାକିସ୍ତାନ ଗୁହାରି କରିଥିଲା। ଏହି ପରିମାଣର ଅର୍ଥ ସହାୟତା ଆଣି ସାଂପ୍ରତିକ ସ୍ଥିତିକୁ ମୁକାବିଲା କରିବା ପରେ ପାକିସ୍ତାନ ନିଜର ଅନ୍ୟ କିଛି ବନ୍ଧୁ ରାଷ୍ଟ୍ରଙ୍କ ନିକଟରୁ ଆଉ କିଛି ଋଣ କରିବାକୁ ଯୋଜାନା କରିଥିଲା।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ଏହିକ୍ରମରେ ଆଇଏମଏଫ୍‌ର ଏକ ଟିମ୍‌ ଆଲୋଚନା କରିବାକୁ ପାକିସ୍ତାନରେ ପହଞ୍ଚିଥିଲେ। ହେଲେ ଋଣ ପାଇଁ ଆଇଏମଏଫ୍‌ ଯେଉଁ ସବୁ ସର୍ତ୍ତ ରଖିଥିଲା ତାହାକୁ ସ୍ବୀକାର କରିବା ପାକିସ୍ତାନ ପାଇଁ ଅକଳ୍ପନୀୟ ହୋଇପଡ଼ିଥିଲା। ପାକିସ୍ତାନ ଉପରେ ଆଇଏମଏଫର ଭରସା ନ ଥିବାରୁ ସର୍ତ୍ତ ନ ମାନିବା ଯାଏଁ ଋଣ ମଞ୍ଜୁର କରିବା ଅସମ୍ଭବ କହି ଏହି ଟିମ୍‌ ପାକିସ୍ତାନ ଛାଡିଥିଲେ। ତେବେ ପାକିସ୍ତାନ ପାଇଁ ବିକଳ୍ପ ନ ଥିବାରୁ ଶେହବାଜ୍‌ ସରକାର ଆଇଏମଏଫ ମୁତାବକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।

ଆଇଏମଏଫ୍ ପାକିସ୍ତାନ ସରକାରଙ୍କୁ ତୁରନ୍ତ ଟିକସ ବୃଦ୍ଧି ସହିତ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ଏବଂ ଦୁର୍ନୀତି ବିରୋଧୀ ପଦକ୍ଷେପ ନେବାକୁ କହିଥିଲେ। ସେହି ଅନୁସାରେ ପାକିସ୍ତାନରେ ସବୁ ସାମଗ୍ରୀ ଉପରେ ପୁଣି ଟିକସ ବୃଦ୍ଧି କରାଯିବା ସହିତ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ଘୋଷଣା କରାଯାଇଛି। ଫଳରେ ପୂର୍ବରୁ ବିଦ୍ୟୁତ୍‌ ପ୍ରତି ୟୁନିଟ୍‌ ପିଛା ରହିଥିବା ୧୨.୫୦ ଟଙ୍କା ଏବେ ୧୪ ଟଙ୍କାରେ ପହଞ୍ଚିଛି। ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି କରି ପାକିସ୍ତାନ ସରକାର ଅନ୍ୟୂନ ୨୦,୦୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା କରିଛନ୍ତି। ସେହିପରି ପନି ପରିବା ଠାରୁ ଆରମ୍ଭ କରି ଡାଲି, ଚାଉଳ ଏବଂ ଅଟା ମୂଲ୍ୟ ମଧ୍ୟ ଆକାଶ ଛୁଆଁ ହୋଇଛି। ଇତିମଧ୍ୟରେ ପାକିସ୍ତାନର ମୁଦ୍ରାସ୍ଫୀତି ୪୦ ପ୍ରତିଶତରେ ପହଞ୍ଚିଛି। ତେବେ ସବୁ ସ୍ଥିତିକୁ ବିଚାର କରାଗଲେ ପାକିସ୍ତାନ ମାତ୍ର କିଛି ଦିନ ମଧ୍ୟରେ ଦେବାଳିଆ ଘୋଷିତ ହେବ ଏବଂ ଏଥିପାଇଁ ଅବଗଣନା ଆରମ୍ଭ ହୋଇଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର