ଖୁବ୍‌ଶୀଘ୍ର ଦେବାଳିଆ ଘୋଷିତ ହୋଇପାରେ ପାକିସ୍ତାନ, ସହାୟତା ଦେବାକୁ ବହୁ ରାଷ୍ଟ୍ରଙ୍କ ଅନାଗ୍ରହ

The Sakala Picture
Published On

ଇସଲାମାବାଦ : ପାକିସ୍ତାନରେ ଏବେ ଶ୍ରୀଲଙ୍କା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।ଋଣ ବୋଝରେ ଉବୁଟୁବୁ ହେଉଥିବା ପାକିସ୍ତାନ ଘୋର ଆର୍ଥିକ ଅନଟନ ଅବସ୍ଥା ଦେଇ ଗତି କରୁଥିବା ବେଳେ ଏହାର ବୈଦେଶିକ ମୁଦ୍ରା ଭଣ୍ଡାର ଶୂନ୍ୟ ହେବାରେ ଲାଗିଛି। ଯାହାକୁ ନେଇ ବିଦେଶରୁ କୌଣସି ସାମଗ୍ରୀ ଆମଦାନୀ କରିବା ସମ୍ଭବ ହେଉ ନାହିଁ। ଅନ୍ୟପଟେ ଘରୋଇ ସ୍ତରରେ ମଧ୍ୟ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ବିଦ୍ୟୁତ ଠାରୁ ଆରମ୍ଭ କରି ଶକ୍ତି ଏବଂ ପେଟ୍ରୋଲିୟମଜାତ ଦ୍ରବ୍ୟର ଘୋର […]

ଇସଲାମାବାଦ : ପାକିସ୍ତାନରେ ଏବେ ଶ୍ରୀଲଙ୍କା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।ଋଣ ବୋଝରେ ଉବୁଟୁବୁ ହେଉଥିବା ପାକିସ୍ତାନ ଘୋର ଆର୍ଥିକ ଅନଟନ ଅବସ୍ଥା ଦେଇ ଗତି କରୁଥିବା ବେଳେ ଏହାର ବୈଦେଶିକ ମୁଦ୍ରା ଭଣ୍ଡାର ଶୂନ୍ୟ ହେବାରେ ଲାଗିଛି। ଯାହାକୁ ନେଇ ବିଦେଶରୁ କୌଣସି ସାମଗ୍ରୀ ଆମଦାନୀ କରିବା ସମ୍ଭବ ହେଉ ନାହିଁ। ଅନ୍ୟପଟେ ଘରୋଇ ସ୍ତରରେ ମଧ୍ୟ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ବିଦ୍ୟୁତ ଠାରୁ ଆରମ୍ଭ କରି ଶକ୍ତି ଏବଂ ପେଟ୍ରୋଲିୟମଜାତ ଦ୍ରବ୍ୟର ଘୋର ଅଭାବ ରହିଛି। ସେହିପରି ସାରା ଦେଶରେ ଖାଦ୍ୟ ସଙ୍କଟକୁ ନେଇ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ଅଟା, ଚାଉଳ ,ପନିପରିବା ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ସାଙ୍ଗକୁ ଆକାଶ ଛୁଆଁ ଦର ଲୋକଙ୍କୁ ଡହଳ ବିକଳ କରିଛି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ଖାଦ୍ୟ ପାଇଁ ହାହାକାର ପରିସ୍ଥିତି ଦେଖାଯାଇଛି। ରୁଟି ପାଇଁ ଲୋକଙ୍କ ମଧ୍ୟରେ ମାର୍‌ପିଟ୍‌ ହେଉଛି । ସରକାରଙ୍କ ଦ୍ୱାରା ବଣ୍ଟା ଯାଉଥିବା ଗହମ କି ଅଟା ବସ୍ତା ପାଇଁ ଲୋକମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହୁଛନ୍ତି। ଗୋଟିଏ ଅଟା ବସ୍ତା ପାଇଁ ପାକିସ୍ତାନରେ ପୁରୁଷ ଲୋକଙ୍କ କଥା ଛାଡନ୍ତୁ ମହିଳାମାନେ ମଧ୍ୟ ଧସ୍ତା ଧସ୍ତି ହୋଇ ଏହାକୁ ଛଡାଇ ନେଉଛନ୍ତି । ଫଳରେ ଏଠାରେ ଖୁବଶୀଘ୍ର ଶ୍ରୀଲଙ୍କା ଭଳି ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଯାଇଛି। ଅନ୍ୟପକ୍ଷରେ କୌଣସି ରାଷ୍ଟ୍ର ପାକିସ୍ତାନକୁ ଅର୍ଥ ସହାୟତା କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। କେବଳ ସାଉଦି ଆରବ ଏବଂ ଅନ୍ୟ କିଛି ଇସଲାମିକ ରାଷ୍ଟ୍ରଙ୍କ ସମେତ ପାଶ୍ଚାତ୍ୟ ରାଷ୍ଟ୍ର ପାକିସ୍ତାନର ଭିତ୍ତିଭୂମି ବିକାଶ ପାଇଁ ଏଜେନ୍ସି ମାଧ୍ୟମରେ ଅର୍ଥ ଦେବାକୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

କିନ୍ତୁ ଏହାଦ୍ବାରା ସାଧାରଣ ଲୋକଙ୍କ ପାଇଁ କିଛି ସୁଯୋଗ ମିଳିବାର ନାହିଁ।ସେହିପରି ପାକିସ୍ତାନରେ ଶିଳ୍ପ ସଂସ୍ଥା ବନ୍ଦ ହୋଇଯିବା ସହିତ ରପ୍ତାନି ମଧ୍ୟ ଏକପ୍ରକାର ବନ୍ଦ ହେବାକୁ ବସିଛି। ଯାହାକୁ ନେଇ ବୈଦେଶିକ ମୁଦ୍ରା ଭଣ୍ଡାର ବିଗତ ୮ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଗତକାଲି ସୁଦ୍ଧା ବୈଦେଶିକ ମୁଦ୍ରା ଭଣ୍ଡାର ପରିମାଣ ୪.୫ ବିଲିୟନ ଡଲାରକୁ ଖସି ଆସିଛି। ଏହାକୁ ଦୃଷ୍ଟିରେ ରଖି କୌଣସି ରାଷ୍ଟ୍ର ପାକିସ୍ତାନ ଉପରେ ଭରସା କରିପାରୁନାହାନ୍ତି କି ବାଣିଜ୍ୟ ବ୍ୟବସାୟ କରିବାକୁ ଆଗ୍ରହ ଦେଖାଉନାହାନ୍ତି। ଫଳରେ ପାକିସ୍ତାନ ଏବେ ଦେବାଳିଆ ଅବସ୍ଥାକୁ ଚାଲିଯାଇପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର