ଚୀନ୍‌ରେ କରୋନା ସ୍ଥିତି ଜଟିଳ: ଉହାନରେ ପୁଣି ଲକ୍‌ଡାଉନ

The Sakala Picture
Published On

ବେଜିଂ: ସାରା ବିଶ୍ବକୁ କରୋନା ଦେଇଥିବା ଚୀନ୍‌ ଏବେ ଏହି ଭୂତାଣୁରେ କଲବଲ ହେଉଛି। ଏହି ଦେଶରେ ମହାମାରୀ ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏଥିଯୋଗୁଁ ତିନି ବର୍ଷ ପରେ କରୋନାର ଉତ୍ପତ୍ତି ସ୍ଥଳ ଉହାନ ସହରକୁ ପୁଣି ଲକ୍‌ଡାଉନ କରାଯାଇଛି। ଚଳିତ ସପ୍ତାହରେ ଉହାନରୁ ୨୫ ନୂଆ ରୋଗୀ ଚିହ୍ନଟ ହେଲେଣି। ୨୦୧୯ରେ ପ୍ରଥମ ରୋଗୀ ଚିହ୍ନଟ ହେବା ଏହି ସହରକୁ ଲକ୍‌ଡାଉନ କରିଦିଆଯାଇଥିଲା। ଏହା ବିଶ୍ବର ପ୍ରଥମ ଲକ୍‌ଡାଉନ ଥିଲା। ଏବେ ଅଧିକ ରୋଗୀ […]

ବେଜିଂ: ସାରା ବିଶ୍ବକୁ କରୋନା ଦେଇଥିବା ଚୀନ୍‌ ଏବେ ଏହି ଭୂତାଣୁରେ କଲବଲ ହେଉଛି। ଏହି ଦେଶରେ ମହାମାରୀ ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏଥିଯୋଗୁଁ ତିନି ବର୍ଷ ପରେ କରୋନାର ଉତ୍ପତ୍ତି ସ୍ଥଳ ଉହାନ ସହରକୁ ପୁଣି ଲକ୍‌ଡାଉନ କରାଯାଇଛି। ଚଳିତ ସପ୍ତାହରେ ଉହାନରୁ ୨୫ ନୂଆ ରୋଗୀ ଚିହ୍ନଟ ହେଲେଣି। ୨୦୧୯ରେ ପ୍ରଥମ ରୋଗୀ ଚିହ୍ନଟ ହେବା ଏହି ସହରକୁ ଲକ୍‌ଡାଉନ କରିଦିଆଯାଇଥିଲା। ଏହା ବିଶ୍ବର ପ୍ରଥମ ଲକ୍‌ଡାଉନ ଥିଲା। ଏବେ ଅଧିକ ରୋଗୀ ଚିହ୍ନଟ ହେଉଥିବା ଅଞ୍ଚଳକୁ ସିଲ୍‌ କରିଦିଆଯାଇଛି। କ୍ରମାଗତ ତୃତୀୟ ଦିନ ଲାଗି ଗୁରୁବାର ଚୀନ୍‌ରୁ ହଜାରେରୁ ଊର୍ଦ୍ଧ୍ବ ରୋଗୀ ଚିହ୍ନଟ ହୋଇଛନ୍ତି। ଗତ ୨ ସପ୍ତାହ ହେଲା ଉହାନରୁ କେବଳ ୨୪୦ ରୋଗୀ ଚିହ୍ନଟ ହେଲେଣି। ଏଥିପାଇଁ ଜିଲ୍ଲାର ୮ ଲକ୍ଷ ଲୋକଙ୍କୁ ୩୦ ତାରିଖ ପର୍ଯ୍ୟନ୍ତ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପୂର୍ବରୁ ଗ୍ବାଙ୍ଗଝୋଉ ସହରକୁ ଲକ୍‌ଡାଉନ କରାଯାଇଥିଲା। ରାଜଧାନୀ ବେଜିଂର ମଧ୍ୟ ସାର୍ବଜନୀନ ସ୍ଥାନଗୁଡିକୁ ବନ୍ଦ କରିଦିଆଯାଇଛି। ଲୋକଙ୍କୁ ସାମାଜିକ ଦୂରତ୍ବ ପାଳନ କରିବାକୁ କୁହାଯାଇଛି। ଏହା ମଧ୍ୟରେ ଚିନ୍ତା ସୃଷ୍ଟିକାରୀ ଏକ ଭିଡିଓ ସାମ୍‌ନାକୁ ଆସିଛି। ଜଣେ କରୋନା ସଂକ୍ରମିତଙ୍କୁ କ୍ରେନ୍‌ରେ ଉଠାଇ ନିଆଯାଉଥିବା ଦେଖିବାକୁ ମିଳିଛି। ଚୀନ୍‌ର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସଂକ୍ରମିତ ବ୍ୟକ୍ତିଙ୍କୁ ପଶୁ ଭଳି ବ୍ୟବହାର କରାଯାଉଛି। ପିପିଇ କିଟ୍‌ ପିନ୍ଧିଥିବା କୌଣସି ସ୍ବାସ୍ଥ୍ୟକର୍ମୀ ମଧ୍ୟ ତାଙ୍କ ପାଖ ମାଡ଼ି ନ ଥିଲେ। ଲୋକେ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ଭୟ କରୁଛନ୍ତି। ଏଠାରେ ସଂକ୍ରମିତଙ୍କୁ ବନ୍ଦୀ ଭଳି ରଖାଯାଉଛି। ଛୋଟ ଛୋଟ ଷ୍ଟିଲ୍‌ ପ୍ରକୋଷ୍ଠରେ ରୋଗୀଙ୍କୁ ରଖି ବାହାରୁ ବନ୍ଦ କରିଦିଆଯାଉଛି। ଖାଦ୍ୟ ଏବଂ ପାନୀୟ ଦେବା ପାଇଁ ଛୋଟିଆ ଝରକା ରହିଛି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର