ସି-ଭିଜିଲ୍‌ ଆପ୍‌ ଜରିଆରେ ଆସିଛି ୭୯ ହଜାରରୁ ଉର୍ଦ୍ଧ୍ବ ଅଭିଯୋଗ, ୯୯ ପ୍ରତିଶତର ହୋଇଛି ସମାଧାନ: ନିର୍ବାଚନ ଆୟୋଗ

The Sakala Picture
Published On

ନୂଆଦିଲ୍ଲୀ: ସି-ଭିଜିଲ୍‌ ଆପ୍‌ ଜରିଆରେ ନିର୍ବାଚନ ପ୍ରକ୍ରିୟା ଉପରେ ନିର୍ବାଚନ ଆୟୋଗ ତୀକ୍ଷ୍ଣ ନଜର ରଖିଛନ୍ତି। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନର ରେକର୍ଡିଂ, ରିପୋର୍ଟିଂ ଏବଂ ସମାଧାନ ପାଇଁ ଏହି ଆପ୍‍ କାର୍ଯ୍ୟ କରୁଛି । ଏହି ଆପ୍‌ ଜରିଆରେ ଫଟୋ, ଭିଡିଓ ଇତ୍ୟାଦି ଉଠାଇ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ପର୍କରେ ଅନଲାଇନ୍‌ ଅଭିଯୋଗ କରାଯାଇପାରିବ। ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଲୋକସଭା ନିର୍ବାଚନ ଘୋଷଣା ହେବା ପରଠାରୁ ଏହି ଆପ୍ ମାଧ୍ୟମରେ ୭୯ […]

ନୂଆଦିଲ୍ଲୀ: ସି-ଭିଜିଲ୍‌ ଆପ୍‌ ଜରିଆରେ ନିର୍ବାଚନ ପ୍ରକ୍ରିୟା ଉପରେ ନିର୍ବାଚନ ଆୟୋଗ ତୀକ୍ଷ୍ଣ ନଜର ରଖିଛନ୍ତି। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନର ରେକର୍ଡିଂ, ରିପୋର୍ଟିଂ ଏବଂ ସମାଧାନ ପାଇଁ ଏହି ଆପ୍‍ କାର୍ଯ୍ୟ କରୁଛି । ଏହି ଆପ୍‌ ଜରିଆରେ ଫଟୋ, ଭିଡିଓ ଇତ୍ୟାଦି ଉଠାଇ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ପର୍କରେ ଅନଲାଇନ୍‌ ଅଭିଯୋଗ କରାଯାଇପାରିବ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଲୋକସଭା ନିର୍ବାଚନ ଘୋଷଣା ହେବା ପରଠାରୁ ଏହି ଆପ୍ ମାଧ୍ୟମରେ ୭୯ ହଜାରରୁ ଅଧିକ ଅଭିଯୋଗ ଆସିଛି। ୯୯ ପ୍ରତିଶତରୁ ଅଧିକ ଅଭିଯୋଗର ସମାଧାନ ହୋଇଛି ବୋଲି ଆୟୋଗ ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୮୯ ପ୍ରତିଶତ ୧୦୦ ମିନିଟ ମଧ୍ୟରେ ସମାଧାନ ହୋଇଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ବେଆଇନ ବ୍ୟାନର ହୋର୍ଡିଂ ସମ୍ପର୍କରେ ୫୮,୫୦୦ ଅଭିଯୋଗ ହୋଇଥିବାବେଳେ ଆୟ ବଣ୍ଟନ, ଉପହାର ଏବଂ ମଦ ବଣ୍ଟନ ସମ୍ପର୍କରେ ୧୪୦୦ ଅଭିଯୋଗ ରହିଛି ବୋଲି ଆୟୋଗ କହିଛନ୍ତି। ଅଭିଯୋଗ ଅନୁଯାୟୀ ତିନି ପ୍ରତିଶତ ସମ୍ପତ୍ତି ନଷ୍ଟ ବିଷୟରେ ଥିଲା। ଗାଳି ଗୁଲଜ କରିବାର ୫୩୫ଟି ଅଭିଯୋଗ ମଧ୍ୟରୁ ୫୨୯ଟି ସମାଧାନ ହୋଇଛି। ନିଷିଦ୍ଧ ଅବଧି ପରେ ପ୍ରଚାର ସହିତ ଏକ ହଜାର ଅଭିଯୋଗ ସମ୍ବନ୍ଧୀୟ ଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ସୂଚନା ଥାଉକି, ମାର୍ଚ୍ଚ ୧୬ରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ଘୋଷଣା କରାଯାଇଥିଲା ଏବଂ ଏପ୍ରିଲ ୧୯ରୁ ଭୋଟିଂ ଆରମ୍ଭ ହେବ। ଯାହାର ଫଳାଫଳ ଜୁନ୍ ୪ରେ ପ୍ରକାଶ ପାଇବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର