ବିରୋଧୀ ଦଳର ମହାବୈଠକ ଶେଷ; ୨୦୨୪ ନିର୍ବାଚନରେ ବିଜେପିକୁ କଡ଼ା ଟକ୍କର ଦେବେ ୧୫ରୁ ଉର୍ଦ୍ଧ୍ବ ବିରୋଧୀ ଦଳ

The Sakala Picture
Published On

ପାଟନା : ଇତିମଧ୍ୟରେ ପାଟନାରେ ଶେଷ ହୋଇଛି ବିରୋଧୀ ଦଳର ମହାବୈଠକ । ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ କଡ଼ା ଟକ୍କର ଦେବାକୁ ବିହାରର ପାଟନାରେ ଏକାଠି ହୋଇଥିଲେ ପ୍ରାୟ ୧୫ରୁ ଅଧିକ ବିରୋଧୀ ଦଳ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବରେ ୨୪ ଲଢ଼େଇ ଲଢ଼ିବାକୁ ଏହି ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି । ଜୁଲାଇ ୧୨ ତାରିଖରେ ସିମଲାରେ ବିରୋଧୀଙ୍କ ଆଉ ଏକ ବୈଠକର ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । […]

ପାଟନା : ଇତିମଧ୍ୟରେ ପାଟନାରେ ଶେଷ ହୋଇଛି ବିରୋଧୀ ଦଳର ମହାବୈଠକ । ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ କଡ଼ା ଟକ୍କର ଦେବାକୁ ବିହାରର ପାଟନାରେ ଏକାଠି ହୋଇଥିଲେ ପ୍ରାୟ ୧୫ରୁ ଅଧିକ ବିରୋଧୀ ଦଳ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବରେ ୨୪ ଲଢ଼େଇ ଲଢ଼ିବାକୁ ଏହି ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି । ଜୁଲାଇ ୧୨ ତାରିଖରେ ସିମଲାରେ ବିରୋଧୀଙ୍କ ଆଉ ଏକ ବୈଠକର ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଆସନ୍ତା ୧୭ ତାରିଖରେ ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ବାଦ୍‌ ପଡ଼ିପାରନ୍ତି ଡଜନେ ମନ୍ତ୍ରୀ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ପାଟନାରେ ପହଁଚି ବୈଠକରେ ସାମିଲ ହେବା ସହ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ କହିଛନ୍ତି ଆମେ ଏକାଠି ବିଜେପକିୁ ହରାଇବୁ । ଦେଶରେ ଦୁଇଟି ବିଚାରଧାରାର ଲଢେଇ ଚାଲିଛି । ବିଜେପି ଦେଶକୁ ଭାଙ୍ଗୁଛି ଓ କଂଗ୍ରେସ ଦେଶକୁ ଯୋଡୁଛି । ସେପଟେ ରାହୁଲଙ୍କୁ ଜବାବ ଦେଇ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ବିଜେପିକୁ ହରାଇବା ପାଇଁ କଂଗ୍ରେସ ଏକାକୀ ସକ୍ଷମ ନୁହେଁ ବୋଲି ବିରୋଧୀ ବୈଠକରେ ପ୍ରମାଣିତ ହୋଇଛି ।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ବଢ଼ିଲା ଉତ୍ତେଜନା: ଇରାନ ଉପରେ ଇସ୍ରାଏଲର ପାଲଟା ମିସାଇଲ ମାଡ଼, ତେହେରାନରେ ଥରିଲା ଛାତି

ବିଜେପି ଦେଶରେ ହିଂସା, ଘୃଣା ଭାବ ବିସ୍ତାର କରୁଛି ବୋଲି ରାହୁଲ କହିଛନ୍ତି । ଦେଶରେ ଲୋକତାନ୍ତ୍ରିକ ସଂସ୍ଥାର ଦୁରୁପଯୋଗ କରାଯାଉଛି । ବିରୋଧୀଙ୍କୁ ଇଡି, ସିବିଆଇର ଧମକ ଦେଇ ଚୁପ କରିବାକୁ ଚେଷ୍ଟା କରାଯାଉଛି । ବିହାର ପାଟନାରୁ ଆରମ୍ଭ ହୋଇଥିବା ଏହି ବୈଠକ ଦେଶବ୍ୟାପୀ ଜନଆନ୍ଦୋଳନର ରୁପ ନେବ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିଜ ଭିତରେ ମତଭେଦ ଭୁଲି ସମସ୍ତେ ଏକାଠି ଲଢ଼ିବେ କହିଛନ୍ତି ଏନସିପି ସୁପ୍ରିମୋ ଶରଦ ପାଓ୍ବାର ।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

23 Jun 2023 By The Sakala

ବିରୋଧୀ ଦଳର ମହାବୈଠକ ଶେଷ; ୨୦୨୪ ନିର୍ବାଚନରେ ବିଜେପିକୁ କଡ଼ା ଟକ୍କର ଦେବେ ୧୫ରୁ ଉର୍ଦ୍ଧ୍ବ ବିରୋଧୀ ଦଳ

ପାଟନା : ଇତିମଧ୍ୟରେ ପାଟନାରେ ଶେଷ ହୋଇଛି ବିରୋଧୀ ଦଳର ମହାବୈଠକ । ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ କଡ଼ା ଟକ୍କର ଦେବାକୁ ବିହାରର ପାଟନାରେ ଏକାଠି ହୋଇଥିଲେ ପ୍ରାୟ ୧୫ରୁ ଅଧିକ ବିରୋଧୀ ଦଳ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବରେ ୨୪ ଲଢ଼େଇ ଲଢ଼ିବାକୁ ଏହି ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି । ଜୁଲାଇ ୧୨ ତାରିଖରେ ସିମଲାରେ ବିରୋଧୀଙ୍କ ଆଉ ଏକ ବୈଠକର ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ପାଟନାରେ ପହଁଚି ବୈଠକରେ ସାମିଲ ହେବା ସହ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ କହିଛନ୍ତି ଆମେ ଏକାଠି ବିଜେପକିୁ ହରାଇବୁ । ଦେଶରେ ଦୁଇଟି ବିଚାରଧାରାର ଲଢେଇ ଚାଲିଛି । ବିଜେପି ଦେଶକୁ ଭାଙ୍ଗୁଛି ଓ କଂଗ୍ରେସ ଦେଶକୁ ଯୋଡୁଛି । ସେପଟେ ରାହୁଲଙ୍କୁ ଜବାବ ଦେଇ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ବିଜେପିକୁ ହରାଇବା ପାଇଁ କଂଗ୍ରେସ ଏକାକୀ ସକ୍ଷମ ନୁହେଁ ବୋଲି ବିରୋଧୀ ବୈଠକରେ ପ୍ରମାଣିତ ହୋଇଛି ।

ବିଜେପି ଦେଶରେ ହିଂସା, ଘୃଣା ଭାବ ବିସ୍ତାର କରୁଛି ବୋଲି ରାହୁଲ କହିଛନ୍ତି । ଦେଶରେ ଲୋକତାନ୍ତ୍ରିକ ସଂସ୍ଥାର ଦୁରୁପଯୋଗ କରାଯାଉଛି । ବିରୋଧୀଙ୍କୁ ଇଡି, ସିବିଆଇର ଧମକ ଦେଇ ଚୁପ କରିବାକୁ ଚେଷ୍ଟା କରାଯାଉଛି । ବିହାର ପାଟନାରୁ ଆରମ୍ଭ ହୋଇଥିବା ଏହି ବୈଠକ ଦେଶବ୍ୟାପୀ ଜନଆନ୍ଦୋଳନର ରୁପ ନେବ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିଜ ଭିତରେ ମତଭେଦ ଭୁଲି ସମସ୍ତେ ଏକାଠି ଲଢ଼ିବେ କହିଛନ୍ତି ଏନସିପି ସୁପ୍ରିମୋ ଶରଦ ପାଓ୍ବାର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର