ଏସସି/ଏସଟି ବ୍ୟକ୍ତିଙ୍କ ବିରୋଧରେ ସୋସିଆଲ ମିଡିଆରେ ଅରୁଚିକର ଟିପ୍ପଣୀ ଦେଲେ ଆଇନର ପରିସରଭୁକ୍ତ ହେବେ- କେରଳ ହାଇକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏସସି ଓ ଏସଟି ବ୍ୟକ୍ତିଙ୍କ ବିରୋଧରେ କିଛି ମନ୍ତବ୍ୟ ପୋଷ୍ଟ କରୁଥିଲେ ସାବାଧାନ। ହୋଇପାରେ ଜେଲ୍ ।  ଏସସି/ଏସଟି ଆଇନ ଅନୁଯାୟୀ କାର୍ଯ୍ଯାନୁଷ୍ଠାନର ଶିକାର ହୋଇପାରନ୍ତି । ଆଜି ଏକ ମାମଲାର ଶୁଣାଣି ବେଳେ କେରଳ ହାଇକୋର୍ଟ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି। ଏକ ମାମଲାର ଶୁଣାଣି କରିବା ସହ ଜଣେ ୟୁଟ୍ୟୁବରଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି। ୟୁଟ୍ୟୁବର ଜଣକ ବିଭିନ୍ନ ସୋସିଆଲ ମିଡିଆରେ ଜଣେ ତଫସିଲଭୁକ୍ତ ଜନଜାତି ବର୍ଗର ବ୍ୟକ୍ତିଙ୍କ […]

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏସସି ଓ ଏସଟି ବ୍ୟକ୍ତିଙ୍କ ବିରୋଧରେ କିଛି ମନ୍ତବ୍ୟ ପୋଷ୍ଟ କରୁଥିଲେ ସାବାଧାନ। ହୋଇପାରେ ଜେଲ୍ ।  ଏସସି/ଏସଟି ଆଇନ ଅନୁଯାୟୀ କାର୍ଯ୍ଯାନୁଷ୍ଠାନର ଶିକାର ହୋଇପାରନ୍ତି । ଆଜି ଏକ ମାମଲାର ଶୁଣାଣି ବେଳେ କେରଳ ହାଇକୋର୍ଟ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ଏକ ମାମଲାର ଶୁଣାଣି କରିବା ସହ ଜଣେ ୟୁଟ୍ୟୁବରଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି। ୟୁଟ୍ୟୁବର ଜଣକ ବିଭିନ୍ନ ସୋସିଆଲ ମିଡିଆରେ ଜଣେ ତଫସିଲଭୁକ୍ତ ଜନଜାତି ବର୍ଗର ବ୍ୟକ୍ତିଙ୍କ ବିରୋଧରେ କେତେକ ଟିପ୍ପଣୀ ଦେବା ପରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା। କେରଳର ଟ୍ରୁ ଟିଭି ନାମକ ଏକ ଅନଲାଇନ ନ୍ୟୁଜ ପ୍ଲାଟଫର୍ମର ପରିଚାଳନା ନିର୍ଦ୍ଦେଶକଙ୍କ ଆଗୁଆ ଜାମିନ ଆବେଦନ ମାମଲାର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି। ପବ୍ଲିକ ପ୍ରସିକ୍ୟୁଟର କେ.ଏ. ନୌସାଦ ଯୁକ୍ତି ଦର୍ଶାଇଥିଲେ, ଡିଜିଟାଲ ଯୁଗରେ ଏସସି-ଏସଟି ଆଇନର ଆଭିମୁଖ୍ୟକୁ ଉପଯୁକ୍ତ ଭାବେ ପାଳନ କରିବାର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ମାମଲାର ଶୁଣାଣି କରି ଜଷ୍ଟିସ ବେଚୁ କୁରିଆନ ଥୋମାସ କହିଛନ୍ତି ଏସସି-ଏସଟି ବ୍ୟକ୍ତିଙ୍କ ବିରୋଧରେ କୌଣସି ଅଶାଳୀନ ବା ଅରୁଚିକର ଟିପ୍ପଣୀ ଏସସି-ଏସଟି ଆଇନର ପରିସରଭୁକ୍ତ ହେବ।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର