ଏକ ରାଷ୍ଟ୍ର-ଏକ ନିର୍ବାଚନ ପାଇଁ ୮ ଜଣିଆ କମିଟି ଘୋଷଣା, ଜାଣନ୍ତୁ କମିଟିରେ କେଉଁମାନଙ୍କୁ ମିଳିଲା ସ୍ଥାନ

The Sakala Picture
Published On

ନୂଆଦିଲ୍ଲୀ : ଦେଶର ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣିବା ସହିତ ‘ ଏକ ରାଷ୍ଟ୍ର, ଏକ ନିର୍ବାଚନ’ ନୀତି ପ୍ରଚଳନ କରିବାକୁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଆସନ୍ତା ୧୮ ରୁ ୨୨ ତାରିଖ ଯାଏଁ ଡକାଯାଇଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ଏହି ପ୍ରସଙ୍ଗରେ ବିଲ୍‌ ଅଣାଯାଇ ଆଲୋଚନା କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି। ତେବେ ଏହାପୂର୍ବରୁ ଏକ ରାଷ୍ଟ୍ର, ଏକ ନିର୍ବାଚନ ପରିକଳ୍ପନାର କାର୍ଯ୍ୟକାରିତା ଉପରେ ଆଲୋଚନା କରିବାକୁ ଏକ ସ୍ବତନ୍ତ୍ର କମିଟି […]

ନୂଆଦିଲ୍ଲୀ : ଦେଶର ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣିବା ସହିତ ‘ ଏକ ରାଷ୍ଟ୍ର, ଏକ ନିର୍ବାଚନ’ ନୀତି ପ୍ରଚଳନ କରିବାକୁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଆସନ୍ତା ୧୮ ରୁ ୨୨ ତାରିଖ ଯାଏଁ ଡକାଯାଇଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ଏହି ପ୍ରସଙ୍ଗରେ ବିଲ୍‌ ଅଣାଯାଇ ଆଲୋଚନା କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି। ତେବେ ଏହାପୂର୍ବରୁ ଏକ ରାଷ୍ଟ୍ର, ଏକ ନିର୍ବାଚନ ପରିକଳ୍ପନାର କାର୍ଯ୍ୟକାରିତା ଉପରେ ଆଲୋଚନା କରିବାକୁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି। ଏହି କମିଟିରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଗୁରୁ ଦାୟିତ୍ବ ଦିଆଯାଇଛି। ସେ ଏହି କମିଟିର ଅଧ୍ୟକ୍ଷ ରହିବେ। ଏଥି ସହିତ ଶନିବାର ଏକ ରାଷ୍ଟ୍ର-ଏକ ନିର୍ବାଚନ ପାଇଁ ୮ ଜଣିଆ କମିଟି ଘୋଷଣା କରାଯାଇଛି।

ଆହୁରି ପଢ଼ନ୍ତୁ: ଶାଶୁଙ୍କୁ ପ୍ରେମ କରିବସିଲେ ଜ୍ୱାଇଁ: ସବୁ ସମ୍ପର୍କ ଭୁଲି ଘରୁ ଫେରାର୍ ହୋଇଗଲେ, କଲେ କୋର୍ଟ ମ୍ୟାରେଜ

କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ୮ ଜଣିଆ ସଦସ୍ୟଙ୍କ ନାଁ ଘୋଷଣା କରାଯାଇଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ସଦସ୍ୟ ଭାବେ ଗୃହ ମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ଅଧୀର ଚୌଧୁରୀ ,ଗୁଲାମନବୀ ଆଜାଦ, ଏନ୍‌କେ ସିଂହ, ସୁଭାଷ କାଶ୍ୟପ,ହରିଶ ସାଲଭେ ଏବଂ ସଂଜୟ କୋଠାରୀ ସଦସ୍ୟ ନିଯୁକ୍ତ ହୋଇଛନ୍ତି। ଏଥି ସହିତ ଆଇନ ମନ୍ତ୍ରୀ ଅର୍ଜ୍ଜୁନରାମ ମେଘୱାଲ କମିଟିର ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ରହିଥିବା ବେଳେ କେନ୍ଦ୍ର ଆଇନ ବ୍ୟାପାର ସଚିବ ନିତେନ ଚନ୍ଦ୍ର କମିଟିର ସଚିବ ନିଯୁକ୍ତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଇସ୍ରାଏଲ ବିରୋଧରେ ସାମରିକ ଅଭିଯାନ ରୋକିଲା ଇରାନ, ଦେଲା କଡ଼ା ଚେତାବନୀ

ଏକ ରାଷ୍ଟ୍ର, ଏକ ନିର୍ବାଚନ ପ୍ରକ୍ରିୟାରେ ଦେଶରେ ବିଭିନ୍ନ ସମୟରେ କରାଯାଉଥିବା ନିର୍ବାଚନକୁ ବନ୍ଦ କରି ଏକ ସମୟରେ ନିର୍ବାଚନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଛଡ଼ା ଏହି ପ୍ରକ୍ରିୟାରେ ବ୍ୟୟ କରାଯାଉଥିବା ବିପୁଳ ପରିମାଣର ଅର୍ଥ ହ୍ରାସ କରାଯିବା ସହିତ ଏଥିପାଇଁ ଅପଚୟ ହେଉଥିବା ସମୟକୁ ମଧ୍ୟ ରୋକାଯାଇପାରିବ ବୋଲି କୁହାଯାଉଛି। ରାମନାଥଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟି ନିର୍ଦ୍ଦିଷ୍ଟ ଭାବେ ଏକ ରାଷ୍ଟ୍ର, ଏକ ନିର୍ବାଚନ ପରିକଳ୍ପନାର କେଉଁ ଦିଗ ଉପରେ ଆଲୋଚନା କରିବ ତାହା ସ୍ପଷ୍ଟ କରାଯାଇ ନାହିଁ। ତେବେ ସାମ୍ବିଧାନିକ ଏବଂ ପ୍ରଶାସନିକ କ୍ଷେତ୍ରରେ ରାମନାଥ କୋବିନ୍ଦଙ୍କ ରହିଥିବା ଦୃଢ ଅଭିଜ୍ଞତା ଏହି ପରିକଳ୍ପନାର ଆଲୋଚନା ପ୍ରକ୍ରିୟାକୁ ଖୋରାକ୍‌ ଯୋଗାଇବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍: ୧୧ ଶିଶୁଙ୍କ ସମେତ ୧୩ ମୃତ, ତାଲିବାନର ଚେତାବନୀ

02 Sep 2023 By The Sakala

ଏକ ରାଷ୍ଟ୍ର-ଏକ ନିର୍ବାଚନ ପାଇଁ ୮ ଜଣିଆ କମିଟି ଘୋଷଣା, ଜାଣନ୍ତୁ କମିଟିରେ କେଉଁମାନଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ : ଦେଶର ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣିବା ସହିତ ‘ ଏକ ରାଷ୍ଟ୍ର, ଏକ ନିର୍ବାଚନ’ ନୀତି ପ୍ରଚଳନ କରିବାକୁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଆସନ୍ତା ୧୮ ରୁ ୨୨ ତାରିଖ ଯାଏଁ ଡକାଯାଇଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ଏହି ପ୍ରସଙ୍ଗରେ ବିଲ୍‌ ଅଣାଯାଇ ଆଲୋଚନା କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି। ତେବେ ଏହାପୂର୍ବରୁ ଏକ ରାଷ୍ଟ୍ର, ଏକ ନିର୍ବାଚନ ପରିକଳ୍ପନାର କାର୍ଯ୍ୟକାରିତା ଉପରେ ଆଲୋଚନା କରିବାକୁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି। ଏହି କମିଟିରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଗୁରୁ ଦାୟିତ୍ବ ଦିଆଯାଇଛି। ସେ ଏହି କମିଟିର ଅଧ୍ୟକ୍ଷ ରହିବେ। ଏଥି ସହିତ ଶନିବାର ଏକ ରାଷ୍ଟ୍ର-ଏକ ନିର୍ବାଚନ ପାଇଁ ୮ ଜଣିଆ କମିଟି ଘୋଷଣା କରାଯାଇଛି।

କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ୮ ଜଣିଆ ସଦସ୍ୟଙ୍କ ନାଁ ଘୋଷଣା କରାଯାଇଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ସଦସ୍ୟ ଭାବେ ଗୃହ ମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ଅଧୀର ଚୌଧୁରୀ ,ଗୁଲାମନବୀ ଆଜାଦ, ଏନ୍‌କେ ସିଂହ, ସୁଭାଷ କାଶ୍ୟପ,ହରିଶ ସାଲଭେ ଏବଂ ସଂଜୟ କୋଠାରୀ ସଦସ୍ୟ ନିଯୁକ୍ତ ହୋଇଛନ୍ତି। ଏଥି ସହିତ ଆଇନ ମନ୍ତ୍ରୀ ଅର୍ଜ୍ଜୁନରାମ ମେଘୱାଲ କମିଟିର ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ରହିଥିବା ବେଳେ କେନ୍ଦ୍ର ଆଇନ ବ୍ୟାପାର ସଚିବ ନିତେନ ଚନ୍ଦ୍ର କମିଟିର ସଚିବ ନିଯୁକ୍ତ ହୋଇଛନ୍ତି।

ଏକ ରାଷ୍ଟ୍ର, ଏକ ନିର୍ବାଚନ ପ୍ରକ୍ରିୟାରେ ଦେଶରେ ବିଭିନ୍ନ ସମୟରେ କରାଯାଉଥିବା ନିର୍ବାଚନକୁ ବନ୍ଦ କରି ଏକ ସମୟରେ ନିର୍ବାଚନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଛଡ଼ା ଏହି ପ୍ରକ୍ରିୟାରେ ବ୍ୟୟ କରାଯାଉଥିବା ବିପୁଳ ପରିମାଣର ଅର୍ଥ ହ୍ରାସ କରାଯିବା ସହିତ ଏଥିପାଇଁ ଅପଚୟ ହେଉଥିବା ସମୟକୁ ମଧ୍ୟ ରୋକାଯାଇପାରିବ ବୋଲି କୁହାଯାଉଛି। ରାମନାଥଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟି ନିର୍ଦ୍ଦିଷ୍ଟ ଭାବେ ଏକ ରାଷ୍ଟ୍ର, ଏକ ନିର୍ବାଚନ ପରିକଳ୍ପନାର କେଉଁ ଦିଗ ଉପରେ ଆଲୋଚନା କରିବ ତାହା ସ୍ପଷ୍ଟ କରାଯାଇ ନାହିଁ। ତେବେ ସାମ୍ବିଧାନିକ ଏବଂ ପ୍ରଶାସନିକ କ୍ଷେତ୍ରରେ ରାମନାଥ କୋବିନ୍ଦଙ୍କ ରହିଥିବା ଦୃଢ ଅଭିଜ୍ଞତା ଏହି ପରିକଳ୍ପନାର ଆଲୋଚନା ପ୍ରକ୍ରିୟାକୁ ଖୋରାକ୍‌ ଯୋଗାଇବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର