ଟ୍ୱିଟରର ବୋର୍ଡରେ ସାମିଲ ହେବେନି ଏଲନ ମସ୍କ

The Sakala Picture
Published On

ନୂଆଦିଲ୍ଲୀ: ଟ୍ୱିଟରର ବୋର୍ଡରେ ସାମିଲ ହେବେନି ବିଶ୍ୱର ଏକ ନମ୍ବର ଧନି ଏଲନ ମସ୍କ।  ଏ ନେଇ ଟ୍ୱିଟର କମ୍ପାନୀର ସିଇଓ ପରାଗ ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି। ଟ୍ୱିଟରର ସେୟାରେ କିଣିବା ପରେ ଏଲନ ମସ୍କ ବୋର୍ଡରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା । ଏ ନେଇ ମ୍ପାନୀର ସିଇଓ ପରାଗ ଅଗ୍ରଓ୍ୱାଲ ପୂର୍ବରୁ କହିଥିଲେ। ପୁଣି ଆଜି ଆଉ ଏକ ଟ୍ବିଟ କରି ଅଗ୍ରଓ୍ୱାଲ ସ୍ପଷ୍ଟ କରିଛନ୍ତି ଯେ ଏଲନ ମସ୍କ ବୋର୍ଡରେ ସାମିଲ […]

ନୂଆଦିଲ୍ଲୀ: ଟ୍ୱିଟରର ବୋର୍ଡରେ ସାମିଲ ହେବେନି ବିଶ୍ୱର ଏକ ନମ୍ବର ଧନି ଏଲନ ମସ୍କ।  ଏ ନେଇ ଟ୍ୱିଟର କମ୍ପାନୀର ସିଇଓ ପରାଗ ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି। ଟ୍ୱିଟରର ସେୟାରେ କିଣିବା ପରେ ଏଲନ ମସ୍କ ବୋର୍ଡରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା । ଏ ନେଇ ମ୍ପାନୀର ସିଇଓ ପରାଗ ଅଗ୍ରଓ୍ୱାଲ ପୂର୍ବରୁ କହିଥିଲେ। ପୁଣି ଆଜି ଆଉ ଏକ ଟ୍ବିଟ କରି ଅଗ୍ରଓ୍ୱାଲ ସ୍ପଷ୍ଟ କରିଛନ୍ତି ଯେ ଏଲନ ମସ୍କ ବୋର୍ଡରେ ସାମିଲ ହେବେ ନାହିଁ ବୋଲି।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ


ସିଇଓ ପରାଗ କହିଛନ୍ତି ଯେ, ଏଲନ ମସ୍କ ବୋର୍ଡରେ ସାମିଲ ହେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ବୋର୍ଡ ଓ ସେ ଏଲନଙ୍କୁ ନେଇ ଅନେକ ଆଲୋଚନା କରିଥିଲେ । ସିଧାସଳଖ ଭାବେ ଏଲନଙ୍କ ସହ ଏନେଇ ଆଲୋଚନା ହୋଇଥିଲା । ଏଲନ କମ୍ପାନୀର ଏକ ବଡ ଦାୟିତ୍ୱ ନେବେ ବୋଲି ବିଶ୍ୱାସ ଥିଲା । ସେ ବୋର୍ଡ ମେମ୍ବର ଓ ସେୟାର ହୋଲ୍ଡରଙ୍କ ସହ ମିଶି କାମ କରିଥାନ୍ତେ । ବୋର୍ଡ ତାଙ୍କୁ ଅନେକ ଅଫର୍ ଦେଇଥିଲା । ନିଜେ ପରାଗ ମଙ୍ଗଳବାର ଏଲନଙ୍କ ବୋର୍ଡରେ ସାମିଲ ହେବା ନେଇ ସୂଚନା ଦେଇଥିଲେ । କିନ୍ତୁ ଏବେ ଏଲନ ସାମିଲ ହେବେ ନାହିଁ ବୋଲି ସେ କହିଛନ୍ତି । ଯାହାକୁ ନେଇ କିଛି ଦିନ ଧରି ଲାଗିଥିବା ଚର୍ଚ୍ଚାରେ ବିରାମ ଲାଗିଛି।

ସୂଚନାଯୋଗ୍ୟ, ଗତ ସପ୍ତାହର ଆରମ୍ଭରେ ଏଲନ ଟ୍ୱିଟରର ୯.୨ ପ୍ରତିଶତ ସେୟାର କ୍ରୟ କରିଥିଲେ । ଏହାସହ ସେ କମ୍ପାନୀର ସବୁଠାରୁ ବଡ ସେୟାର ହୋଲ୍ଡର ପାଲଟିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର