ରାଜସ୍ଥାନରେ ଓମିକ୍ରନ୍ ଆତଙ୍କ, ଗୋଟିଏ ଦିନରେ ୨୧ ଆକ୍ରାନ୍ତ ଚିହ୍ନଟ

The Sakala Picture
Published On

ଜୟପୁର: ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମ୍ରିକନ ସଂକ୍ରମିତଙ୍କ ସଂଖ୍ୟା। ଭାରତରେ ୪୦୦ ପାର କଲାଣି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଶନିବାର ରାଜସ୍ଥାନରେ ଓମିକ୍ରନର ୨୧ଟି ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଏହି ୨୧ ଜଣଙ୍କ ମଧ୍ୟରୁ ଜୟପୁରରୁ ୧୧ ଜଣ ଚିହ୍ନଟ ହୋଇଥିବାବେଳେ ଆଜମେରରୁ ୬, ଉଦୟପୁରରୁ ୩ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨୧ ଜଣଙ୍କ ମଧ୍ୟରୁ ୫ ଜଣ ବିଦେଶରୁ […]

ଜୟପୁର: ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମ୍ରିକନ ସଂକ୍ରମିତଙ୍କ ସଂଖ୍ୟା। ଭାରତରେ ୪୦୦ ପାର କଲାଣି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଶନିବାର ରାଜସ୍ଥାନରେ ଓମିକ୍ରନର ୨୧ଟି ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଏହି ୨୧ ଜଣଙ୍କ ମଧ୍ୟରୁ ଜୟପୁରରୁ ୧୧ ଜଣ ଚିହ୍ନଟ ହୋଇଥିବାବେଳେ ଆଜମେରରୁ ୬, ଉଦୟପୁରରୁ ୩ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨୧ ଜଣଙ୍କ ମଧ୍ୟରୁ ୫ ଜଣ ବିଦେଶରୁ ଫେରିଥିବା ଜଣାପଡ଼ିଛି । ଏହାକୁ ମିଶାଇ ରାଜସ୍ଥାନରେ ମୋଟ ୪୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଜୟପୁରରେ ସବୁଠାରୁ ଅଧିକ ୨୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ଜାପାନ: ୭.୫ ତୀବ୍ରତା ରେକର୍ଡ, ସୁନାମି ଆଲର୍ଟ ଜାରି

ରାଜସ୍ଥାନ ବ୍ୟତୀତ ମହାରାଷ୍ଟ୍ରରେ ବି ଅଧିକ ସଂଖ୍ୟାରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଶତକ ହାସଲ କରିସାରିଛି । ମହାରାଷ୍ଟ୍ରରେ ୧୦୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ମହାରାଷ୍ଟ୍ର ପରେ ଦିଲ୍ଲୀରେ ବି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି । ଏପରି ସ୍ଥିତିରେ ଆଗକୁ ନୂଆବର୍ଷ ଥିବାରୁ ଅନେକ ରାଜ୍ୟ ନାଇଟ କର୍ଫ୍ୟୁ ଲାଗୁ କରିସାରିଲେଣି ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଶେଷ ହେଉଛି ଆମେରିକା-ଇରାନ ଅସ୍ତ୍ରବିରତି ଅବଧି: ପୁଣି ଯୁଦ୍ଧ ଆରମ୍ଭ ହେବ ନା ଆଲୋଚନାକୁ ଆସିବ ଇରାନ?

ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କେବଳ ଉତ୍ତର ଭାରତରେ ବୃଦ୍ଧି ହୋଇନାହିଁ ଦକ୍ଷିଣ ଭାରତରେ ମଧ୍ୟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି । ତାମିଲନାଡୁରେ ୩୪ ମାମଲାରେ ଚିହ୍ନଟ ହୋଇଥିବାବେଳେ କେରଳରେ ୩୭, ତେଲାଙ୍ଗାନାରେ ୩୮ ମାମଲା ଚିହ୍ନଟ ହୋଇଛି । ବଢ଼ୁଥିବା ମାମଲାକୁ ଦେଖି କୁହାଯାଉଛି କି ଆସନ୍ତା ବର୍ଷ ଫେବ୍ରୁଆରୀରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ପିକରେ ରହିବ । ଏପରି ସ୍ଥିତିରେ କେନ୍ଦ୍ର ସରକାର ବୁଷ୍ଟର ଡୋଜ୍ ନେଇ ଚିନ୍ତା କରୁଥିବା କୁହାଯାଇଛି ।

ଆହୁରି ପଢ଼ନ୍ତୁ: ଅନିଶ୍ଚିତତାରେ ଆମେରିକା-ଇରାନ ଶାନ୍ତି ଆଲୋଚନା: ଟ୍ରମ୍ପଙ୍କ ବୋମାମାଡ଼ ଚେତାବନୀ ଓ ଇରାନର 'ନୂଆ କାର୍ଡ' ଧମକ

25 Dec 2021 By The Sakala

ରାଜସ୍ଥାନରେ ଓମିକ୍ରନ୍ ଆତଙ୍କ, ଗୋଟିଏ ଦିନରେ ୨୧ ଆକ୍ରାନ୍ତ ଚିହ୍ନଟ

ଜୟପୁର: ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମ୍ରିକନ ସଂକ୍ରମିତଙ୍କ ସଂଖ୍ୟା। ଭାରତରେ ୪୦୦ ପାର କଲାଣି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଶନିବାର ରାଜସ୍ଥାନରେ ଓମିକ୍ରନର ୨୧ଟି ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଏହି ୨୧ ଜଣଙ୍କ ମଧ୍ୟରୁ ଜୟପୁରରୁ ୧୧ ଜଣ ଚିହ୍ନଟ ହୋଇଥିବାବେଳେ ଆଜମେରରୁ ୬, ଉଦୟପୁରରୁ ୩ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨୧ ଜଣଙ୍କ ମଧ୍ୟରୁ ୫ ଜଣ ବିଦେଶରୁ ଫେରିଥିବା ଜଣାପଡ଼ିଛି । ଏହାକୁ ମିଶାଇ ରାଜସ୍ଥାନରେ ମୋଟ ୪୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଜୟପୁରରେ ସବୁଠାରୁ ଅଧିକ ୨୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜସ୍ଥାନ ବ୍ୟତୀତ ମହାରାଷ୍ଟ୍ରରେ ବି ଅଧିକ ସଂଖ୍ୟାରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଶତକ ହାସଲ କରିସାରିଛି । ମହାରାଷ୍ଟ୍ରରେ ୧୦୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ମହାରାଷ୍ଟ୍ର ପରେ ଦିଲ୍ଲୀରେ ବି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି । ଏପରି ସ୍ଥିତିରେ ଆଗକୁ ନୂଆବର୍ଷ ଥିବାରୁ ଅନେକ ରାଜ୍ୟ ନାଇଟ କର୍ଫ୍ୟୁ ଲାଗୁ କରିସାରିଲେଣି ।

ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କେବଳ ଉତ୍ତର ଭାରତରେ ବୃଦ୍ଧି ହୋଇନାହିଁ ଦକ୍ଷିଣ ଭାରତରେ ମଧ୍ୟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି । ତାମିଲନାଡୁରେ ୩୪ ମାମଲାରେ ଚିହ୍ନଟ ହୋଇଥିବାବେଳେ କେରଳରେ ୩୭, ତେଲାଙ୍ଗାନାରେ ୩୮ ମାମଲା ଚିହ୍ନଟ ହୋଇଛି । ବଢ଼ୁଥିବା ମାମଲାକୁ ଦେଖି କୁହାଯାଉଛି କି ଆସନ୍ତା ବର୍ଷ ଫେବ୍ରୁଆରୀରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ପିକରେ ରହିବ । ଏପରି ସ୍ଥିତିରେ କେନ୍ଦ୍ର ସରକାର ବୁଷ୍ଟର ଡୋଜ୍ ନେଇ ଚିନ୍ତା କରୁଥିବା କୁହାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର