ଓମିକ୍ରନ ଆଣିବ ୩ୟ ଲହର, ଫେବୃଆରୀରେ ଶୀର୍ଷ ଛୁଇଁବ ସଂକ୍ରମଣ

The Sakala Picture
Published On

ନୂଆଦିଲ୍ଲୀ : ସାରା ବିଶ୍ବରେ ଓମିକ୍ରନ ଭାରିଆଣ୍ଟ କାୟା ବିସ୍ତାର କରି ଚାଲିଥିବାବେଳେ ଭାରତରେ ତୃତୀୟ ଲହରକୁ ନେଇ ବଡ଼ ଦାବି କରାଯାଇଛି। ନ୍ୟାସନାଲ କୋଭିଡ-୧୯ ସୁପର ମଡେଲ ପ୍ୟାନେଲ ଅନୁଯାୟୀ ଓମିକ୍ରନ ଯୋଗୁଁ ଫେବୃଆରୀ ସୁଦ୍ଧା ଦେଶରେ ତୃତୀୟ ଲହର ଆସିବ। ଏହି ମାସରେ କରୋନା ମାମଲା ଶୀର୍ଷ ଛୁଇଁବ। ଏହି କମିଟିର ମୁଖ୍ୟ ତଥା ଆଇଆଇଟି ହାଇଦରାବାଦର ପ୍ରଫେସର ଏମ ବିଦ୍ୟାସାଗର କହିଛନ୍ତି ଯେ କରୋନାର ତୃତୀୟ ଲହର ଫେବୃଆରୀରେ ଶିଖର ଛଇଁବ। ତେବେ […]

ନୂଆଦିଲ୍ଲୀ : ସାରା ବିଶ୍ବରେ ଓମିକ୍ରନ ଭାରିଆଣ୍ଟ କାୟା ବିସ୍ତାର କରି ଚାଲିଥିବାବେଳେ ଭାରତରେ ତୃତୀୟ ଲହରକୁ ନେଇ ବଡ଼ ଦାବି କରାଯାଇଛି। ନ୍ୟାସନାଲ କୋଭିଡ-୧୯ ସୁପର ମଡେଲ ପ୍ୟାନେଲ ଅନୁଯାୟୀ ଓମିକ୍ରନ ଯୋଗୁଁ ଫେବୃଆରୀ ସୁଦ୍ଧା ଦେଶରେ ତୃତୀୟ ଲହର ଆସିବ। ଏହି ମାସରେ କରୋନା ମାମଲା ଶୀର୍ଷ ଛୁଇଁବ। ଏହି କମିଟିର ମୁଖ୍ୟ ତଥା ଆଇଆଇଟି ହାଇଦରାବାଦର ପ୍ରଫେସର ଏମ ବିଦ୍ୟାସାଗର କହିଛନ୍ତି ଯେ କରୋନାର ତୃତୀୟ ଲହର ଫେବୃଆରୀରେ ଶିଖର ଛଇଁବ।

ଆହୁରି ପଢ଼ନ୍ତୁ: ସରି ବାପା-ମା', ଆଉ ଥରେ ନିଟ୍ (NEET) ଦେବାକୁ ସାହସ ନାହିଁ: ପେପର ଲିକ୍ ବିବାଦ ମଧ୍ୟରେ ଛାତ୍ରୀଙ୍କ ଆତ୍ମହତ୍ୟା

ତେବେ ଏହା ଦ୍ବିତୀୟ ଲହର ଭଳି ବିପଜ୍ଜନକ ହେବ ନାହିଁ। ଦ୍ବିତୀୟ ଲହର ଅପେକ୍ଷା ଫେବୃଆରୀରେ କମ୍‌ ରୋଗୀ ଚିହ୍ନଟ ହେବେ। ବ୍ରିଟେନରେ ଓମିକ୍ରନ ଭାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପିଚାଲିଛି। ତେବେ ଭାରତରେ ବ୍ରିଟେନ ଭଳି ସ୍ଥିତି ନାହିଁ। ଏହା ପଛରେ ଦୁଇଟି କାରଣ ରହିଛି। ବ୍ରିଟେନରେ ସେରୋ ପଜିଟିଭିଟି କମ ଏବଂ ଟିକା ହାର ଊର୍ଦ୍ଧ୍ବରେ ରହିଛି। କିନ୍ତୁ ଭାରତରେ ଉଭୟ ଅଧିକ ରହିଛି। ଏଥିଯୋଗୁଁ ତୃତୀୟ ଲହର ବିପଜ୍ଜନକ ହେବନାହିଁ। କମ ସେରୋ ପଜିଟିଭିଟି ଅର୍ଥ ପ୍ରକୃତ କ୍ଷମତାଠାରୁ କମ ସଂକ୍ରମଣ।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ବଢ଼ିଲା ଉତ୍ତେଜନା: ଇରାନ ଉପରେ ଇସ୍ରାଏଲର ପାଲଟା ମିସାଇଲ ମାଡ଼, ତେହେରାନରେ ଥରିଲା ଛାତି

ଅନ୍ୟପକ୍ଷରେ ବ୍ରିଟେନରେ ବେଶି ଏମଆରଏନଏ ଟିକା ବ୍ୟବହାର କରାଯାଉଛି। ଏହା କମ ସମୟ ପାଇଁ ସୁରକ୍ଷା ଦେଇଥାଏ। ଭାରତରେ ଏହି ଟିକା ବ୍ୟବହାର କରାଯାଉନାହିଁ। ଏହା ଭାରତର ସ୍ଥିତିକୁ ଭଲ ରଖିଛି। କେନ୍ଦ୍ର ସରକାର ଚଳିତ ବର୍ଷ ମାର୍ଚ୍ଚରେ ଟିକାକରଣ ଆରମ୍ଭ କରିଦେଇଥିଲେ। ସେ ସମୟରେ ଡେଲ୍‌ଟା ପ୍ରବେଶ କରୁଥିଲା। ତେଣୁ ଟିକା ନେଇନଥିବା ଲୋକଙ୍କୁ ଏହା ସଂକ୍ରମିତ କରିଥିଲା। ସୂଚନାଯୋଗ୍ୟ ଯେ ଓମିକ୍ରନ ୯୧ରୁ ଅଧିକ ଦେଶକୁ ବ୍ୟାପିଲାଣି। ଭାରତରୁ ଆଜି ଏହି ଭାରିଆଣ୍ଟର ୩୩ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ସହିତ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩କୁ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ଜରୁରୀକାଳୀନ ଅବତରଣ ବେଳେ ରନୱେରେ ବିସ୍ଫୋରଣ: ଆମେରିକୀୟ ବ୍ୟବସାୟିକ ଜେଟ୍ ଦୁର୍ଘଟଣାରେ ୨ ମୃତ

19 Dec 2021 By The Sakala

ଓମିକ୍ରନ ଆଣିବ ୩ୟ ଲହର, ଫେବୃଆରୀରେ ଶୀର୍ଷ ଛୁଇଁବ ସଂକ୍ରମଣ

ନୂଆଦିଲ୍ଲୀ : ସାରା ବିଶ୍ବରେ ଓମିକ୍ରନ ଭାରିଆଣ୍ଟ କାୟା ବିସ୍ତାର କରି ଚାଲିଥିବାବେଳେ ଭାରତରେ ତୃତୀୟ ଲହରକୁ ନେଇ ବଡ଼ ଦାବି କରାଯାଇଛି। ନ୍ୟାସନାଲ କୋଭିଡ-୧୯ ସୁପର ମଡେଲ ପ୍ୟାନେଲ ଅନୁଯାୟୀ ଓମିକ୍ରନ ଯୋଗୁଁ ଫେବୃଆରୀ ସୁଦ୍ଧା ଦେଶରେ ତୃତୀୟ ଲହର ଆସିବ। ଏହି ମାସରେ କରୋନା ମାମଲା ଶୀର୍ଷ ଛୁଇଁବ। ଏହି କମିଟିର ମୁଖ୍ୟ ତଥା ଆଇଆଇଟି ହାଇଦରାବାଦର ପ୍ରଫେସର ଏମ ବିଦ୍ୟାସାଗର କହିଛନ୍ତି ଯେ କରୋନାର ତୃତୀୟ ଲହର ଫେବୃଆରୀରେ ଶିଖର ଛଇଁବ।

ତେବେ ଏହା ଦ୍ବିତୀୟ ଲହର ଭଳି ବିପଜ୍ଜନକ ହେବ ନାହିଁ। ଦ୍ବିତୀୟ ଲହର ଅପେକ୍ଷା ଫେବୃଆରୀରେ କମ୍‌ ରୋଗୀ ଚିହ୍ନଟ ହେବେ। ବ୍ରିଟେନରେ ଓମିକ୍ରନ ଭାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପିଚାଲିଛି। ତେବେ ଭାରତରେ ବ୍ରିଟେନ ଭଳି ସ୍ଥିତି ନାହିଁ। ଏହା ପଛରେ ଦୁଇଟି କାରଣ ରହିଛି। ବ୍ରିଟେନରେ ସେରୋ ପଜିଟିଭିଟି କମ ଏବଂ ଟିକା ହାର ଊର୍ଦ୍ଧ୍ବରେ ରହିଛି। କିନ୍ତୁ ଭାରତରେ ଉଭୟ ଅଧିକ ରହିଛି। ଏଥିଯୋଗୁଁ ତୃତୀୟ ଲହର ବିପଜ୍ଜନକ ହେବନାହିଁ। କମ ସେରୋ ପଜିଟିଭିଟି ଅର୍ଥ ପ୍ରକୃତ କ୍ଷମତାଠାରୁ କମ ସଂକ୍ରମଣ।

ଅନ୍ୟପକ୍ଷରେ ବ୍ରିଟେନରେ ବେଶି ଏମଆରଏନଏ ଟିକା ବ୍ୟବହାର କରାଯାଉଛି। ଏହା କମ ସମୟ ପାଇଁ ସୁରକ୍ଷା ଦେଇଥାଏ। ଭାରତରେ ଏହି ଟିକା ବ୍ୟବହାର କରାଯାଉନାହିଁ। ଏହା ଭାରତର ସ୍ଥିତିକୁ ଭଲ ରଖିଛି। କେନ୍ଦ୍ର ସରକାର ଚଳିତ ବର୍ଷ ମାର୍ଚ୍ଚରେ ଟିକାକରଣ ଆରମ୍ଭ କରିଦେଇଥିଲେ। ସେ ସମୟରେ ଡେଲ୍‌ଟା ପ୍ରବେଶ କରୁଥିଲା। ତେଣୁ ଟିକା ନେଇନଥିବା ଲୋକଙ୍କୁ ଏହା ସଂକ୍ରମିତ କରିଥିଲା। ସୂଚନାଯୋଗ୍ୟ ଯେ ଓମିକ୍ରନ ୯୧ରୁ ଅଧିକ ଦେଶକୁ ବ୍ୟାପିଲାଣି। ଭାରତରୁ ଆଜି ଏହି ଭାରିଆଣ୍ଟର ୩୩ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ସହିତ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩କୁ ବୃଦ୍ଧି ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର