ଶ୍ରୀଲଙ୍କାରେ ତେଲ ସଙ୍କଟ: ଦୁଇ ସପ୍ତାହ ପାଇଁ ସଟ୍‌ଡାଉନ୍‌, ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ

The Sakala Picture
Published On

କଲମ୍ବୋ: ଶ୍ରୀଲଙ୍କାରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ଘନେଇବାରେ ଲାଗିଛି। ଏସବୁ ମଧ୍ୟରେ ଦେଶରେ ତୈଳ ସଙ୍କଟ ଲୋକଙ୍କ ଦୈନନ୍ଦୀନ ଜୀବନକୁ ଅଧିକ ଦୁର୍ବିସହ କରିେଦଇଛି। ଶ୍ରୀଲଙ୍କାର ଦ୍ରୁତ ହ୍ରାସ ପାଉଥିବା ଇନ୍ଧନ ଭଣ୍ଡାରକୁ ସୁରକ୍ଷିତ ରଖିବା ଲାଗି ଦେଶରେ ଦୁଇ ସପ୍ତାହ ପାଇଁ ସଟ୍‌ଡାଉନ୍‌ ଲାଗୁ କରିଛନ୍ତି। ଏହାଫଳରେ ଦେଶରେ ସ୍କୁଲ, କଲେଜ ଏବଂ ସରକାରୀ କାର୍ଯ୍ୟାଳୟଗୁଡିକ ବନ୍ଦ ହୋଇଯାଇଛି। କାରଣ ସେଠାକାର ସରକାର ସଡ଼କରେ ଯାନବାହାନ ଚଳାଚଳ ହ୍ରାସ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ […]

କଲମ୍ବୋ: ଶ୍ରୀଲଙ୍କାରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ଘନେଇବାରେ ଲାଗିଛି। ଏସବୁ ମଧ୍ୟରେ ଦେଶରେ ତୈଳ ସଙ୍କଟ ଲୋକଙ୍କ ଦୈନନ୍ଦୀନ ଜୀବନକୁ ଅଧିକ ଦୁର୍ବିସହ କରିେଦଇଛି। ଶ୍ରୀଲଙ୍କାର ଦ୍ରୁତ ହ୍ରାସ ପାଉଥିବା ଇନ୍ଧନ ଭଣ୍ଡାରକୁ ସୁରକ୍ଷିତ ରଖିବା ଲାଗି ଦେଶରେ ଦୁଇ ସପ୍ତାହ ପାଇଁ ସଟ୍‌ଡାଉନ୍‌ ଲାଗୁ କରିଛନ୍ତି। ଏହାଫଳରେ ଦେଶରେ ସ୍କୁଲ, କଲେଜ ଏବଂ ସରକାରୀ କାର୍ଯ୍ୟାଳୟଗୁଡିକ ବନ୍ଦ ହୋଇଯାଇଛି। କାରଣ ସେଠାକାର ସରକାର ସଡ଼କରେ ଯାନବାହାନ ଚଳାଚଳ ହ୍ରାସ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। କେବଳ ଦେଶର ଡାକ୍ତରଖାନା ଏବଂ ସାମୁଦ୍ରିକ ବନ୍ଦରଗୁଡିକ ସେଗୁଡିକର ସମ୍ପୂର୍ଣ୍ଣ କ୍ଷମତା ସହ ପରିଚାଳିତ ହେଉଥିଲା। ଦେଶରେ ଆଉ ତିନି ଦିନ ଯାଏ ତେଲ ଷ୍ଟକ୍‌ ନ ଥିବା ନେଇ ଶ୍ରୀଲଙ୍କାର ଶକ୍ତି ମନ୍ତ୍ରୀ ଘୋଷଣା କରିବା ସତ୍ତ୍ବେ ପେଟ୍ରୋଲ ଏବଂ ଡିଜେଲ ପାଇଁ ପମ୍ପରେ ଲୋକେ ମାଇଲ୍‌ ମାଇଲ୍‌ ଦୂର ଯାଏ ଲମ୍ବା ଲାଇନ୍‌ ଲଗାଇଥିଲେ। ଗତ ସପ୍ତାହରେ ଖାଦ୍ୟାଭାବର ସମ୍ମୁଖୀନ ହେଉଥିବା ଦେଶର ହଜାର ହଜାର ଗର୍ଭବତୀ ମହିଳାଙ୍କୁ ଖାଇବାକୁ ଦେବା ପାଇଁ ମିଳିତ ଜାତିସଂଘ ଏହାର ଜରୁରୀକାଳୀନ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛି।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର