କରୋନାରୁ ବର୍ତ୍ତିବା ଲାଗି ‘ହୁ’ ର ଖାଦ୍ୟ ପରାମର୍ଶ; ୫ ଗ୍ରାମ ଲୁଣ ଓ ୬ ଚାମୁଚ ଚିନି ଖାଇବା ମନା

The Sakala Picture
Published On

ନୂଆଦିଲ୍ଲୀ: ପୁଣିଥରେ କରୋନା ସମସ୍ତଙ୍କ ଚିନ୍ତା ବଢାଇଦେଇଛି। କରୋନାର ନୂଆ ରୂପ ଅଧିକ ସଂକ୍ରାମକ ଏବଂ ବିପଜ୍ଜନକ। ସାମାନ୍ୟ ଅବହେଳା ମହାମାରୀକୁ ଆମନ୍ତ୍ରଣ କରିବା ପାଇଁ ଯଥେଷ୍ଟ। ଏଥିରୁ ବର୍ତ୍ତିବା ଲାଗି ବାରମ୍ବାର ହାତ ଧୋଇବା, ମାସ୍କ ଲଗାଇବା, ସାମାଜିକ ଦୂରତ୍ବ ପାଳନ କରିବା ଏବଂ ଖାଦ୍ୟ ଉପରେ ବିଶେଷ ଧ୍ୟାନ ରଖିବା ଜରୁରୀ। କାରଣ ଭଲ ଖାଇବା ଦ୍ବାରା ମନୁଷ୍ୟର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ଏବଂ ଏହା କରୋନାରୁ ସୁରକ୍ଷା ଦେବ। ଏହି ମହାମାରୀରୁ […]

ନୂଆଦିଲ୍ଲୀ: ପୁଣିଥରେ କରୋନା ସମସ୍ତଙ୍କ ଚିନ୍ତା ବଢାଇଦେଇଛି। କରୋନାର ନୂଆ ରୂପ ଅଧିକ ସଂକ୍ରାମକ ଏବଂ ବିପଜ୍ଜନକ। ସାମାନ୍ୟ ଅବହେଳା ମହାମାରୀକୁ ଆମନ୍ତ୍ରଣ କରିବା ପାଇଁ ଯଥେଷ୍ଟ। ଏଥିରୁ ବର୍ତ୍ତିବା ଲାଗି ବାରମ୍ବାର ହାତ ଧୋଇବା, ମାସ୍କ ଲଗାଇବା, ସାମାଜିକ ଦୂରତ୍ବ ପାଳନ କରିବା ଏବଂ ଖାଦ୍ୟ ଉପରେ ବିଶେଷ ଧ୍ୟାନ ରଖିବା ଜରୁରୀ। କାରଣ ଭଲ ଖାଇବା ଦ୍ବାରା ମନୁଷ୍ୟର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ଏବଂ ଏହା କରୋନାରୁ ସୁରକ୍ଷା ଦେବ। ଏହି ମହାମାରୀରୁ ବର୍ତ୍ତିବା ଲାଗି କିଭଳି ଖାଦ୍ୟ ଖାଇବା ଦରକାର ତାହାକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ଏକ ଖାଦ୍ୟ ତାଲିକା ପ୍ରସ୍ତୁତ କରିଛି। ହୁ ଅନୁଯାୟୀ ନିଜ ଖାଦ୍ୟ ତାଲିକାରେ ତାଜା ଫଳ ଏବଂ ପନିପରିବା ସାମିଲ କରିବା ଉଚିତ। ଏହା ଦ୍ବାରା ଭିଟାମିନ, ପୋଷକ ତତ୍ତ୍ବ, ଫାଇବର, ପ୍ରୋଟିନ ଏବଂ ଆଣ୍ଟି ଅକ୍ସିଡାଣ୍ଟ ମିଳିବ। ପ୍ରତ୍ୟେକ ଦିନ ଅତିକମରେ ୨ କପ ଫଳ, ୨.୫ କପ ପନିପରିବା, ୧୮୦ ଗ୍ରାମ ଭାତ ଏବଂ ୧୬୦ ଗ୍ରାମ ସିମ୍ବ ଖାଇବା ଉଚିତ। ସେହିପରି ସପ୍ତାହକୁ ଦୁଇଥର ଲାଲ ମାଂସ ଏବଂ ୨-୩ ଥର କୁକୁଡା ମାଂସ ଖାଇବା ଦରକାର। ସେହିପରି ସନ୍ଧ୍ୟାରେ ଭୋକ ଲାଗିଲେ ସବୁଜ ପନିପରିବା ଏବଂ ତାଜା ଫଳ ପନିପରିବା ଦେବା ଉଚିତ। ପନିପରିବାକୁ ଅଧିକ ଗରମ କରିବା ଅନୁଚିତ। ଏହା ଦ୍ବାରା ପୋଷକ ତତ୍ତ୍ବ ଶେଷ ହୋଇଯିବ। ସେହିପରି ପ୍ୟାକିଂ ଖାଦ୍ୟ ଖାଇଲେ ଲୁଣ ଏବଂ ଚିନିର ଅଧିକ ଧ୍ୟାନ ରଖିବାକୁ ପଡିବ। ଦିନକୁ ଅତିକମରେ ୫ ଗ୍ରାମ ଲୁଣ ଏବଂ ୬ ଚାମୁଚରୁ ଅଧିକ ଚିନି ନ ଖାଇବାକୁ ‘ହୁ’ ପରାମର୍ଶ ଦେଇଛି।

ଆହୁରି ପଢ଼ନ୍ତୁ: ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ଜାପାନ: ୭.୫ ତୀବ୍ରତା ରେକର୍ଡ, ସୁନାମି ଆଲର୍ଟ ଜାରି

19 Apr 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର