NTA ପକ୍ଷରୁ ପ୍ରକାଶ ପାଇଲା ନିଟ୍ ୟୁଜି ରେଜଲ୍ଟ
ନୂଆଦିଲ୍ଲୀ: NTA ପକ୍ଷରୁ ପ୍ରକାଶ ପାଇଲା ନିଟ୍ ୟୁଜି ରେଜଲ୍ଟ । ଆଜି ନ୍ଯାସନାଲ ଟେଷ୍ଟିଂ ଏଜେନସି ବା ଏନଟିଏ ଓ୍ବେବସାଇଟରେ ଅପଲୋଡ କରିିଛି ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କ ।ୱେବସାଇଟ୍ http://nta.nic.inରେ ରେଜଲ୍ଟ ଉପଲବ୍ଧ ହୋଇଛି। ତେବେ ପ୍ରାର୍ଥୀଙ୍କ ପରିଚୟ ଗୋପନ ରଖାଯିବ । ଆଜି ରେଜଲ୍ଟ ପ୍ରକାଶ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଶନିବାର ଛାତ୍ରଛାତ୍ରୀଙ୍କ ଫଳ ଅପଲୋଡ କରିବା ଲାଗି ଗତ ୧୮ ତାରିଖରେ ଶୁଣାଣି ବେଳେ ଏନଟିଏକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ […]
ନୂଆଦିଲ୍ଲୀ: NTA ପକ୍ଷରୁ ପ୍ରକାଶ ପାଇଲା ନିଟ୍ ୟୁଜି ରେଜଲ୍ଟ । ଆଜି ନ୍ଯାସନାଲ ଟେଷ୍ଟିଂ ଏଜେନସି ବା ଏନଟିଏ ଓ୍ବେବସାଇଟରେ ଅପଲୋଡ କରିିଛି ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କ ।ୱେବସାଇଟ୍ http://nta.nic.inରେ ରେଜଲ୍ଟ ଉପଲବ୍ଧ ହୋଇଛି। ତେବେ ପ୍ରାର୍ଥୀଙ୍କ ପରିଚୟ ଗୋପନ ରଖାଯିବ । ଆଜି ରେଜଲ୍ଟ ପ୍ରକାଶ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ଶନିବାର ଛାତ୍ରଛାତ୍ରୀଙ୍କ ଫଳ ଅପଲୋଡ କରିବା ଲାଗି ଗତ ୧୮ ତାରିଖରେ ଶୁଣାଣି ବେଳେ ଏନଟିଏକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ପ୍ରଧାନବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ ଜେ.ବି. ପାର୍ଦ୍ଦିଓ୍ବାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏନଟିଏକୁ ଏହି ନିର୍ଦ୍ଦେଶ ଦେଇଥିଲେ । ଶୁଣାଣି ବେଳେ ଖଣ୍ଡପୀଠ କହିଥିଲେ ନିଟ ପରିଚାଳନାରେ ସେପରି କିଛି ଅନିୟମିତତା ହୋଇଥିବାର ନଜିର ନ ଆସିଲେ ରିଟେଷ୍ଟ ହୋଇପାରିବ ନାହିଁ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମାର୍କ କେନ୍ଦ୍ରଓ୍ବାରୀ ପ୍ରକାଶ କରାଯାଇ ନଥିବାରୁ ଏହାକୁ ନେଇ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ଏହା ସହ ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କ ବି ବିଭିନ୍ନ କାରଣରୁ ପ୍ରକାଶ କରି ନଥିଲା ଏନଟିଏ । ପରୀକ୍ଷାରେ ସ୍ବଚ୍ଛତା ଲାଗି ଏନଟିଏ ଓ୍ବେବସାଇଟରେ ନିଟ-ୟୁଜି ଫଳ ପ୍ରକାଶ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ । କେନ୍ଦ୍ରଓ୍ବାରୀ ଫଳ ପ୍ରକାଶ କରିବାକୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ବିରୋଧ କରିଥିଲେ ବି ସୁପ୍ରିମକୋର୍ଟ ତାହା ଗ୍ରହଣ କରି ନଥିଲେ।