ମଙ୍ଗଳସୂତ୍ର ନ ପିନ୍ଧିଲେ ପତିଙ୍କ ମାନସିକ ଉତ୍ପୀଡ଼ନ ହୋଇପାରେ: ମାଡ୍ରାସ ହାଇକୋର୍ଟ

The Sakala Picture
Published On

ଚେନ୍ନଇ: ପତ୍ନୀ ମଙ୍ଗଳସୂତ୍ର ପିନ୍ଧିବା ଉଚିତ। ଏହା ନ ପିନ୍ଧିଲେ କିମ୍ବା କାଢ଼ିବା ଦ୍ୱାରା ପତିଙ୍କ ମାନିସକ ଉତ୍ପୀଡ଼ନ ହୋଇପାରେ। ମଙ୍ଗଳସୂତ୍ର ନ ପିନ୍ଧିବା ମାନସିକ କ୍ରୁରତାର ପରିଚୟ ଦେଉଛି । ଏପରି କରି ପତିଙ୍କ ଭାବାବେଗ ସହ ଖେଳାଯାଉଛି ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି । ମଙ୍ଗଳସୂତ୍ର ନ ପିନ୍ଧିବାକୁ ମଜଭୁତ ଆଧାର ମାନି କୋର୍ଟ ପତିଙ୍କୁ ଛାଡପତ୍ରକୁ ଅନୁମତି ଦେଇଛନ୍ତି । ଜଷ୍ଟିସ ଭି ଏମ ବେଲୁମଣି ଏବଂ ଜଷ୍ଟିସ ଏମ ସୌନ୍ଥରଙ୍କ ଖଣ୍ଡପୀଠ […]

ଚେନ୍ନଇ: ପତ୍ନୀ ମଙ୍ଗଳସୂତ୍ର ପିନ୍ଧିବା ଉଚିତ। ଏହା ନ ପିନ୍ଧିଲେ କିମ୍ବା କାଢ଼ିବା ଦ୍ୱାରା ପତିଙ୍କ ମାନିସକ ଉତ୍ପୀଡ଼ନ ହୋଇପାରେ। ମଙ୍ଗଳସୂତ୍ର ନ ପିନ୍ଧିବା ମାନସିକ କ୍ରୁରତାର ପରିଚୟ ଦେଉଛି । ଏପରି କରି ପତିଙ୍କ ଭାବାବେଗ ସହ ଖେଳାଯାଉଛି ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି । ମଙ୍ଗଳସୂତ୍ର ନ ପିନ୍ଧିବାକୁ ମଜଭୁତ ଆଧାର ମାନି କୋର୍ଟ ପତିଙ୍କୁ ଛାଡପତ୍ରକୁ ଅନୁମତି ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ଜଷ୍ଟିସ ଭି ଏମ ବେଲୁମଣି ଏବଂ ଜଷ୍ଟିସ ଏମ ସୌନ୍ଥରଙ୍କ ଖଣ୍ଡପୀଠ ଇରୋଡର ଏକ ମେଡିକାଲ କଲେଜର ପ୍ରଫେସର ସି ଶିବକୁମାରଙ୍କ ଛାଡପତ୍ର ମାମଲାର ଶୁଣାଣି କରି କହିଥିଲେ ଯେ ମହିଳାଙ୍କ ଗଳାରେ ଥିବା ମଙ୍ଗଳସୂତ୍ର ଏକ ପବତ୍ରି ସମ୍ପର୍କକୁ ସୂଚାଉଛି । ଏହା ବିବାହିତ ଜୀବନର ପବତ୍ରିତାକୁ ଦର୍ଶାଉଛି । ଏହାକୁ ପତିଙ୍କ ମୃତ୍ୟୁ ପରେ ହଟାଯାଇଥାଏ। ଏଭଳି ସ୍ଥିତିରେ ପତ୍ନୀ ମଙ୍ଗଳସୂତ୍ର ନ ପିନ୍ଧିଲେ ତାହାକୁ ପତିଙ୍କ ମାନିସକ କ୍ରୁରତା ଭାବେ ଧରାଯବି। ତେବେ ଆଶ୍ଚର୍ଯ୍ୟର ବିଷୟ ଯେ ୨୦୦୯ରେ ମାଡ୍ରାସ ହାଇକୋର୍ଟ ହିନ୍ଦୁ ବିବାହରେ ମଙ୍ଗଳସୂତ୍ର ଜରୁରୀ ନୁହେଁ ବୋଲି କହିଥିଲେ। ଅନ୍ୟପଟେ ଗୋଟିଏ କୋର୍ଟର ଅଲଗା ଅଲଗା ବିଚାରପତିଙ୍କ ଭିନ୍ନ ଭିନ୍ନ ରାୟକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର