ରୁଷ୍‌କୁ ଲକ୍ଷେ ସୈନିକ ଦେବ ଉତ୍ତରକୋରିଆ

The Sakala Picture
Published On

ମସ୍କୋ : ୧୬୦ରୁ ଅଧିକ ଦିନ ହେଲା ରୁଷ୍‌-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧ ସମାପ୍ତ ହେବା ପରିବର୍ତ୍ତେ ଦିନକୁ ଦିନ ଭୟାବହ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ ରୁଷ୍‌ ଏହି ଯୁଦ୍ଧରେ ଅନେକ ସୈନିକଙ୍କୁ ହରାଇଲାଣି। ରୁଷ୍‌ରେ ସୈନିକ ସଙ୍କଟ ଦେଖାଦେଇଛି। ଏହି ସ୍ଥିତିର ମୁକାବିଲା ପାଇଁ ରୁଷ୍‌ ଉତ୍ତର କୋରିଆର ଏକଛତ୍ରଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କୁ ସୈନିକ ଯୋଗାଇ ଦେବାକୁ କହିଛି। ଏକ ଲକ୍ଷ ସୈନିକଙ୍କ ବଦଳରେ ଉତ୍ତର କୋରିଆକୁ ଅଶୋଧିତ ତୈଳ […]

ମସ୍କୋ : ୧୬୦ରୁ ଅଧିକ ଦିନ ହେଲା ରୁଷ୍‌-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧ ସମାପ୍ତ ହେବା ପରିବର୍ତ୍ତେ ଦିନକୁ ଦିନ ଭୟାବହ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ ରୁଷ୍‌ ଏହି ଯୁଦ୍ଧରେ ଅନେକ ସୈନିକଙ୍କୁ ହରାଇଲାଣି। ରୁଷ୍‌ରେ ସୈନିକ ସଙ୍କଟ ଦେଖାଦେଇଛି। ଏହି ସ୍ଥିତିର ମୁକାବିଲା ପାଇଁ ରୁଷ୍‌ ଉତ୍ତର କୋରିଆର ଏକଛତ୍ରଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କୁ ସୈନିକ ଯୋଗାଇ ଦେବାକୁ କହିଛି। ଏକ ଲକ୍ଷ ସୈନିକଙ୍କ ବଦଳରେ ଉତ୍ତର କୋରିଆକୁ ଅଶୋଧିତ ତୈଳ ଏବଂ ଗହମ ଦେବାକୁ ପ୍ରସ୍ତାବ ଦେଇଛି। ଉତ୍ତର କୋରିଆ ମଧ୍ୟ ଏଥିପାଇଁ ପ୍ରସ୍ତୁତ ହୋଇଯାଇଛି। ଯୁଦ୍ଧର କ୍ଷତି ଭରଣା ପାଇଁ ରୁଷ୍‌କୁ ସାହାଯ୍ୟ କରିବ ବୋଲି କୂଟନୈତିକ ସ୍ତରରେ ସ୍ପଷ୍ଟ କରିଦେଇଛି।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ଉତ୍ତର କୋରିଆ ସୈନିକଙ୍କୁ ରୁଷ୍‌ ସମର୍ଥିତ ଲୁହାନସ୍କ ଏବଂ ଡୋନେସ୍କରେ ମୁତୟନ କରାଯିବ। କିଛି ଦିନ ତଳେ କିମ୍‌ ଜୋଙ୍ଗ ଉନ୍‌ ଲୁହାନସ୍କ ଏବଂ ଡୋନେସ୍କକୁ ସ୍ବାଧୀନ ରାଷ୍ଟ୍ରଭାବେ ମାନ୍ୟତା ଦେଇଛନ୍ତି। ଡୋନବାସକୁ ସୈନିକ ପଠାଇବାକୁ ଉତ୍ତର କୋରିଆ ରାଜି ହୋଇଯାଇଛି। ଏହା ବଦଳରେ କିମ୍‌ଙ୍କୁ ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ଶକ୍ତି ଏବଂ ଗହମ ଯୋଗାଣ କରାଯିବ। ରୁଷ୍‌ର ପ୍ରମୁଖ ପ୍ରତିରକ୍ଷା ରିଜର୍ଭ କର୍ଣ୍ଣଲ ଇଗୋର କୋରୋଟଚେଙ୍କୋ ଏକ ସାକ୍ଷାତକାରରେ ମଧ୍ୟ ଏହି ସୂଚନା ଦେଇଛନ୍ତି। କିମ୍‌ ବଢ଼ାଇଥିବା ବନ୍ଧୁତାର ହାତକୁ ଅସ୍ବୀକାର କରାଯିବ ନାହିଁ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର