ପୁଣି ଆଉ ଏକ ସ୍ବଳ୍ପ-ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତର କୋରିଆ

The Sakala Picture
Published On

ସିଓଲ୍‌: ଆଜି ସକାଳେ ଉତ୍ତର କୋରିଆ ପୂର୍ବ ଉପକୂଳ ସମୁଦ୍ରକୁ ୨ଟି ସ୍ବଳ୍ପ-ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଦକ୍ଷିଣ କୋରିଆ ସେନା କହିଛି। ନିଜ ସମୁଦ୍ର ଉପକୂଳବର୍ତ୍ତି ଅଞ୍ଚଳ ଏବଂ ଜାପାନ ସାଗରରୁ ଅଳ୍ପ ଦୂରରେ ଏହି ମିସାଇଲ୍ ପରୀକ୍ଷଣ ହୋଇଛି । ସୂଚନା ଅନୁସାରେ, ଯୁକ୍ତରାଷ୍ଟ୍ର ଆମେରିକାର ବିମାନବାହୀ ପୋତ ‘ୟୁଏସ୍‌ଏସ୍‌ ନିମିଜ୍‌’ ଏବଂ ତା’ ସହିତ ଆଉ କେତୋଟି ଯୁଦ୍ଧପୋତ ମଙ୍ଗଳବାର ଦିନ ଦକ୍ଷିଣପୂର୍ବ ବନ୍ଦର ନଗରୀ ବୁସାନ୍‌ସ୍ଥିତ ଦକ୍ଷିଣ କୋରିଆର ନୌସେନା […]

ସିଓଲ୍‌: ଆଜି ସକାଳେ ଉତ୍ତର କୋରିଆ ପୂର୍ବ ଉପକୂଳ ସମୁଦ୍ରକୁ ୨ଟି ସ୍ବଳ୍ପ-ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଦକ୍ଷିଣ କୋରିଆ ସେନା କହିଛି। ନିଜ ସମୁଦ୍ର ଉପକୂଳବର୍ତ୍ତି ଅଞ୍ଚଳ ଏବଂ ଜାପାନ ସାଗରରୁ ଅଳ୍ପ ଦୂରରେ ଏହି ମିସାଇଲ୍ ପରୀକ୍ଷଣ ହୋଇଛି ।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ସୂଚନା ଅନୁସାରେ, ଯୁକ୍ତରାଷ୍ଟ୍ର ଆମେରିକାର ବିମାନବାହୀ ପୋତ ‘ୟୁଏସ୍‌ଏସ୍‌ ନିମିଜ୍‌’ ଏବଂ ତା’ ସହିତ ଆଉ କେତୋଟି ଯୁଦ୍ଧପୋତ ମଙ୍ଗଳବାର ଦିନ ଦକ୍ଷିଣପୂର୍ବ ବନ୍ଦର ନଗରୀ ବୁସାନ୍‌ସ୍ଥିତ ଦକ୍ଷିଣ କୋରିଆର ନୌସେନା ବେସ୍‌ରେ ଲଙ୍ଗର୍‌ ପକାଇବ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ଜାତିସଂଘ ନିରାପତ୍ତା ପରିଷଦ୍‌ର ପ୍ରସ୍ତାବନାକୁ ଉଲ୍ଲଂଘନ କରୁଥିବା ଏଭଳି ଅଯଥା କ୍ଷେପଣାସ୍ତ୍ର ନିକ୍ଷେପଣକୁ ଦକ୍ଷିଣ କ‌ୋରିଆ ସେନା ତୀବ୍ର ନିନ୍ଦା କରି ତୁରନ୍ତ ଏସବୁ ବନ୍ଦ କରିବା ପାଇଁ ଆହ୍ବାନ ଦେଇଛି। ଉତ୍ତର କୋରିଆର କ୍ଷେପଣାସ୍ତ୍ର ନିକ୍ଷେପଣ ଜାପାନ, ଆଖପାଖ ଅଞ୍ଚଳ ଓ ଆନ୍ତର୍ଜାତିକ ସମୁଦାୟର ନିରାପତ୍ତା ଓ ଶାନ୍ତିକୁ ବିପନ୍ନ କରୁଛି କହି ଜାପାନ ସରକାର ମଧ୍ୟ ଉତ୍ତର କୋରିଆକୁ ଦୃଢ଼ ପ୍ରତିବାଦ ଜଣାଇଛନ୍ତି। ଆମେରିକାର ବାରଣ ସତ୍ତ୍ବେ ଏପର୍ଯ୍ଯନ୍ତ ନର୍ଥ କୋରିଆ ୨୦ରୁ ଅଧିକ କ୍ଷେପଣାସ୍ତ୍ର ପରୀକ୍ଷାଣ କରିସାରିଛି । ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଦକ୍ଷିଣ କୋରିଆର ଯୁଦ୍ଧ ଅଭ୍ୟାସ ଶେଷ କରିବା ସମୟରେ ଉତ୍ତର କୋରିଆ ମିସାଇଲ୍ ପରୀକ୍ଷଣ କରିବାରେ ତତ୍ପରତା ଦେଖାଇଛି ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

ସୂଚନା ଅନୁଯାୟୀ, ଚଳିତ ମାସରେ ଉତ୍ତର କୋରିଆ ଏପର୍ୟ୍ୟନ୍ତ ୭ଟି ବାଲାଷ୍ଟିକ୍ ମିସାଇଲ୍ ପରୀକ୍ଷଣ କରିଥିବା ଜଣାପଡ଼ିଛି । ସେପଟେ ନର୍ଥ କୋରିଆ କ୍ଷେପଣାସ୍ତ୍ର ଟେଷ୍ଟ କରୁଥିବା ଅଞ୍ଚଳରେ ୟୁକ୍ତରାଷ୍ଟ୍ର ଆମେରିଆ ଏବଂ ଦକ୍ଷିଣ କୋରିଆ ଅଧିକ ସଂଖ୍ୟାରେ ସୈନ୍ୟ ନିୟୋଜିତ କରିଛନ୍ତି ।ଗତ ସପ୍ତାହରେ ଆମେରିକା ସହିତ ଦକ୍ଷିଣ କୋରିଆ ଏକ ୧୧ଦିବସୀୟ ଯୁଦ୍ଧାଭ୍ୟାସ ଶେଷ କରିଛି । କୁହାଯାଉଛି, ଏହି ଅଞ୍ଚଳରେ ଉତ୍ତର କୋରିଆ ସୈନ୍ୟ ପରୀକ୍ଷଣ ବଢାଇଦେଇଛି । ଚଳିତ ବର୍ଷ ଉତ୍ତର କୋରିଆ ୧୧ଟି ପରୀକ୍ଷଣ କରିଛି, ଯେଉଁଥିରେ ୨୦ରୁ ଅଧିକ ବାଲାଷ୍ଟିକ୍ ମିସାଇଲ୍ ଏବଂ କ୍ରୁଜ୍ ମିସାଇଲ୍ ଟେଷ୍ଟ କରିଛି ।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର