ପାଣି ଭିତରେ ପରମାଣୁ ଡ୍ରୋନ୍‌ ପରୀକ୍ଷଣ କଲା ଉତ୍ତର କୋରିଆ, ଆସିବ ‘ରେଡିଓଆକ୍ଟିଭ ସୁନାମି’

The Sakala Picture
Published On

ପୋଙ୍ଗୟାଙ୍ଗ: କ୍ରମାଗତ ଭାବେ କ୍ଷେପଣାସ୍ତ୍ର ପରୀକ୍ଷଣ କରି ଆମେରିକା ଏବଂ ଜାତିସଂଘ ପାଇଁ ମୁଣ୍ଡବ୍ୟଥା ସୃଷ୍ଟି କରିଥିବା ଉତ୍ତର କୋରିଆ ଏବେ ଏକ ବିପଜ୍ଜନକ ଡ୍ରୋନ ପରୀକ୍ଷଣ କରିଛି। ଏହି ପରମାଣୁ କ୍ଷମତା ସମ୍ପନ୍ନ ଡ୍ରୋନ୍‌ ବିଶ୍ବରେ ବିପର୍ଯ୍ୟୟ ସୃଷ୍ଟି କରିବାରେ ସକ୍ଷମ। ପାଣି ଭିତରେ ଏହି ଡ୍ରୋନର ପରୀକ୍ଷଣ କରାଯାଇଛି। ଏହି ସମୟରେ ଦେଶର ଏକଛତ୍ରଶାସକ କିମ୍‌ ଜୋଙ୍ଗ ଉନ୍‌ ମଧ୍ୟ ଉପସ୍ଥିତ ଥିଲେ। ସଫଳ ପରୀକ୍ଷଣ ପରେ ସେ ଆମେରିକା ଏବଂ ଦକ୍ଷିଣ କୋରିଆକୁ […]

ପୋଙ୍ଗୟାଙ୍ଗ: କ୍ରମାଗତ ଭାବେ କ୍ଷେପଣାସ୍ତ୍ର ପରୀକ୍ଷଣ କରି ଆମେରିକା ଏବଂ ଜାତିସଂଘ ପାଇଁ ମୁଣ୍ଡବ୍ୟଥା ସୃଷ୍ଟି କରିଥିବା ଉତ୍ତର କୋରିଆ ଏବେ ଏକ ବିପଜ୍ଜନକ ଡ୍ରୋନ ପରୀକ୍ଷଣ କରିଛି। ଏହି ପରମାଣୁ କ୍ଷମତା ସମ୍ପନ୍ନ ଡ୍ରୋନ୍‌ ବିଶ୍ବରେ ବିପର୍ଯ୍ୟୟ ସୃଷ୍ଟି କରିବାରେ ସକ୍ଷମ। ପାଣି ଭିତରେ ଏହି ଡ୍ରୋନର ପରୀକ୍ଷଣ କରାଯାଇଛି। ଏହି ସମୟରେ ଦେଶର ଏକଛତ୍ରଶାସକ କିମ୍‌ ଜୋଙ୍ଗ ଉନ୍‌ ମଧ୍ୟ ଉପସ୍ଥିତ ଥିଲେ। ସଫଳ ପରୀକ୍ଷଣ ପରେ ସେ ଆମେରିକା ଏବଂ ଦକ୍ଷିଣ କୋରିଆକୁ ଚେତାବନୀ ଦେଇଛନ୍ତି। ଉଭୟ ଦେଶ ମିଳିତ ସମରାଭ୍ୟାସକୁ ବନ୍ଦ କରିଦେବା ଆବଶ୍ୟକ। ଉତ୍ତର କୋରିଆ ନିଜ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ସମର୍ଥ ଏହା ଜାଣି ରଖିବା ଉଚିତ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ରିପୋର୍ଟ ଅନୁଯାୟୀ ଏହି ଡ୍ରୋନ ରେଡିଓଆକ୍ଟିଭ ସୁନାମୀ ଆଣିପାରିବ। ଅନ୍ୟ ଦେଶର ବନ୍ଦରକୁ ସହଜରେ ଧ୍ବଂସ କରିଦେବ। ଗତ ୨୧ରୁ ୨୩ ତାରିଖ ଭିତରେ ଦେଶର ପୂର୍ବ ଉପକୂଳରେ ଏହି ଡ୍ରୋନର ପରୀକ୍ଷଣ କରାଯାଇଥିଲା। ଏହି ସମୟରେ ଡ୍ରୋନ ପାଣି ଭିତରେ ୨୬୦ରୁ ୫୦୦ ଫୁଟ ଗଭୀରତାକୁ ଯାଇଥିଲା। ୫୯ ଘଣ୍ଟା ୧୨ ମିନିଟ ପାଣି ଭିତରେ ରହିବା ପରେ ପରମାଣୁ ଡ୍ରୋନକୁ ବିସ୍ଫୋରଣ କରାଯାଇଥିଲା। ଏହି ଡ୍ରୋନର ନାମ ହାଇଲା ତଥା ସୁନାମୀ ରଖାଯାଇଛି। ଏହି ରେଡିଓଆକ୍ଟିଭ ଡ୍ରୋନକୁ ସହଜରେ ଯେକୌଣସି ବନ୍ଦରରେ ମୁତୟନ କରାଯାଇପାରିବ। ୨୦୧୨ରୁ ଏହି ଡ୍ରୋନକୁ ପ୍ରସ୍ତୁତ କରାଯାଉଥିଲା। ଗତ ୨ ବର୍ଷରେ ଏହାର ୫୦ ଥର ପରୀକ୍ଷଣ କରାଯାଇଥିଲା। ଏହି ଡ୍ରୋନ ସହାୟତାରେ ଶତ୍ରୁ ଦେଶର ସାମୁଦ୍ରିକ ସୀମାରେ ପଶି ତାହାର ନୌସେନାକୁ ଧ୍ବଂସ କରିହେବ। ଏହା ସହିତ ସମୁଦ୍ରରେ ବିସ୍ଫୋରଣ କରି ବିରାଟ ଲହରି ସୃଷ୍ଟି କରିହେବ। ଖୁବଶୀଘ୍ର ଏହାକୁ କୌଣସି ଉପକୂଳ ଅଭିଯାନରେ ମୁତୟନ କରାଯାଇପାରେ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର