ଆଜି ମାଟିରେ ମିଶିବ ନୋଏଡାର ଟୁଇନ୍ ଟାଓ୍ୱାର, ୯ ସେକେଣ୍ଡରେ ଧୂଳିସାତ ହେବ କୋଠା

The Sakala Picture
Published On

ନୋଏଡା: ଆଜି ମାଟିରେ ମିଶିବ ନୋଏଡା ସ୍ଥିତ ଟୁଇନ୍ ଟାୱାର । ମାତ୍ର ୯ ସେକେଣ୍ଡ ମଧ୍ୟରେ ଧ୍ୱଂସ ହୋଇଯିବ ଦିଲ୍ଲୀ ନଏଡା ସ୍ଥିତ ଏହି ୧୩୦ ମିଟର ଉଚ୍ଚ ଅଟ୍ଟାଳିକା। ବେଆଇନ ଭାବେ ନିର୍ମିତ ବହୁତଳ ବିଶିଷ୍ଟ ସୁପରଟେକ ଟ୍ୱିନ-ଟାୱାର ଆଜି ଭଙ୍ଗାଯିବ। ସୂଚନାଯୋଗ୍ୟ ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ଏହି ଟ୍ବିନ୍‌ ଟାୱାରକୁ ରବିବାର ଦ୍ବିପହର ୨ଟା୩୦ ସମୟରେ ଧ୍ବଂସ କରିଦିଆଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୧୩ […]

ନୋଏଡା: ଆଜି ମାଟିରେ ମିଶିବ ନୋଏଡା ସ୍ଥିତ ଟୁଇନ୍ ଟାୱାର । ମାତ୍ର ୯ ସେକେଣ୍ଡ ମଧ୍ୟରେ ଧ୍ୱଂସ ହୋଇଯିବ ଦିଲ୍ଲୀ ନଏଡା ସ୍ଥିତ ଏହି ୧୩୦ ମିଟର ଉଚ୍ଚ ଅଟ୍ଟାଳିକା। ବେଆଇନ ଭାବେ ନିର୍ମିତ ବହୁତଳ ବିଶିଷ୍ଟ ସୁପରଟେକ ଟ୍ୱିନ-ଟାୱାର ଆଜି ଭଙ୍ଗାଯିବ। ସୂଚନାଯୋଗ୍ୟ ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ଏହି ଟ୍ବିନ୍‌ ଟାୱାରକୁ ରବିବାର ଦ୍ବିପହର ୨ଟା୩୦ ସମୟରେ ଧ୍ବଂସ କରିଦିଆଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୧୩ ବର୍ଷରେ ନିର୍ମାଣ ହୋଇଥିବା ଏହି ୪୦ ମହଲା କୋଠାକୁ ଭୁଶୁଡେଇବା ପାଇଁ ମାତ୍ର ୯ ସେକେଣ୍ଡ ଲାଗିବ। ଉଭୟ ଟାୱାରର ୯,୬୦୦ ସ୍ଥାନରେ ଗାତ କରାଯାଇ ୩,୫୦୦ କେଜି ବାରୁଦ ଭରି ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ଦୁଇଟି ଯାକ ଅଟ୍ଟାଳିକା ଚାରିପଟେ ୧୦୦ ମିଟରକୁ ନିଷିଦ୍ଧାଂଚଳ କରାଯାଇଛି । ଏହି ଅଂଚଳରେ କେବଳ ୬ ଜଣ ଲୋକଙ୍କୁ ରହିବା ପାଇଁ ଅନୁମତି ଦିଆଯିବ । ବ୍ଲିଙ୍କ ମ୍ୟାନ୍ ଓ ତାଙ୍କ କମ୍ପାନୀର ଦୁଇ ଜଣ ବିଶେଷଜ୍ଞ, ଏଡିଫାଇସ୍ ଇଞ୍ଜିନିୟରିଂର ଜଣେ ଅଧିକାରୀ, ଜଣେ ବରିଷ୍ଠ ପୋଲିସ ଅଧିକାରୀ ଓ ଯିଏ ବିସ୍ଫୋରଣ କରିବେ ସେ ଉପସ୍ଥିତ ରହିବେ । ସେପଟେ ବିଲ୍‌ଡିଂକୁ ଭଙ୍ଗାଯିବା ଲାଗି ବ୍ୟବହାର କରାଯାଉଥିବା ବିସ୍ଫୋରକ ସ୍ୱତନ୍ତ୍ର ପ୍ରକାରର ହୋଇଥିବାରୁ ଧ୍ୱଂସାବଶେଷ ବେଶୀ ଦୂର ଯାଏ ଯିବ ନାହିଁ ବୋଲି କଂପାନି ଦାବି କରିଛି । ଟ୍ୱିନ୍‌ ଟାୱାରକୁ ଭାଙ୍ଗିବା ଲାଗି ଯେଉଁ କୌଶଳର ବ୍ୟବହାର କରାଯାଉଛି ତାହା ହେଲା ଇମ୍ପେ୍ଲାଜନ୍‌ । ଏହି କୌଶଳର ବ୍ୟବହାର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଗଗନଶ୍ଚୁମ୍ଭୀ ଅଟ୍ଟାଳିକାଗୁଡ଼ିକୁ ଭାଙ୍ଗିବା ଲାଗି କରାଯାଇଥାଏ ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ନିୟମ ଉଲ୍ଲଂଘନ ହେବା ପରେ ସୁପ୍ରିମକୋର୍ଟ ଏହି ଟ୍ୱିନ୍‌ ଟାୱାର୍‌କୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୁମ୍ବାଇ ଏଡିଫାଇସ ଇଞ୍ଜିନିୟରିଂ ଏହି ଭାଙ୍ଗିବା ଦାୟିତ୍ୱ ନେଇଛି। ଏଥିପାଇଁ ପ୍ରାୟ ୭ ମାସ ଧରି ଯୋଜନା ପ୍ରସ୍ତୁତ କରିଛି ସଂସ୍ଥା। ଗତ ୨୧ଫେବ୍ରୁଆରୀରୁ ୩୫୦ ଶ୍ରମିକ ଏବଂ ୧୦ଜଣ ଇଞ୍ଜିନିୟର କାମରେ ଲାଗିଥିଲେ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର