ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ମାଟିରେ ମିଶିଲା ନୋଏଡାର ଟ୍ୱିନ୍ ଟାୱାର, ମାତ୍ର ୯ ସେକେଣ୍ଡରେ ଧୂଳିସାତ୍‌ ହେଲା ବିରାଟକାୟ ଅଟ୍ଟାଳିକା

The Sakala Picture
Published On

ନୂଆଦିଲ୍ଲୀ: ମାଟିରେ ମିଶିଲା ନୋଏଡା ଟ୍ଵିନ ଟାଓ୍ଵାର। ମାତ୍ର ୯ ସେକେଣ୍ଡରେ ଧୂଳିସାତ୍‌ ହେଲା ବିରାଟକାୟ ଅଟ୍ଟାଳିକା । ବିସ୍ଫୋରଣ କରି ଉଡାଇ ଦିଆଯାଇଛି ନଏଡାର ସେକ୍ଟର ୯୩-ଏ ଅଞ୍ଚଳରେ ବେଆଇନ୍‌ ତିଆରି ହୋଇଥିବା ସୁଉଚ୍ଚ ଅଟ୍ଟାଳିକା। ୯ ବର୍ଷର ବିବାଦ ଶେଷ ହେଲା ମାତ୍ର ୯ ସେକେଣ୍ଡରେ । ନୋଏଡାର ସୁପରଟେକ୍‌ ଟ୍ଵିନ ଟାଓ୍ଵାର ଧ୍ୱଂସ ହେବା ପାଇଁ ଲଗାଯାଇଛି ୩,୭୦୦ କେଜି ବିସ୍ଫୋରକ। ବିସ୍ଫୋରଣ ପୂର୍ବରୁ ସାଇରନ ବାଜିଥିଲା। ବିସ୍ଫୋରଣ ପରେ ବହୁତ ଉଚ୍ଚତା […]

ନୂଆଦିଲ୍ଲୀ: ମାଟିରେ ମିଶିଲା ନୋଏଡା ଟ୍ଵିନ ଟାଓ୍ଵାର। ମାତ୍ର ୯ ସେକେଣ୍ଡରେ ଧୂଳିସାତ୍‌ ହେଲା ବିରାଟକାୟ ଅଟ୍ଟାଳିକା । ବିସ୍ଫୋରଣ କରି ଉଡାଇ ଦିଆଯାଇଛି ନଏଡାର ସେକ୍ଟର ୯୩-ଏ ଅଞ୍ଚଳରେ ବେଆଇନ୍‌ ତିଆରି ହୋଇଥିବା ସୁଉଚ୍ଚ ଅଟ୍ଟାଳିକା। ୯ ବର୍ଷର ବିବାଦ ଶେଷ ହେଲା ମାତ୍ର ୯ ସେକେଣ୍ଡରେ । ନୋଏଡାର ସୁପରଟେକ୍‌ ଟ୍ଵିନ ଟାଓ୍ଵାର ଧ୍ୱଂସ ହେବା ପାଇଁ ଲଗାଯାଇଛି ୩,୭୦୦ କେଜି ବିସ୍ଫୋରକ। ବିସ୍ଫୋରଣ ପୂର୍ବରୁ ସାଇରନ ବାଜିଥିଲା। ବିସ୍ଫୋରଣ ପରେ ବହୁତ ଉଚ୍ଚତା ପର୍ଯ୍ୟନ୍ତ ଧୂଳି ଉଠିଥିଲା। ଏଥିରୁ ୯୦୦ରୁ ଅଧିକ ଧ୍ୱଂସାବିଶେଷ ବାହାରିବ। ଯାହାକୁ ସଫା କରିବା ପାଇଁ ପାଖାପାଖି ୩ ମାସ ଲାଗିବ।

ଆହୁରି ପଢ଼ନ୍ତୁ: ଟ୍ରମ୍ପ ଏବଂ ନେତନ୍ୟାହୁଙ୍କ ମଧ୍ୟରେ ରାଜନୈତିକ ଅସ୍ତିତ୍ୱ ବଞ୍ଚାଇବାକୁ ସଂଘର୍ଷ: କ'ଣ ରହିଛି ଏହାର ପ୍ରଭାବ?

ସୂଚନାଯୋଗ୍ୟ ଯେ, ନୋଏଡାରେ ଥିବା ଟ୍ବିନ୍‌ ଟାଓ୍ବାର ନିକଟରେ ବ୍ୟାପକ ମାତ୍ରାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଘଟଣାସ୍ଥଳରେ କୌଣସି ଜନଗହଳି ଯେପରି ନହୁଏ ସେଥିପାଇଁ ୫୬୦ ଜଣ ପୋଲିସ କର୍ମୀ, ରିଜର୍ଭ ପୋଲିସ ଫୋର୍ସର ୧୦୦ ଯବାନ, ୪ଟି କ୍ବିକ୍‌ ରିସ୍ପୋନ୍ସ ଟିମ୍‌ ଏବଂ ଏନଡିଆରଏଫ ଟିମ୍‌ ମୁତୟନ କରାଯାଇଛି । ୧୩ ବର୍ଷ ହେଲା ସେଠାରେ ଛିଡା ହୋଇଥିବା ଟ୍ବିନ୍‌ ଟାଓ୍ବାର ମାତ୍ର କିଛି ସେକେଣ୍ଡରେ ଧ୍ବଂସ ହୋଇଛି ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

ନୋଇଡା ପ୍ରାଧିକରଣ ମୁତାବକ ଟାୱାର ବିସ୍ଫୋରଣ ପରେ ଯେଉଁ ଧୂଳି ଉଡିଛି ସେଥିରୁ ରକ୍ଷା ପାଇବା ପାଇଁ ୧୦୦ ଟ୍ୟାଙ୍କର ପାଣି ସ୍ପ୍ରେ କରାଯିବାର ବ୍ୟବସ୍ଥା ହୋଇଛି । ଏହାସହ ୧୫ ଟି ଆଣ୍ଟି ସ୍ମଗ ଗନ, ୬ ମେକାନିକଲ ସ୍ୱିପିଂ ମେସିନ ଓ ୨୦୦ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ହଠାତ ଅଳିଆ ଉଠାଇବାକୁ ୨୦ ଟି ଟ୍ରାକ୍ଟର ମଧ୍ୟ ନିୟୋଜିତ କରାଯାଇଛି । ଏହାସହ ସ୍ଥାନୀୟ ଅଞ୍ଚଳରେ ଥିବା ଗଛରୁ ଧୂଳି ସଫା କରିବାର ମଧ୍ୟ ବ୍ୟବସ୍ଥା ହୋଇଛି ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ AI-171 ବିମାନ ଦୁର୍ଘଟଣାର ଏକମାତ୍ର ଜୀବିତ ବ୍ୟକ୍ତି: 'ବଞ୍ଚିବା ପରେ ଯାହା ସହିବାକୁ ପଡ଼ିଲା, ତାହା ଥିଲା ଅଧିକ କଷ୍ଟକର'

ବିସ୍ଫୋରଣ ପରେ ବାୟୁ ପ୍ରଦୁର୍ଷଣକୁ ରୋକିବାକୁ ୬ ଟି ସ୍ଥାନରେ ମାନୁଆଲ ଏମ୍ବିଏଣ୍ଟ ଏୟାର କ୍ୱାଲିଟି ମନିଟରିଂ ଷ୍ଟେସନ ସ୍ଥାପନ କରାଯାଇଛି । ଯାହା ମାଧ୍ୟମରେ ପବନର ଗୁଣବତ୍ତା ମପାଯାଇ ପାରିବ । ଏହାସହ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ କିଛିଦିନ ପାଇଁ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।

28 Aug 2022 By The Sakala

ମାଟିରେ ମିଶିଲା ନୋଏଡାର ଟ୍ୱିନ୍ ଟାୱାର, ମାତ୍ର ୯ ସେକେଣ୍ଡରେ ଧୂଳିସାତ୍‌ ହେଲା ବିରାଟକାୟ ଅଟ୍ଟାଳିକା

ନୂଆଦିଲ୍ଲୀ: ମାଟିରେ ମିଶିଲା ନୋଏଡା ଟ୍ଵିନ ଟାଓ୍ଵାର। ମାତ୍ର ୯ ସେକେଣ୍ଡରେ ଧୂଳିସାତ୍‌ ହେଲା ବିରାଟକାୟ ଅଟ୍ଟାଳିକା । ବିସ୍ଫୋରଣ କରି ଉଡାଇ ଦିଆଯାଇଛି ନଏଡାର ସେକ୍ଟର ୯୩-ଏ ଅଞ୍ଚଳରେ ବେଆଇନ୍‌ ତିଆରି ହୋଇଥିବା ସୁଉଚ୍ଚ ଅଟ୍ଟାଳିକା। ୯ ବର୍ଷର ବିବାଦ ଶେଷ ହେଲା ମାତ୍ର ୯ ସେକେଣ୍ଡରେ । ନୋଏଡାର ସୁପରଟେକ୍‌ ଟ୍ଵିନ ଟାଓ୍ଵାର ଧ୍ୱଂସ ହେବା ପାଇଁ ଲଗାଯାଇଛି ୩,୭୦୦ କେଜି ବିସ୍ଫୋରକ। ବିସ୍ଫୋରଣ ପୂର୍ବରୁ ସାଇରନ ବାଜିଥିଲା। ବିସ୍ଫୋରଣ ପରେ ବହୁତ ଉଚ୍ଚତା ପର୍ଯ୍ୟନ୍ତ ଧୂଳି ଉଠିଥିଲା। ଏଥିରୁ ୯୦୦ରୁ ଅଧିକ ଧ୍ୱଂସାବିଶେଷ ବାହାରିବ। ଯାହାକୁ ସଫା କରିବା ପାଇଁ ପାଖାପାଖି ୩ ମାସ ଲାଗିବ।

ସୂଚନାଯୋଗ୍ୟ ଯେ, ନୋଏଡାରେ ଥିବା ଟ୍ବିନ୍‌ ଟାଓ୍ବାର ନିକଟରେ ବ୍ୟାପକ ମାତ୍ରାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଘଟଣାସ୍ଥଳରେ କୌଣସି ଜନଗହଳି ଯେପରି ନହୁଏ ସେଥିପାଇଁ ୫୬୦ ଜଣ ପୋଲିସ କର୍ମୀ, ରିଜର୍ଭ ପୋଲିସ ଫୋର୍ସର ୧୦୦ ଯବାନ, ୪ଟି କ୍ବିକ୍‌ ରିସ୍ପୋନ୍ସ ଟିମ୍‌ ଏବଂ ଏନଡିଆରଏଫ ଟିମ୍‌ ମୁତୟନ କରାଯାଇଛି । ୧୩ ବର୍ଷ ହେଲା ସେଠାରେ ଛିଡା ହୋଇଥିବା ଟ୍ବିନ୍‌ ଟାଓ୍ବାର ମାତ୍ର କିଛି ସେକେଣ୍ଡରେ ଧ୍ବଂସ ହୋଇଛି ।

ନୋଇଡା ପ୍ରାଧିକରଣ ମୁତାବକ ଟାୱାର ବିସ୍ଫୋରଣ ପରେ ଯେଉଁ ଧୂଳି ଉଡିଛି ସେଥିରୁ ରକ୍ଷା ପାଇବା ପାଇଁ ୧୦୦ ଟ୍ୟାଙ୍କର ପାଣି ସ୍ପ୍ରେ କରାଯିବାର ବ୍ୟବସ୍ଥା ହୋଇଛି । ଏହାସହ ୧୫ ଟି ଆଣ୍ଟି ସ୍ମଗ ଗନ, ୬ ମେକାନିକଲ ସ୍ୱିପିଂ ମେସିନ ଓ ୨୦୦ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ହଠାତ ଅଳିଆ ଉଠାଇବାକୁ ୨୦ ଟି ଟ୍ରାକ୍ଟର ମଧ୍ୟ ନିୟୋଜିତ କରାଯାଇଛି । ଏହାସହ ସ୍ଥାନୀୟ ଅଞ୍ଚଳରେ ଥିବା ଗଛରୁ ଧୂଳି ସଫା କରିବାର ମଧ୍ୟ ବ୍ୟବସ୍ଥା ହୋଇଛି ।

ବିସ୍ଫୋରଣ ପରେ ବାୟୁ ପ୍ରଦୁର୍ଷଣକୁ ରୋକିବାକୁ ୬ ଟି ସ୍ଥାନରେ ମାନୁଆଲ ଏମ୍ବିଏଣ୍ଟ ଏୟାର କ୍ୱାଲିଟି ମନିଟରିଂ ଷ୍ଟେସନ ସ୍ଥାପନ କରାଯାଇଛି । ଯାହା ମାଧ୍ୟମରେ ପବନର ଗୁଣବତ୍ତା ମପାଯାଇ ପାରିବ । ଏହାସହ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ କିଛିଦିନ ପାଇଁ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର