ଭୟଙ୍କର ବାୟୁ ପ୍ରଦୂଷଣରେ ଆକ୍ତାମାକ୍ତା ଦିଲ୍ଲୀ; ଆଜିଠୁ ନୋ ପିୟୁସି ନୋ ଫୁଏଲ୍ ନିୟମ ଲାଗୁ

Madhusudan Das Picture
Published On

ନୂଆଦିଲ୍ଲୀ: ପ୍ରଦୂଷଣରେ ଅଣନିଶ୍ବାସୀ ରାଜଧାନୀ ଦିଲ୍ଲୀ। ବାୟୁରେ ବିଷ, ନିଶ୍ବାସ ନେବାରେ କଷ୍ଟ। ଭୟଙ୍କର ବାୟୁ ପ୍ରଦୂଷଣରେ ଆକ୍ତାମାକ୍ତା ଦିଲ୍ଲୀ ଓ ଏନସିଆର୍। ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀ ସରକାରଙ୍କ ଯାନବାହାନ ନିୟମାବଳୀ ଏବେ ସାରା ସହରରେ କଡ଼ାକଡ଼ି ଲାଗୁ କରାଯାଇଛି । BS6 ଇଞ୍ଜିନ ଥିବା ଯାନ ବ୍ୟତୀତ ଅନ୍ୟ ସମସ୍ତ ଯାନବାହନକୁ ଦିଲ୍ଲୀ ସୀମାରେ ଅଟକାଯାଉଛି । ଦିଲ୍ଲୀ ପୁଲିସ ଲୋକଙ୍କୁ BS5, BS4 ଏବଂ BS3 ଇଞ୍ଜିନ ଥିବା ଯାନଗୁଡ଼ିକୁ ଫେରାଇବାକୁ ଅନୁରୋଧ କରୁଛି, କାରଣ ଏଗୁଡ଼ିକୁ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । 

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ବିଭୀଷିକା: ସୁଡ଼ଙ୍ଗରେ ଫସିଛନ୍ତି ଶତାଧିକ ଶ୍ରମିକ, ଜୀବନ ବଞ୍ଚାଇବାକୁ ଚାଲିଛି ଆପ୍ରାଣ ଚେଷ୍ଟା

ଆଜିଠାରୁ, BS6 ଅନୁପାଳନ ନଥିବା ବାହାର ରାଜ୍ୟରୁ ଦିଲ୍ଲୀରେ ପଞ୍ଜିକୃତ ହୋଇଥିବା କୌଣସି ଯାନକୁ ରାଜଧାନୀରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । ଏହି ନିୟମ କାର୍ଯ୍ୟକାରୀ ହେବା ପରଠାରୁ, ଦିଲ୍ଲୀରେ ପ୍ରବେଶ କରୁଥିବା ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାସହିତ ଦିଲ୍ଲୀରେ ଆଜିଠୁ ନୋ ପିୟୁସି ନୋ ଫୁଏଲ୍ ନିୟମ ଲାଗୁ ହୋଇଛି । କାର କିମ୍ବା ବାଇକରେ ପଲ୍ୟୁସନ ସାର୍ଟିଫିକେଟ ନଥିଲେ ପେଟ୍ରୋଲ ପମ୍ପରେ ମିଳିବ ନାହିଁ ଇନ୍ଧନ । ସମସ୍ତେ ନିଜ ବାଇକ ଓ କାର ପାଇଁ ପଲ୍ୟୁସନ୍ ସାର୍ଟିଫିକେଟ୍ ବନାଉଥିବା ଦେଖିବାକୁ ମିଳିଛି । ପୂର୍ବରୁ ସବୁ ସଂସ୍ଥାର ୫୦ ପ୍ରତିଶତ କର୍ମଚାରୀ ୱାର୍କ ଫ୍ରମ୍ ହୋମ୍ ମୋଡରେ କାମ କରିବେ। ବାକି ୫୦ ପ୍ରତିଶତ ଅଫିସ ଆସିବେ ବୋଲି ନିର୍ଦ୍ଦେଶନାମା ସମସ୍ତ ସରକାରୀ ସଂସ୍ଥା ଓ ପ୍ରାଇଭେଟ କମ୍ପାନୀ ପାଇଁ ଲାଗୁ ହୋଇଛି । ଭୟଙ୍କର ପ୍ରଦୂଷଣକୁ ଦେଖି ଏହି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର । ଯିଏ ନ ମାନିବ, ତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ


ପ୍ରଦୂଷଣ ସ୍ଥିତିରେ କୌଣସି ସୁଧାର ଆସୁ ନ ଥିବାବେଳେ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଏହି ମାମଲା ଉପରେ ଶୁଣାଣି କରି ରାଜଧାନୀ ପ୍ରବେଶ ପଥରେ ଟୋଲ୍‌ ପ୍ଲାଜାକୁ ନେଇ ସୁପ୍ରିମକୋର୍ଟ ଏନ୍‌ଏଚ୍‌ଏଆଇ ଏବଂ ଦିଲ୍ଲୀ ପୌର ନିଗମ (ଏମସିଡି)କୁ ଭର୍ତ୍ସନା କରିଛନ୍ତି। ଏନ୍‌ଏଚଆଇକୁ ନୋଟିସ ଜାରି କରି ଜବାବ ମାଗିଛନ୍ତି। ବିଶେଷ କରି ଦିଲ୍ଲୀ-ଗୁରୁଗାଁଓ ସୀମାରେ ଥିବା ଟୋଲ୍‌ ପାଇଁ ଅନେକ ସମସ୍ୟା ସୃଷ୍ଟି ହେଉଛି। ଏଥିଯୋଗୁଁ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଟ୍ରାଫିକ ଜାମ୍‌ ରହୁଥିବାବେଳେ ବାୟୁ ପ୍ରଦୂଷଣ ବଢୁଛି। ଏହା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଦେଉଛି ବୋଲି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି। ପ୍ରଦୂଷଣସ୍ତର ସବୁଠାରୁ ସାଂଘାତିକ ଥିବାବେଳେ ଜାନୁଆରୀ ୩୧ ପର୍ଯ୍ୟନ୍ତ ୯ଟି ଟୋଲ୍‌ରୁ ଆଦାୟ କାହିଁକି ବନ୍ଦ କରିପାରିବେନି ବୋଲି ପଚାରିଛନ୍ତି। ଟ୍ରାଫିକ ଜାମରୁ ମୁକ୍ତି ଲାଗି ଟୋଲ୍‌ ପ୍ଲାଜାକୁ କିଛି ସମୟ ପାଇଁ ବନ୍ଦ କରିବାକୁ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଏମସିଡିକୁ ୭ ଦିନ ସମୟ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର