ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି- ୟୁପି ସରକାର

The Sakala Picture
Published On

ଉତ୍ତର ପ୍ରଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ରାଜ୍ୟ ଆଇନ କମିଶନ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍-୨୦୨୧ ଚିଠା ପ୍ରସ୍ତୁତ କରିଛନ୍ତି। ଖୁବ ଶୀଘ୍ର କମିଶନ ଏହାକୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ। ଏହି ଚିଠା ପ୍ରସ୍ତାବ ଅନୁଯାୟୀ, ଦୁଇରୁ ଅଧିକ ପିଲା ଥିବା ବ୍ୟକ୍ତି ସରକାରୀ ଯୋଜନାର ଲାଭ ପାଇପାରିବେ ନାହିଁ। ସରକାରୀ ଚାରିରିଆଙ୍କର ଦୁଇରୁ ଊର୍ଦ୍ଧ୍ୱ ସନ୍ତାନ ରହିଥିଲେ ପଦୋନ୍ନତି ମିଳିବନି କି ନିର୍ବାଚନ ଲଢ଼ିବାକୁ ସୁଯୋଜ ଦିଆଯିବନି। ଜୁଲାଇ ୧୯ ସୁଦ୍ଧା କମିଶନ ଏନେଇ ଜନସାଧାରଣଙ୍କ […]

ଉତ୍ତର ପ୍ରଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ରାଜ୍ୟ ଆଇନ କମିଶନ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍-୨୦୨୧ ଚିଠା ପ୍ରସ୍ତୁତ କରିଛନ୍ତି। ଖୁବ ଶୀଘ୍ର କମିଶନ ଏହାକୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ। ଏହି ଚିଠା ପ୍ରସ୍ତାବ ଅନୁଯାୟୀ, ଦୁଇରୁ ଅଧିକ ପିଲା ଥିବା ବ୍ୟକ୍ତି ସରକାରୀ ଯୋଜନାର ଲାଭ ପାଇପାରିବେ ନାହିଁ। ସରକାରୀ ଚାରିରିଆଙ୍କର ଦୁଇରୁ ଊର୍ଦ୍ଧ୍ୱ ସନ୍ତାନ ରହିଥିଲେ ପଦୋନ୍ନତି ମିଳିବନି କି ନିର୍ବାଚନ ଲଢ଼ିବାକୁ ସୁଯୋଜ ଦିଆଯିବନି। ଜୁଲାଇ ୧୯ ସୁଦ୍ଧା କମିଶନ ଏନେଇ ଜନସାଧାରଣଙ୍କ ମତାମତ ଲୋଡିଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

ୟୁପି ସରକାରଙ୍କ ଏହି ବିଲ୍ ର ଲକ୍ଷ୍ୟ ହେଉଛି ରାଜ୍ୟରେ ଦୁଇ ସନ୍ତାନ ନୀତି ଲାଗୁ କରିବା । ଚିଠା ପ୍ରସ୍ତାବରେ କୁହାଯାଇଛି ଯେ ଦୁଇରୁ ଅଧିକ ପିଲା ଥିବା ବ୍ୟକ୍ତିଙ୍କ ରାସନ କାର୍ଡ ଚାରିଜଣ ସଦସ୍ୟଙ୍କ ମଧ୍ୟରେ ସୀମିତ ରହିବ ଏବଂ ସେ କୌଣସି ପ୍ରକାରର ସରକାରୀ ସବସିଡି ପାଇବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ। ଏହି ଆଇନ କାର୍ଯ୍ୟକାରୀ ହେବାର ଏକ ବର୍ଷ ମଧ୍ୟରେ, ସ୍ଥାନୀୟ ସରକାରୀ ନିର୍ବାଚନରେ ​​ମନୋନୀତ ହୋଇଥିବା ସମସ୍ତ ସରକାରୀ କର୍ମଚାରୀ ଏବଂ ଜନ ପ୍ରତିନିଧୀ ସେମାନେ ଏହି ନିୟମ ଉଲ୍ଲଂଘନ କରିବେ ନାହିଁ ବୋଲି ଏକ ସଂକଳ୍ପପତ୍ର ଦେବେ । ଯଦି ସେମାନେ ସଂକଳ୍ପପତ୍ର ଦେବା ପରେ ତୃତୀୟ ସନ୍ତାନକୁ ଜନ୍ମ ଦିଅନ୍ତି, ତେବେ ସେମାନଙ୍କ ପଦୋନ୍ନତି ବନ୍ଦ କରାଯିବ ।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ଯୋଗୀ ସରକାର ଆସନ୍ତା ୧୧ ତାରିଖରେ ନୂଆ ଜନସଂଖ୍ୟା ନୀତି ଜାରି କରିବାକୁ ଯାଉଛନ୍ତି। ଚିଠା ପ୍ରସ୍ତାବ ଗ୍ରହଣ କରିଥିବା ରାଜ୍ୟ ବିଧି ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଜନସଂଖ୍ୟା ବିଧେୟକ-୨୦୨୧ ଡ୍ରାଫ୍ଟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଜାରି କରାଯାଇନାହିଁ। ଆୟୋଗ ନିଜ ପ୍ରୟାସରେ ଏହି ବିଧେୟକ ପ୍ରସ୍ତୁତ କରିଛନ୍ତି। ୨ ସନ୍ତାନ ଥିବା ସରକାରୀ କର୍ମଚାରୀଙ୍କୁ ଆଡିସନାଲ ଇନକ୍ରିମେଣ୍ଟ ଦିଆଯିବା ସହ ଘର ବା ଜାଗା କିଣାରେ ରିହାତି ମିଳିବ।

ଆହୁରି ପଢ଼ନ୍ତୁ: Monalisa Bhosale: ପ୍ରେମିକଙ୍କ ସହ ରହିବାକୁ ଜିଦ୍: ପରିବାରକୁ ଭୟ କରି କେରଳରେ ଆଶ୍ରୟ ନେଲେ ଭାଇରାଲ୍ ଗାର୍ଲ ମୋନାଲିସା

ଏହାସହ ଇପିଏଫ୍ ୩ପ୍ରତିଶତ ବୃଦ୍ଧି କରାଯିବ। ଏହାଛଡ଼ା ଗୋଟିଏ ସନ୍ତାନ କରୁଥିବା ଦମ୍ପତିଙ୍କୁ ସ୍ବତନ୍ତ୍ର ସୁବିଧା ଦେବାକୁ ଯୋଗୀ ସରକାର ନିଷ୍ପତ୍ତି ନେଇଛନ୍ତି। ମାଗଣା ଚିକିତ୍ସା ସୁବିଧା ସହ ୨୦ବର୍ଷ ପର୍ଯ୍ୟନ୍ତ ବୀମା, ସିଙ୍ଗଲ ଚାଇଲ୍ଡଙ୍କୁ ସ୍କୁଲରେ ଆଡମିସନ ପାଇଁ ପ୍ରାଥମିକତା ଦିଆଯିବ।

10 Jul 2021 By The Sakala

ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି- ୟୁପି ସରକାର

ଉତ୍ତର ପ୍ରଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ରାଜ୍ୟ ଆଇନ କମିଶନ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍-୨୦୨୧ ଚିଠା ପ୍ରସ୍ତୁତ କରିଛନ୍ତି। ଖୁବ ଶୀଘ୍ର କମିଶନ ଏହାକୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ। ଏହି ଚିଠା ପ୍ରସ୍ତାବ ଅନୁଯାୟୀ, ଦୁଇରୁ ଅଧିକ ପିଲା ଥିବା ବ୍ୟକ୍ତି ସରକାରୀ ଯୋଜନାର ଲାଭ ପାଇପାରିବେ ନାହିଁ। ସରକାରୀ ଚାରିରିଆଙ୍କର ଦୁଇରୁ ଊର୍ଦ୍ଧ୍ୱ ସନ୍ତାନ ରହିଥିଲେ ପଦୋନ୍ନତି ମିଳିବନି କି ନିର୍ବାଚନ ଲଢ଼ିବାକୁ ସୁଯୋଜ ଦିଆଯିବନି। ଜୁଲାଇ ୧୯ ସୁଦ୍ଧା କମିଶନ ଏନେଇ ଜନସାଧାରଣଙ୍କ ମତାମତ ଲୋଡିଛନ୍ତି।

ୟୁପି ସରକାରଙ୍କ ଏହି ବିଲ୍ ର ଲକ୍ଷ୍ୟ ହେଉଛି ରାଜ୍ୟରେ ଦୁଇ ସନ୍ତାନ ନୀତି ଲାଗୁ କରିବା । ଚିଠା ପ୍ରସ୍ତାବରେ କୁହାଯାଇଛି ଯେ ଦୁଇରୁ ଅଧିକ ପିଲା ଥିବା ବ୍ୟକ୍ତିଙ୍କ ରାସନ କାର୍ଡ ଚାରିଜଣ ସଦସ୍ୟଙ୍କ ମଧ୍ୟରେ ସୀମିତ ରହିବ ଏବଂ ସେ କୌଣସି ପ୍ରକାରର ସରକାରୀ ସବସିଡି ପାଇବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ। ଏହି ଆଇନ କାର୍ଯ୍ୟକାରୀ ହେବାର ଏକ ବର୍ଷ ମଧ୍ୟରେ, ସ୍ଥାନୀୟ ସରକାରୀ ନିର୍ବାଚନରେ ​​ମନୋନୀତ ହୋଇଥିବା ସମସ୍ତ ସରକାରୀ କର୍ମଚାରୀ ଏବଂ ଜନ ପ୍ରତିନିଧୀ ସେମାନେ ଏହି ନିୟମ ଉଲ୍ଲଂଘନ କରିବେ ନାହିଁ ବୋଲି ଏକ ସଂକଳ୍ପପତ୍ର ଦେବେ । ଯଦି ସେମାନେ ସଂକଳ୍ପପତ୍ର ଦେବା ପରେ ତୃତୀୟ ସନ୍ତାନକୁ ଜନ୍ମ ଦିଅନ୍ତି, ତେବେ ସେମାନଙ୍କ ପଦୋନ୍ନତି ବନ୍ଦ କରାଯିବ ।

ଯୋଗୀ ସରକାର ଆସନ୍ତା ୧୧ ତାରିଖରେ ନୂଆ ଜନସଂଖ୍ୟା ନୀତି ଜାରି କରିବାକୁ ଯାଉଛନ୍ତି। ଚିଠା ପ୍ରସ୍ତାବ ଗ୍ରହଣ କରିଥିବା ରାଜ୍ୟ ବିଧି ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଜନସଂଖ୍ୟା ବିଧେୟକ-୨୦୨୧ ଡ୍ରାଫ୍ଟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଜାରି କରାଯାଇନାହିଁ। ଆୟୋଗ ନିଜ ପ୍ରୟାସରେ ଏହି ବିଧେୟକ ପ୍ରସ୍ତୁତ କରିଛନ୍ତି। ୨ ସନ୍ତାନ ଥିବା ସରକାରୀ କର୍ମଚାରୀଙ୍କୁ ଆଡିସନାଲ ଇନକ୍ରିମେଣ୍ଟ ଦିଆଯିବା ସହ ଘର ବା ଜାଗା କିଣାରେ ରିହାତି ମିଳିବ।

ଏହାସହ ଇପିଏଫ୍ ୩ପ୍ରତିଶତ ବୃଦ୍ଧି କରାଯିବ। ଏହାଛଡ଼ା ଗୋଟିଏ ସନ୍ତାନ କରୁଥିବା ଦମ୍ପତିଙ୍କୁ ସ୍ବତନ୍ତ୍ର ସୁବିଧା ଦେବାକୁ ଯୋଗୀ ସରକାର ନିଷ୍ପତ୍ତି ନେଇଛନ୍ତି। ମାଗଣା ଚିକିତ୍ସା ସୁବିଧା ସହ ୨୦ବର୍ଷ ପର୍ଯ୍ୟନ୍ତ ବୀମା, ସିଙ୍ଗଲ ଚାଇଲ୍ଡଙ୍କୁ ସ୍କୁଲରେ ଆଡମିସନ ପାଇଁ ପ୍ରାଥମିକତା ଦିଆଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର